Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ବିଷ ଠାରୁ କମ୍ ନୁହେଁ ଚା'

Smruti Parija
Browse all articles by Smruti Parija
·11 months ago·2 min read
ବିଷ ଠାରୁ କମ୍ ନୁହେଁ ଚା'

Key Points

ପ୍ରତିଦିନ ଚା ପିଉଛନ୍ତି କି ?

ଆର୍ଥ୍ରାଇଟସ୍ ରେ ପୀଡିତ ହେବା ଥୟ

ଚା' ବିଷ ଠାରୁ କମ୍ ନୁହେଁ

ଯଦି ଆପଣ ପ୍ରତିଦିନ ଚା ପିଅନ୍ତି, ତେବେ ଆଗାମୀ 10 ବର୍ଷ ମଧ୍ୟରେ ଆପଣ ଗଣ୍ଠିବାତ ରୋଗ ବା ଆର୍ଥ୍ରାଇଟସ୍ ରେ ପୀଡିତ ହେବା ଥୟ । ଭାରତର ଅଧିକାଂଶ ଲୋକ ଚା ପିଇଥାନ୍ତି । ଏହା କେବଳ ଏକ ପାନୀୟ ନୁହେଁ ବରଂ ସଂସ୍କୃତିର ଏକ ଅଂଶ ପାଲଟିଯାଇଛି । ଅଧିକାଂଶ ଲୋକଙ୍କ ସକାଳ ଚା'ରୁ ହିଁ ଆରମ୍ଭ ହୋଇଥାଏ । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଶୋଇବା ପୂର୍ବରୁ ମଧ୍ୟ ଚା ପିଇଥାନ୍ତି । ଟିକେ ଥଣ୍ଡା ହେଉ ବା ମୁଣ୍ଡ ବ୍ୟଥା ଅନେକ ଲୋକ ଚା ପିଇଲେ ତାଙ୍କୁ ଆରାମ୍ ଲାଗେ ।


ଅନେକ ଲୋକ ଦିନକୁ 2-3 ଥର ଚା ପିଅନ୍ତି । କିନ୍ତୁ ପ୍ରଶ୍ନ ହେଉଛି, ଯେଉଁ ଚା କୁ ଆମେ ଅମୃତ ଭଳିଆ ପାନ କରିଦେଉଛେ ତାହା ଆମ ଶରୀର ପାଇଁ ବିଷ । ଆମ ଶରୀରକୁ ନଷ୍ଟ କରିବାରେ ଲାଗିଛି ।


ଚା ପିଇଲେ କାହିଁକି ହେବ ଆର୍ଥ୍ରାଇଟସ୍ ?


ଏକ ପାତ୍ରରେ ଅତି କମରେ ପାଞ୍ଚ ଲିଟର କ୍ଷୀର ନିଅନ୍ତୁ । କ୍ଷୀର ଗରମ କରିବା ପରେ, ସେଥିରୁ ଯେଉଁ ସର ବାହାରେ, ସେଥିରୁ ଆମେ ଲହୁଣି ପ୍ରସ୍ତୁତ କରିଥାଉ । ଆଉ ସେହି ଲହୁଣିରୁ ହୋଇଥାଏ ଘିଅ । ହେଲେ ଏହି କ୍ଷୀର ଗରମ ହେବା ପରେ ଆମେ ସେଥିରେ ଚା ପତି ପକାଇ ଫୁଟିବାକୁ ଛାଡି ଦେଉଛେ । ଏହାପରେ କଣ ଏଥିରୁ ଘିଅ ବାହାରିବା ସମ୍ଭବ କି ? ଚା ତିଆରି ହେବା ପରେ ବିଶ୍ୱର କୌଣସି ବ୍ୟକ୍ତି ନାହିଁ ଯିଏ ଏଥିରୁ ଘିଅ ବାହାର କରିପାରିବ । ତେଣୁ ପ୍ରଶ୍ନ ହେଉଛି, ଅଧ ଲିଟର ଘିଅ କୁଆଡେ ଗଲା ।


କଣ ଚା' ପତି ଘିଅ ଶୋଷି ନେଲା କି ? ଯଦି ଆପଣ ଭାବୁଛନ୍ତି ଯେ ଚା ପିଇବା ପରେ ଆପଣ ଶକ୍ତିଶାଳୀ ଅନୁଭବ କରୁଛନ୍ତି, ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହା ପ୍ରକୃତରେ ହୃଦସ୍ପନ୍ଦନକୁ ବଢାଇଦେଇଥାଏ । ଚା ଶରୀରକୁ ଯିବା ପରେ ଅନେକ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଯାହା ଶରୀରକୁ ହାନି ପହଞ୍ଚାଇଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚା' ଶରୀରରୁ ପୋଷକ ତତ୍ତ୍ୱ ବାହାର କରିଦିଏ


ବିଶେଷଜ୍ଞଙ୍କ କହିବାନୁସାରେ ପ୍ରତିଦିନ ଚା ପିଇଲେ ଏହା ଶରୀରକୁ ଯିବା ପରେ ଶରୀରରୁ ପୋଷକ ତତ୍ତ୍ୱ ବାହାର କରିଦିଏ । ଅନେକ ସଂୟରେ ଆମକୁ ଏସିଡିଟି ହେଲା ଭଳି ଅନୁଭବ ହୁଏ । ଏହାର କାରଣ ହେଉଛି କ୍ଷୀର ଚା ।


ଚା ବିଷଠାରୁ କମ୍ ନୁହେଁ


ପ୍ରତିଦିନ ଚା ପିଇଲେ ଆପଣ ଏସିଡିଟିର ଶିକାର ହେବେ । ବିଶେଷକରି ଯଦି ଆପଣ ଖାଲି ପେଟରେ ଚା ପିଅନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଏସିଡିଟି ହେବ ।


ହାଡ ଗଣ୍ଠି ଯନ୍ତ୍ରଣାର ଆଶଙ୍କା


ପ୍ରତିଦିନ ଚା ପିଇବା ଦ୍ଵାରା ଆପଣଙ୍କୁ ଆର୍ଥ୍ରାଇଟିସ୍ ହୋଇପାରେ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ସହ ଗୋଡ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ ।

Sponsored
know-the-side-effect-of-tea- | Argus News