Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାଣନ୍ତୁ ଶୀତ ଦିନେ ପିଲାଙ୍କୁ କିପରି ରଖିବେ ଆକ୍ଟିଭ...

Lifestyle

ଜାଣନ୍ତୁ ଶୀତ ଦିନେ ପିଲାଙ୍କୁ କିପରି ରଖିବେ ଆକ୍ଟିଭ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାଣନ୍ତୁ ଶୀତ ଦିନେ ପିଲାଙ୍କୁ କିପରି ରଖିବେ ଆକ୍ଟିଭ...

ଅର୍ଗସ ବ୍ୟୁରୋ:  ପିଲାମାନେ କିପରି ରହିବେ ଆକ୍ଟିଭ। ତାହା ପୁଣି ଶୀତ ଦିନେ। ଶିତ ଦିନେ ବଡ ବଡ ଲୋକଙ୍କୁ ବି ବେଡରୁ ଉଠିବା ପାଇଁ ଇଛା ହୁଏ ନାହିଁ । କି କୌଣସି କାମ କରିବାକୁ ମନ ହୁଏନାହିଁ । ଇଛା ହୁଏ କି ଏମିତି ଘୋଡେଇ ହୋଇ ଶୋଇବା ପାଇଁ।  ତେବେ ଶୀତ ଦିନେ ଛୋଟ ପିଲାମାନେ କିପରି ଆକ୍ଟିଭ ରହିବେ ତାକୁ ନେଇ ଅଭିଭାବକ ଚିନ୍ତା ପ୍ରକଟ କରୁଥିବାବେଳେ ଜାଣି ରଖନ୍ତୁ କିଛି ଟିପ୍ସ । ନାଚ କରିବା, ଜଗିଂ ଓ ଦୌଡିବା ଭଳି ଏକ୍ସରସାଇଜ୍‌ ପିଲାଙ୍କ ପାଇଁ ନିହାତି ଦରକାର। ଏହା ଫଳରେ ପିଲାଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ।


ଘରେ ରହିଲେ ବି ପିଲାଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କୁ ଆକ୍ଟିଭ କରିବା ଅଭିଭାବକଙ୍କ ଦାୟିତ୍ୱ। ଶୀତଦିନେ ପିଲାଙ୍କର ଖେଳାବୁଲା ଓ ଫିଜିକାଲ୍‌ ଆକ୍ଟିଭିଟି କମ୍‌ ହୋଇଥାଏ। ବାହାରକୁ ଗଲେ ଥଣ୍ଡା ହେବାର ଆଶଙ୍କା ରହିଥାଏ ଆଉ ଘରେ ରହିଲେ ସେମାନେ ଅଳସୁଆ ହୋଇଯାନ୍ତି। ଏଭଳି ସ୍ଥିତିରେ ପିଲାଙ୍କୁ ଆକ୍ଟିଭ ରଖିବା ପାଇଁ ଜାଣନ୍ତୁ କିଛି କଥା। ଥଣ୍ଡା ଦିନେ ପିଲାଙ୍କୁ ଘରେ ରହି ଦଉଡି ଡିଆଁ କିମ୍ବା କିଛି ଏକ୍ସରସାଇଜ୍‌ କରିବା ପାଇଁ କୁହନ୍ତୁ। ଏହା ଫଳରେ ପିଲାଙ୍କର ଶାରୀରିକ ପରିଶ୍ରମ ହୋଇଯିବ। ପିଲାଙ୍କ ରୁଟିନ୍‌ରେ ଏରୋବିକ୍‌ସ ଏକ୍ସରସାଇଜ୍‌କୁ ସାମିଲ କରନ୍ତୁ। ସେମାନେ ନିଶ୍ଚୟ ଏନ୍‌ଜୟ କରିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ବ୍ୟତୀତ ପିଲାଙ୍କୁ କିଛି ଘରକାମ କରିବା ପାଇଁ ଦିଅନ୍ତୁ। ସେମାନେ ଆକ୍ଟିଭ ରହିବା ସହିତ ଦାୟିତ୍ୱବାନ୍‌ ହେବେ। ଘରେ ରହିଲେ ପିଲାମାନେ ଅଧିକାଂଶ ସମୟ ଟିଭି କିମ୍ବା ଫୋନ୍‌ ଦେଖନ୍ତି। ତେଣୁ ଏଭଳି ସ୍ଥିତିରେ ଟିଭିରେ କିଛି ଗୀତ ଲଗାଇ ଦିଅନ୍ତୁ। ଆଉ ପିଲାଙ୍କୁ ସେହି ଗୀତ ଅନୁସାରେ ନାଚ କରିବାକୁ କୁହନ୍ତୁ। ଏହା ଫଳରେ ପିଲାମାନେ ଖୁସି ହେବା ସହିତ କିଛି ଫିଜିକାଲ୍‌ ଏକ୍ସରସାଇଜ୍‌ ମଧ୍ୟ କରିପାରିବେ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
Learn how to keep your child active on a winter season | Argus News