Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୟୁରିକ୍ ଏସିଡ୍ କେତେ ରହିବା ଉଚିତ୍ ?

Lifestyle

ୟୁରିକ୍ ଏସିଡ୍ କେତେ ରହିବା ଉଚିତ୍ ?

Smruti Parija
Browse all articles by Smruti Parija
·1 year ago·3 min read
ୟୁରିକ୍ ଏସିଡ୍ କେତେ ରହିବା ଉଚିତ୍ ?

ଅର୍ଗସ ବ୍ୟୁରୋ: ଆଜିକାଲି ଅନେକଙ୍କ ଶରୀରରେ ୟୁରିକ୍ ଏସିଡ୍ ବଢୁଥିବାର ଦେଖିବାକୁ ମିଳୁଛି ।  ୟୁରିକ୍ ଏସିଡ୍ ବୃଦ୍ଧି ହେତୁ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଗଣ୍ଠି ଯନ୍ତ୍ରଣା, ସଠିକ୍ ଭାବରେ ବସା ଉଠା ଭଳି ସମସ୍ୟା ଉପୁଜୁଛି । ଏମିତି କ୍ଷେତ୍ରରେ ଆପଣଙ୍କୁ ଖାଦ୍ୟପେୟର ବିଶେଷ ଭାବରେ ଯତ୍ନ ନେବା ଦରକାର । 

 

ୟୁରିକ୍ ଏସିଡ୍ କେତେ ରହିବା ଉଚିତ୍ :-

ଆମ ଶରୀରରେ ୟୁରିକ୍ ଏସିଡ୍ ପୂର୍ବରୁ ଉପସ୍ଥିତ ଅଛି ୩.୫ ରୁ ୭.୨ ମିଗ୍ରା ପର୍ଯ୍ୟନ୍ତ ।  ଯଦି ଏହି ପରିମାଣରରୁ ୟୁରିକ୍ ଏସିଡ୍ ଅଧିକ ହୁଏ  ତେବେ ଏହାକୁ ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା କୁହାଯାଏ । ଶରୀରରେ ଥିବା ପ୍ୟୁରିନ୍ ନାମକ ପ୍ରୋଟିନ୍ ଭାଙ୍ଗିବା ଦ୍ୱାରା ୟୁରିକ୍ ଏସିଡ୍ ସୃଷ୍ଟି ହୁଏ । ଶରୀରରେ ୟୁରିକ୍ ଏସିଡ୍ ର ଅତ୍ୟଧିକ ବୃଦ୍ଧିକୁ ଏଡାଇବା ପାଇଁ ସେହି ଜିନିଷଗୁଡିକ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯେଉଁଥିରେ ଅଧିକ ପରିମାଣର ପ୍ୟୁରିନ୍ ଥାଏ ।

ବିରି ଡାଲି, ମସୁର ଡାଲି, ହରଡ ଡାଲି, ମୁଗ ଡାଲି, ସୋୟାବିନ, ଚଣା ଡାଲି ୟୁରିକ୍ ଏସିଡ୍ ରେ ପୀଡିତ ଲୋକମାନେ ଖାଇବା ଉଚିତ ନୁହେଁ । ଯଦି ଓ ଏହି ଡାଲି ଗୁଡିକରେ ପ୍ରୋଟିନ ବହୁ ପରିପାଣରେ ଥାଏ ..ହେଲେ ଏହା ୟୁରିକ ଏସିଡ୍ ରୋଗୀଙ୍କ ପାଇଁ କ୍ଷତିକାରକ ।  

ହେଲେ ଆଜି ଆମେ କିଛି ଏମିତି ଘୋରେଇ ଟିପ୍ସ ଦେବୁ....ଯାହା ଆପଣାଇବା ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । 

ଧନିଆ ପତ୍ର :-

ଧନିଆ ପତ୍ରରେ ମିଳୁଥିବା ସମସ୍ତ ପୁଷ୍ଟିକର ଉପାଦାନ ଗୁଡିକ ଆପଣଙ୍କର ଉଚ୍ଚ ୟୁରିକ୍ ଏସିଡ୍ ସ୍ତରକୁ ହ୍ରାସ କରିବାରେ ପ୍ରଭାବଶାଳୀ ହୋଇଥାଏ । ଯେକୌଣସି ଖାଦ୍ୟ ସାମଗ୍ରୀ ରାନ୍ଧିବା ବେଳେ ଆପଣ ଧନିଆ ପତ୍ର ବ୍ୟବହାର କରିପାରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲେମ୍ବୁ ପାଣି :-

