ଅଦରକାରୀ ନୁହେଁ ଲେମ୍ବୁ ଚୋପା, ଏହି ସବୁ ସମସ୍ୟା ଦୂର କରିବ ଲେମ୍ବୁ ଚୋପା ଜାଣନ୍ତୁ...

Key Points
ଆପଣ ଲେମ୍ବୁ ଚୋପାକୁ ଘଷି ଚା, ସାଲାଡ କିମ୍ବା ସୁପରେ ମିଶାଇ ପାରିବେ
ଲେମ୍ବୁ ଚୋପାକୁ ପାଣିରେ ଫୁଟାଇ ପିଇପାରିବେ
ଲେମ୍ବୁ ଚୋପାକୁ ପାଉଡର କରି ମଧ୍ୟ ବ୍ୟବହାର କରିପାରିବେ
ଲେମ୍ବୁ ଚୋପାକୁ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ
ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନଠାରୁ କମ୍ ନୁହେଁ। ଏଥିରେ ଥିବା ପୋଷକତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବଢାଏ, ଓଜନ ହ୍ରାସ କରେ, ଚର୍ମ ଏବଂ କେଶ ପାଇଁ ଲାଭଦାୟକ। କିନ୍ତୁ ଲେମ୍ବୁ ବ୍ୟତୀତ ଏହାର ଚୋପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ ହୋଇଥାଏ । ଲେମ୍ବୁରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି । ଏହା ବ୍ୟତୀତ ଏଥିରେ ଭିଟାମିନ୍ ଏ, ପୋଟାସିୟମ୍, କ୍ୟାଲସିୟମ୍, ଫାଇବର, ଭିଟାମିନ୍ ବି୬, ଫୋଲେଟ୍, ପୋଟାସିୟମ୍ ଏବଂ ଫାଇବର ଭଳି ପୁଷ୍ଟିକର ତତ୍ତ୍ୱ ରହିଛି। ତେଣୁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଖାଲି ଲେମ୍ଵୁ ତାର ଚୋପାକୁ ମଧ୍ୟ ବିଭିନ୍ନ ପ୍ରକାରର ବ୍ୟବହାର କରିପାରିବେ ।
-ଲେମ୍ବୁ ଚୋପାକୁ ଫେସ୍ ମାସ୍କ, ଏୟାର ଫ୍ରେଶନର ତିଆରି କରିବାରେ ବ୍ୟବହାର କରାଯାଏ। ଲୋକମାନେ ଲେମ୍ଵୁ ଚୋପାକୁ ଖାଆନ୍ତି ମଧ୍ୟ । ଲେମ୍ବୁ ଚୋପା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । ଲେମ୍ବୁ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଭଳି ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । କାରଣ ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ।
-ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ସ୍କିନ୍ ପାଇଁ ବହୁତ ଭଲ ହୋଇଥାଏ । ଏହା ଡେଡ୍ ସ୍କିନକୁ ଦୂର କରି,ଦାଗ କମ କରିବାରେ ସାହାଯ୍ୟ କରେ।
-ଲେମ୍ବୁ ଚୋପାକୁ ଅନେକ ପ୍ରକାରେ ସେବନ କରାଯାଇପାରିବ। ଏଥିରୁ ଆପଣ ଡିଟକ୍ସ ପାଣି ତିଆରି କରିପାରିବେ। ଏହା ବ୍ୟତୀତ, ଲେମ୍ବୁ ଆଚାର ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଆପଣ ଲେମ୍ବୁକୁ ଖଣ୍ଡ ଖଣ୍ଡ କରି କାଟି ରାତିସାରା ପାଣିରେ ଭିଜାଇ ରଖି ପରଦିନ ସେହି ପାଣି ପିଇପାରିବେ।
-ଲେମ୍ବୁ ଚୋପାରେ ପେକ୍ଟିନ ନାମକ ଏକ ଉପାଦାନ ମିଳିଥାଏ। ପେକ୍ଟିନ ଶରୀରର ଓଜନ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମେଦବହୁଳତା ହ୍ରାସ କରିବା ପାଇଁ, ଆପଣ ଲେମ୍ବୁ ଚୋପାରେ ତିଆରି ଚା’ ପିଇପାରିବେ।
-ଲେମ୍ବୁ ଚୋପାରୁ ତିଆରି ଚା ପିଇବା କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ଲାଭଦାୟକ। ଲେମ୍ବୁ ଚୋପାରେ ମିଳୁଥିବା ପେକ୍ଟିନର ହାଇପୋକୋଲେଷ୍ଟେରୋଲେମିକ୍ ପ୍ରଭାବ କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ। ଲେମ୍ବୁ ଚୋପାରେ ପ୍ରଚୁର ପରିମାଣର କ୍ୟାଲସିୟମ ମିଳିଥାଏ। ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ ଜରୁରୀ। କ୍ୟାଲସିୟମ ଅଭାବରୁ ହାଡ଼ ଦୁର୍ବଳ ହୋଇଯାଏ।
ଲେମ୍ବୁ ଚୋପାକୁ ଏହିପରି କରନ୍ତୁ ବ୍ୟବହାର-
-ଆପଣ ଲେମ୍ବୁ ଚୋପାକୁ ଘଷି ଚା, ସାଲାଡ କିମ୍ବା ସୁପରେ ମିଶାଇ ପାରିବେ
-ଲେମ୍ବୁ ଚୋପାକୁ ପାଣିରେ ଫୁଟାଇ ପିଇପାରିବେ
-ଲେମ୍ବୁ ଚୋପାକୁ ପାଉଡର କରି ମଧ୍ୟ ବ୍ୟବହାର କରିପାରିବେ
-ଲେମ୍ବୁ ଚୋପାକୁ ମିଠା ଏବଂ ଅନ୍ୟାନ୍ୟ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