Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଟାପଣ ନିୟନ୍ତ୍ରଣ କରେ ସୂର୍ଯ୍ୟମୁଖୀ ମଞ୍ଜି

Lifestyle

ମୋଟାପଣ ନିୟନ୍ତ୍ରଣ କରେ ସୂର୍ଯ୍ୟମୁଖୀ ମଞ୍ଜି

Smruti Parija
Browse all articles by Smruti Parija
·1 year ago·2 min read
ମୋଟାପଣ ନିୟନ୍ତ୍ରଣ କରେ ସୂର୍ଯ୍ୟମୁଖୀ ମଞ୍ଜି

ଅର୍ଗସ ବ୍ୟୁରୋ: ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଆପଣ ଅନେକ ଡ୍ରାଏଫ୍ରୁଟ୍ସ ବିଷୟରେ ଶୁଣିଥିବେ । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ  କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଡ୍ରାଏଫ୍ରୁଟ୍ସ ବିଷୟରେ କହିବୁ ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବେଶ ଉପଯୋଗୀ । 

 

ସୂର୍ଯ୍ୟମୁଖୀ ମଞ୍ଜି । ଯାହା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ମଞ୍ଜି ହୃଦରୋଗକୁ ଦୂର କରିବା ସହ ରକ୍ତଚାପ ନିୟନ୍ତ୍ରଣ ରଖିଥାଏ ।  ମେଦବହୁଳତା ହ୍ରାସ କରେ ଏବଂ ହାଡକୁ ମଜବୁତ ରଖେ । 

ସୂର୍ଯ୍ୟମୁଖ୍ୟ ମଞ୍ଜିରେ ରହିଛି ଭିଟାମିନ୍ ଇ । ଅନସାଚୁରେଟେଡ୍ ଫ୍ୟାଟ୍ । ଯାହା କୋଲେଷ୍ଟ୍ରୋଲ୍ ଲେଭଲ୍ ହ୍ରାସ କରିବାରେ ସାହାଯ୍ୟ କରେ । 

ମେଣ୍ଟାଲ ହେଲ୍ଥକୁ ମଧ୍ୟ ଏହା ସୁସ୍ଥ ରଖେ । ଏଥିରେ ଫସଫରସ୍ , ମ୍ୟାଗନେସିଅମ୍ ଭରପୁର ରହିଛି । ସେହିପରି ଏଥିରେ ରହିଛି କ୍ୟାଲସିୟମ, ମ୍ୟାଗେନସିୟମ, କପର୍ । ଯାହା ହାଡକୁ ଶକ୍ତ ରଖେ । ଏଥିରେ ରହିଛି ଆଣ୍ଟି ଅକ୍ସିଡେଣ୍ଟ ପ୍ରପର୍ଟି । ଯାହା ଚର୍ମରେ ଥିବା କୋଷ ଗୁଡିକୁ ନଷ୍ଟ ହେବାକୁ ଦିଏ ନାହିଁ । ସୂର୍ଯ୍ୟମୁଖୀ ଖଣିଜ ପଦାର୍ଥରେ ଭରପୂର । ଯାହା ହୃଦଘାତ ଏବଂ ଟାଇପ୍-୨ ମଧୁମେହ ସମେତ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ହ୍ରାସ କରିବାରେ ଏକ ଭୂମିକା ଗ୍ରହଣ କରିଥାଏ ।

ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ରକ୍ତ ଶର୍କରାକୁ କମ କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଭିଟାମିନ୍ ଇ, ମ୍ୟାଗ୍ନେସିୟମ୍, ପ୍ରୋଟିନ୍, ଲିନୋଲିକ୍ ଫ୍ୟାଟି ଏସିଡ୍ ଏବଂ ଅନେକ ପ୍ଲାଣ୍ଟ କମ୍ପାଉଣ୍ଡ୍ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

1. ହୃଦୟକୁ ସୁସ୍ଥ ରଖେ ସୂର୍ଯ୍ୟମୁଖୀ 

ସୂର୍ଯ୍ୟମୁଖୀ ମଞ୍ଜିରେ ଏପରି ଅନେକ ଉପାଦାନ ମିଳିଥାଏ ଯାହା ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ସେବନ ଦ୍ୱାରା ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ । 

2. ଡାଇବେଟିସ୍: ମଧୁମେହ ରୋଗୀଙ୍କ ପାଇଁ ସୂର୍ଯ୍ୟମୁଖୀ ମଞ୍ଜି ଅତ୍ୟନ୍ତ ଲାଭଦାୟକ । ମଧୁମେହ ଏହାର ବ୍ୟବହାର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସୂର୍ଯ୍ୟମୁଖୀ ମଞ୍ଜିରେ କମ୍ କାର୍ବୋହାଇଡ୍ରେଟ୍ ଥାଏ ଏବଂ ଏଥିରେ ପଲିସାଟୁରେଟେଡ୍ ଫ୍ୟାଟ୍ ଭରପୂର ଥାଏ । ଯାହା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ବଜାୟ ରଖିବାରେ ସହାୟକ ହୋଇଥାଏ ।

3. ହଜମ ପ୍ରକ୍ରିୟାକୁ ମଜବୁତ କରେ: ସୂର୍ଯ୍ୟମୁଖୀ ଆମ ଶରୀରର ହଜମ ପ୍ରକ୍ରିୟାକୁ ମଜବୁତ କରେ । ସୂର୍ଯ୍ୟମୁଖୀ ମଞ୍ଜିରେ ଏନଜାଇମ୍ ମିଳିଥାଏ । ଯାହା ଆମ ଶରୀରରେ ହଜମକାରୀ ରସର ସ୍ରୋତକୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହାର ବ୍ୟବହାର ପେଟକୁ ଭଲ ଭାବରେ ସଫା କରିଥାଏ ।

4. ହାଡକୁ ମଜବୁତ କରେ: ସୂର୍ଯ୍ୟମୁଖୀ ମଞ୍ଜି ଆମ ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ । ଜିଙ୍କ୍, କ୍ୟାଲସିୟମ୍, ଆଇରନ୍ ଏବଂ ଜିଙ୍କ୍ ସୂର୍ଯ୍ୟମୁଖୀ ମଞ୍ଜିରେ ପ୍ରଚୁର ପରିମାଣରେ ମିଳିଥାଏ । ଏହାର ବ୍ୟବହାର ଦ୍ୱାରା ଅସ୍ଥି ଅଧିକ ଶକ୍ତିଶାଳୀ ହୁଏ ।

5. ମୋଟାପଣକୁ ନିୟନ୍ତ୍ରଣ କରନ୍ତୁ: ସୂର୍ଯ୍ୟମୁଖୀ ମଞ୍ଜି ଖାଇବା ଦ୍ୱାରା ମୋଟାପଣ ନିୟନ୍ତ୍ରଣ ହୋଇଥାଏ । ଏହାର ମଞ୍ଜି ଖାଇବା ଦ୍ୱାରା ମେଟାବୋଲିଜିମ୍ ବଢିଥାଏ । ଯାହା ଶରୀର ପାଇଁ ଲାଭଦାୟକ । ମ୍ୟାଗ୍ନେସିୟମ୍ ସୂର୍ଯ୍ୟମୁଖୀରେ ପ୍ରଚୁର ପରିମାଣରେ ଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ଓଜନ କମିଯାଏ । ଏହା ମେଦବହୁଳତାର ସମସ୍ୟାକୁ ଦୂର କରିଥାଏ ।

Sponsored
know-benifits-of-sunflower-seeds | Argus News