ଲେମ୍ବୁ ପାଣି ବଢୁଥିବା ୟୁରିକ୍ ଏସିଡ୍ ହ୍ରାସ କରିବାରେ ଲାଭଦାୟକ ହୋଇପାରେ । ଆପଣ ସକାଳୁ ଉଠିବା ପରେ ଲେମ୍ବୁ ପାଣି ପିଇବା ଆରମ୍ଭ କରିବା ଉଚିତ୍ । ଉତ୍ତମ ଫଳାଫଳ ପାଇବାକୁ, ଭିଟାମିନ୍ ସି ସମୃଦ୍ଧ ଲେମ୍ବୁକୁ ଏକ ଗ୍ଲାସ୍ ଉଷୁମ ପାଣିରେ ଚିପୁଡି ପିଅନ୍ତୁ ଏବଂ କିଛି ସପ୍ତାହ ମଧ୍ୟରେ ଆପେ ଆପେ ଭାବରେ ସକରାତ୍ମକ ପ୍ରଭାବ ପାଇପାରିବେ ।

ବଥୁଆ ସାଗ :-

ଆପଣ ନିଜ ଖାଦ୍ୟରେ ବଥୁଆ ସାଗ ଆଡ୍ କରନ୍ତୁ । ଏହି ଶାଗ ଉଚ୍ଚ ୟୁରିକ୍ ଏସିଡ୍ ସ୍ତରକୁ ବହୁ ପରିମାଣରେ ନିୟନ୍ତ୍ରଣ କରିଥାଏ । ଏଥିପାଇଁ ଆପଣଙ୍କୁ ବଥୁଆ ପତ୍ରର ରସ ବାହାର କରିବାକୁ ପଡିବ । ଖାଲି ପେଟରେ ସକାଳେ ଏହାକୁ ପିଇଲେ ଉପଶମ ମିଳିବ ।  ମନେରଖନ୍ତୁ ଯେ ରସ ପିଇବା ପରେ ଆପଣଙ୍କୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ । ତାହା ହେଲେ ଏହା ଖୁବ ଭଲ କାମ ଦେବ । 

ତେଜପତ୍ର ଚା :- 

ତେଜ ପତ୍ର ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ । ଭିଟାମିନ୍ ସି, ଭିଟାମିନ୍ ଇ, ତେଜ ପତ୍ର  ବ୍ୟତୀତ କାରୋଟିନଏଡ୍ ଏବଂ ଫ୍ଲାଭୋନାଏଡ୍ ପରି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ୟୁରିକ୍ ଏସିଡ୍ ହେବାର ଆଶଙ୍କା କମ୍ ହୋଇଥାଏ । ବାସ୍ତବରେ ତେଜ ପତ୍ର ଖାଇବା ଦ୍ୱାରା ଶରୀରରୁ ପ୍ୟୁରିନ୍ ନାମକ ବର୍ଜ୍ୟବସ୍ତୁ ସହଜରେ ଦୂର ହୋଇଥାଏ । ଏହା ସହିତ ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । 

କଖାରୁ :- 

କଖାରୁରେ ପ୍ୟୁରିନର ପରିମାଣ ବହୁତ କମ୍ ଥାଏ । ଯେଉଁମାନଙ୍କର ଅଧିକ ୟୁରିକ୍ ଏସିଡ୍ ଥାଏ ସେମାନେ ଖାଦ୍ୟରେ କଖାରୁ ଆଡ୍ କରିବା ଦରକାର । କଖାରୁରେ ଭିଟାମିନ୍ ସି, ବିଟା-କାରୋଟିନ୍ ଏବଂ ଲ୍ୟୁଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି । ଏହି ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଯନ୍ତ୍ରଣା, ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ । ଯାହା ୟୁରିକ୍ ଏସିଡ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ପିଆଜ :-

ପିଆଜ ବଢୁଥିଵା ୟୁରିକ୍ ଏସିଡକୁ  ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ ହୋଇଥାଏ । ପିଆଜରେ ଫୋଲେଟ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଭିଟାମିନ୍ ଏ, ସି ଏବଂ ଇ ଭରପୂର ଅଛି । ଏହା ସହିତ ଏହାର ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଅଛି । ଯଦି ଆପଣ ବଢୁଥିଵା  ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ କଞ୍ଚା ପିଆଜ ଖାଇବା ଆପଣଙ୍କ ପାଇଁ ଭଲ ହେବ । ଆପଣ ଏହାକୁ ସାଲାଡ ଭାବରେ ବ୍ୟବହାର କରିପାରିବେ। ଏହା ସହିତ ଖାଲି ପେଟରେ ପିଆଜ ରସ ପିଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ । 
 

Argus Whatsapp Channel Mobile Top
Sponsored
know-how-to-control-uric-acid-in-body | Argus News