Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହୋଲିରେ ଘରକୁ ନିଶ୍ଚିତ ଆସିବେ ଲକ୍ଷ୍ମୀ: ଆପଣାନ୍ତୁ ଏହି ଉପାୟ

Lifestyle

ହୋଲିରେ ଘରକୁ ନିଶ୍ଚିତ ଆସିବେ ଲକ୍ଷ୍ମୀ: ଆପଣାନ୍ତୁ ଏହି ଉପାୟ

Ritu Das
Browse all articles by Ritu Das
·1 year ago·2 min read
ହୋଲିରେ ଘରକୁ ନିଶ୍ଚିତ ଆସିବେ ଲକ୍ଷ୍ମୀ: ଆପଣାନ୍ତୁ ଏହି ଉପାୟ

ଚଳିତବର୍ଷ ହୋଲି ପର୍ବ ବଡ଼ ଶୁଭ ମୁହୂର୍ତ୍ତରେ ପଡ଼ୁଛି। ହୋଲି ମାର୍ଚ୍ଚ ୧୪ରେ ଶୁକ୍ରବାର ଦିନ ପଡ଼ୁଛି। ଶୁକ୍ରବାର ହେଉଛି ମା' ଲକ୍ଷ୍ମୀଙ୍କ ଦିନ। ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ହେଉଛି ଭୌତିକ ସୁଖ, ସୌନ୍ଦର୍ଯ୍ୟ ଏବଂ କଳାର କାରକ କୁହାଯାଉଛି। ସେଥିପାଇଁ ଏହି ଦିନ କିଛି ବିଶେଷ ଉପାୟ ଆପଣାନ୍ତୁ ନିଶ୍ଚିତ ଶୁଭ ଫଳ ମିଳିବ।
ଆୟରେ ହେବ ବୃଦ୍ଧି: ଶୁକ୍ରବାର ଦିନ ଐଶାନ୍ୟ କୋଣରେ ଗାଈ ଘିଅରେ ଦୀପ ଜଳାନ୍ତୁ। ଏହି ଦୀପର ସଳିତା ଧଳା ନୁହେଁ ଲାଲ ରଙ୍ଗର ସୂତାକୁ ଗୁଡ଼ାଇ ସଳିତା କରନ୍ତୁ। ଏହି ଦୀପକୁ ଜଳେଇବା ଦ୍ବାରା ଆପଣଙ୍କ ଘରେ ସକରାତ୍ମକ ପ୍ରଭାବ ଦେଖିବାକୁ ପାଇବେ।
ଅଟକିଥିବା ପଇସା ଆପଣଙ୍କ ନିକଟକୁ ଆସିବ
ହୋଲି ପର୍ବରେ ଏକ ପାତ୍ରରେ ଜଳ ନେଇ ସେଥିରେ କିଛି ପରିମାଣର କ୍ଷୀର ମିଶାଇ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏହାପରେ ମା' ଲକ୍ଷ୍ମୀଙ୍କୁ ଗୋଲାପର ଅତର ଅର୍ପଣ କରନ୍ତୁ। ଅଟକିଥିବା ପଇସା ଆପଣଙ୍କ ନିକଟକୁ ଫେରି ଆସିବ।
ବନ୍ଦ ହୋଇଥିବା ବ୍ୟବସାୟ ପୁଣି ଥରେ ଆରମ୍ଭ ହେବ
ଆପଣଙ୍କ ବ୍ୟବସାୟିକ କ୍ଷେତ୍ରରେ ଯଦି କୌଣସି ସମସ୍ୟା ଦେଖାଦେଇଛି ତେବେ ଜମା ବି ଚିନ୍ତିତ ହେବା ଆବଶ୍ୟକତା ନାହିଁ। ବନ୍ଦ ପଡ଼ିଥିବା ବ୍ୟବସାୟ ବାଣିଜ୍ୟ ଯଦି ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କର୍ମକ୍ଷେତ୍ରରେ ଗୋଲାପ ପାଖୁଡ଼ାରେ ବସିଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ। ଦେଖିବେ ପୁଣି ଥରେ ବ୍ୟବସାୟ ଆରମ୍ଭ ହୋଇଯିବ।
ଧାରକରଜରୁ ମିଳିବ ମୁକ୍ତି:
ହୋଲି ଦିନ ମା' ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ କ୍ଷୀର ଭୋଗ ଲଗାଇ ସେହି ୭ ଜଣ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ। ଧାର କରଜ ଯଦି କରିଥିବେ ଏହି ସମସ୍ୟା ନିଶ୍ଚିତ ଦୂର ହୋଇଯିବ।
ଅପର୍ଯ୍ୟାପ୍ତ ସମ୍ପତ୍ତି ଭୋଗ କରିବେ
ହୋଲି ଦିନ ମା' ଲକ୍ଷ୍ମୀଙ୍କୁ ଗୋଲାପି ଫୁଲର ମାଳା ଅର୍ପଣ କରାଯାଏ। ଏହାପରେ ଘିଅ ଦୀପ ଜଳାଇକି ଲକ୍ଷ୍ମୀ ମାତାଙ୍କ ପୂଜାର୍ଚ୍ଚନା କରନ୍ତୁ। ପୈତୃକ ସମ୍ପତ୍ତି ପ୍ରାପ୍ତ କରିବେ।
ସବୁ ସମସ୍ୟା ହୋଇଯିବ ଦୂର: ହୋଲି ଦିନ ଧଳା ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରନ୍ତୁ। ଘରର ଏରୁଣ୍ଡି ବନ୍ଧରେ ସନ୍ଧ୍ୟା ସମୟରେ ୫ରୁ ୭ଟି ଦୀପ ନିଶ୍ଚିତ ଲଗାନ୍ତୁ। ଏପରି କଲେ ଘରେ ଲକ୍ଷ୍ମୀଙ୍କ ଆବାସ ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lakshmi-will-definitely-come-home-on-holi-try-this-remedy | Argus News