Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଥରେ ଖାଇଲେ ପାଟିରୁ ଛାଡିବନି ଖଟା ମିଠା ସପୁରୀ ଚଟଣୀ

Lifestyle

ଥରେ ଖାଇଲେ ପାଟିରୁ ଛାଡିବନି ଖଟା ମିଠା ସପୁରୀ ଚଟଣୀ

Smruti Parija
Browse all articles by Smruti Parija
·2 years ago·1 min read
ଥରେ ଖାଇଲେ ପାଟିରୁ ଛାଡିବନି ଖଟା ମିଠା ସପୁରୀ ଚଟଣୀ

ଅର୍ଗସ ବ୍ୟୁରୋ: ଆପଣ ଅନେକ ପ୍ରକାରର ଚଟଣୀ ଖାଇଥିବେ ଯେମତି ଧନିଆ ଚଟଣୀ , ପୁଦିନା ଚଟଣୀ, ନ଼ଡିଆ ଚଟଣୀ ଏମିତି ଵହୁତ କିଛି । କିନ୍ତୁ ଆପଣ କେଵେ ସପୁରୀ ଚଟଣୀ ଖାଇଛନ୍ତି କି । ଯଦି ଖାଇନାହାନ୍ତି  ତ ଆସନ୍ତୁ ଜାଣିଵା କିପରି ତିଆରି କରିଵେ ସପୁରୀ ଚଟଣୀ। 

ଏହି  ଚଟଣୀର ସ୍ଵାଦ ଟିକେ ଖଟା, ମିଠା । ଯାହାକୁ ପରଟା ହେଉ କି ପୁରୀ ସଵୁଥିରେ ଖାଇଵାରିଵେ । ଏହାକୁ ଆପଣ ଅନେକ ଉପାୟରେ ତିଆରି କରି ପାରିଵେ । 

ସପୁରୀ ଚଟଣୀ କିପରି ତିଆରି କରିଵେ :-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମେ ସପୁରୀକୁ ଏକ କଡେଇରେ ପକାଇ କମ୍ ନିଆଁରେ ଭଲ ଭାଵରେ ଦୁଇ ପାଖ ଓଲଟାଇ  ଭାଜି ଦିଅନ୍ତୁ । ଭଲଭାଵରେ ଭାଜି ହେଲାପରେ ଏହାକୁ ଗ୍ୟାସ୍ ରୁ ଵାହାର କରି ଥଣ୍ଡା କରନ୍ତୁ । ଏହା ପରେ ଟିକେ ଥଣ୍ଡା ହୋଇଗଲେ ଏହାକୁ ଭଲଭାଵରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଆଉ ଏକ ପ୍ୟାନ ନେଇ ସେଥିରେ କିଛି ସୋରିଷ ତେଲ ଦିଅନ୍ତୁ । ତେଲ ଗରମ ହେଲା ପରେ ସାଥିରେ ଗୋଟା ସୋରିଷ, ଜିରା,ଗୋଲମରିଚ,ମେଥି ପତ୍ର, ଧନିଆ ପତ୍ର ,ଲଙ୍କା ଗୁଣ୍ଡ ,ପକାନ୍ତୁ । ପରେ ଗ୍ରାଇଣ୍ଡ୍ ହୋଇଥିଵା ସପୁରୀ ମିଶାଇ ଚାଟ୍ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ । ଏହାକୁ ଭଲଭାଵରେ ଗୋଳାଇ ପରସିଦିଅନ୍ତୁ ସପୁରୀ ଚଟଣୀ । 

Painting
Sponsored
know-how-to-make-pineapple-chutney-at-home | Argus News