Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଘରୁ ବାହାରିବା ସମୟରେ ଆପଣଙ୍କ ସହ ଏ ସବୁ ହେଲେ ଶୁଭ

Lifestyle

ଘରୁ ବାହାରିବା ସମୟରେ ଆପଣଙ୍କ ସହ ଏ ସବୁ ହେଲେ ଶୁଭ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଘରୁ ବାହାରିବା ସମୟରେ ଆପଣଙ୍କ ସହ ଏ ସବୁ ହେଲେ ଶୁଭ

ଜୀବନରେ ଅନେକ ସମସ୍ୟା ଆସେ, ବେଳେ ବେଳେ କୌଣସି ଆକସ୍ମିକ କାରଣରୁ ବି ଜରୁରୀ କାର୍ଯ୍ୟ ଅଟକି ଯାଏ । ଫଳରେ ବୁଝା ପଡ଼େନି, କାହିଁକି ଏତେ ଖରାପ ହେଉଛି । ଦୁଃଖ ଭଳି ଜୀବନରେ ଅନେକ ସୁଖ ବି ଆସେ । ଆଉ ଆମେ କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ଶୁଭ ଓ ଅଶୁଭ ସଂକେତକୁ ବାରି ପାରିଲେ ଜୀବନରେ ଆସିବାକୁ ସମସ୍ୟାକୁ ହୁଏ ତ ଏଡ଼ାଇ ପାରିବା ।


ତା ସହ ଜାଣି ପାରିବା ଆଗାମୀ ସମୟରେ ଆମକୁ କାର୍ଯ୍ୟରେ ସଫଳତା ମିଳିବ ନା ନାହିଁ । ଆସନ୍ତୁ ଏମିତି ୭ଟି ସଂକେତ ବିଷୟରେ ଜାଣିବା । ଯାହା କି ଘରୁ ବାହାରିବା ସମୟରେ ଏବଂ କୌଣସି କାର୍ଯ୍ୟ ଆରମ୍ଭରୁ ଦେଖା ଦେଲେ ବହୁତ ଶୁଭ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କର ଶୁଭ ହେବାର ସଂକେତ ଦିଏ ।


ଧନ ଲାଭର ସଂକେତ


ଯଦି ଆପଣ କେଉଁ ଆଡ଼େ ଯିବା ସମୟରେ ଆପଣଙ୍କ ଟଙ୍କା ଖସି ପଡ଼ୁଛି ତ ଏହି ସଂକେତକୁ ଶୁଭ ବିବେଚନା କରାଯାଏ । ଏହାର ଅର୍ଥ ଆପଣ ଧନ ଲାଭ କରି ପାରନ୍ତି । ଏହା ଛଡ଼ା ପୋଷାକ ବଦଳାଇବା ସମୟରେ ଟଙ୍କା ତଳେ ଖସି ପଡ଼ିଲେ ମଧ୍ୟ ଧନ ଲାଭର ସଂକେତ ବୋଲି ଧରାଯାଏ ।


କୌଣସି ଜରୁରୀ କାମରେ ଆପଣ ଯିବା ବେଳେ ଯଦି କୌଣସି ବ୍ୟକ୍ତି ଗୁଡ଼ ନେଇ କରି ଯାଉଥିବା ଦେଖନ୍ତି ତ ଏହାର ଅର୍ଥ ଆପଣ ଯେଉଁ କାମରେ ଯାଉଛନ୍ତି ଅଥବା ଯାହା ଭାବୁଛନ୍ତି ତାହା ମିଳିପାରେ ।


ଗାଈ ଓ ବିବାହିତ ମହିଳା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଘରୁ କୌଣସି ଭଲ କାମ କରିବାକୁ ଯିବା ବେଳେ ଆପଣଙ୍କ ସାମ୍ନାକୁ ହଠାତ୍ କୌଣସି ଗାଈ କିମ୍ବା ବିବାହିତ ମହିଳା ଚାଲି ଆସିବାକୁ ଭଲ ସଂକେତ କୁହାଯାଏ । ଏହାର ଅର୍ଥ ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି, ସେଥିରେ ଆପଣଙ୍କୁ ସଫଳତା ମିଳିବ ।


ସକାଳେ ନେଉଳ ଦେଖିବା


କୁହାଯାଏ, ସକାଳେ ଶୋଇକରି ଉଠିବା ପରେ କୌଣସି ଲୋକ ଯଦି ନେଉଳକୁ ଦେଖେ ତା ହେଲେ ଏହା ଶୁଭ ସଂକେତ । ଏହାର ଅର୍ଥ ଆପଣଙ୍କୁ କେଉଁଠାରୁ ଗୁପ୍ତ ଧନ ଲାଭ ହୋଇପାରେ । ସେହିଭଳି ଘର ଲୋକ ଝିଅ ପାଇଁ ବର ଦେଖି ଯିବା ବେଳେ ରାସ୍ତାରେ ୪ ଜଣ କୁଆଁରୀ କଥାବାର୍ତ୍ତା କରୁଥିବା ଦେଖିଲେ ଶୁଭ ହୋଇଥାଏ । ଏହାଦ୍ଵାରା ସମ୍ପର୍କରେ ଶୁଭ ଯୋଗ ସୃଷ୍ଟି ହୁଏ ।


ଘରକୁ ଭିକ୍ଷୁକ ଆସିବା


ଶୋଇ କରି ଉଠିବା ପରେ ସକାଳେ କେହି ଭିକ୍ଷୁକ ଅଥବା ଗରିବ ଯଦି ଧାର ମାଗନ୍ତି ତ ଦାନ ଅର୍ଥ କେବେ ବ୍ୟର୍ଥ ଯାଏନି । ଆଗାମୀ ଦିନରେ ଆପଣ ନ ମାଗିଲେ ବି କୌଣସି ବାଟରେ ଅର୍ଥ ଫେରି ପାଇବେ । ସେହିଭଳି କୌଣସି କାମରେ ଘରୁ ବାହାରକୁ ଯିବା ବେଳେ ଯଦି ପକ୍ଷୀ ଆପଣଙ୍କ ଉପରେ ମଳ ତ୍ୟାଗ କରିଦିଏ ତ ତାହାକୁ ଶୁଭ ବିବେଚନା କରାଯାଏ । ଏହାର ଅର୍ଥ ଆପଣଙ୍କ ଘରୁ ଦାରିଦ୍ର୍ୟତା ଦୂରେଇବ ଓ ଜୀବନରେ ଢେର୍ ଖୁସି ଆସିବ ।

Argus Whatsapp Channel Mobile Top
Sponsored
Leaving House Seeing 7 Things Are Lucky | Argus News