Loneliness / ଏକା ରହୁଥିଲେ ସାବଧାନ: ଏକାକୀ ରହିବା ଦିନକୁ ୧୫ ଟି ସିଗାରେଟ୍ ଟାଣିବା ସହିତ ସମାନ

Key Points
ଅଧିକ ଭାବିଲେ କ୍ୟାନସର ।
ଏକା ରହୁଥିଲେ ସାବଧାନ: ୧୫ଟି ସିଗାରେଟ୍ ଟାଣିବା ସହ ସମାନ ଏକାକୀପଣ !
ଏକାକୀ ରହିବା ସ୍ୱାସ୍ଥ୍ୟ ପାଇଁ କେତେ ବିପଦଜନକ ?
ବର୍ତ୍ତମାନ ସମୟରେ କର୍କଟ ରୋଗ ବିଶ୍ୱର ସବୁଠାରୁ ବଡ଼ ଏବଂ ମାରାତ୍ମକ ରୋଗ ହୋଇଗଲାଣି, ଯାହା ଦ୍ଵାରା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଉଛି । ଅଉ ଯଦି ରିପର୍ଟ ଦେଖିବା ତେବେ ଦେଖାଯାଉଛି ଯେ ଅଧିକାଶଂ ଯୁବପିଢ଼ି ଏହି ବିପଦରେ ଅଛନ୍ତି । ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଏପଟ ସେପଟ ଏହାର କାରଣ ହୋଇଥିଲେ ବି ଅନେକ ଅଧ୍ୟୟନ ମଧ୍ୟ ବଢୁଥିବା ପ୍ରଦୂଷଣ, ରାସାୟନିକ ପଦାର୍ଥର ଅତ୍ୟଧିକ ସଂସ୍ପର୍ଶ ଏବଂ ଧୂମପାନ ଏବଂ ମଦ୍ୟପାନ ଏହାର କାରଣ ବୋଲି କୁହାଯାଏ ।
ବୈଜ୍ଞାନିକମାନଙ୍କ ଏକ ଟିମ୍ ଏବେ କର୍କଟ ରୋଗର ବିପଦ ଉପରେ ଏକ ଅଧ୍ୟୟନରେ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଛନ୍ତି । ଚୀନ୍ ବୈଜ୍ଞାନିକମାନଙ୍କର ଏକ ଟିମ୍ ରିପୋର୍ଟ କରିଛନ୍ତି ଯେ ଯେଉଁମାନେ ଏକାକୀ ରୁହନ୍ତି ଏବଂ ସୀମିତ ସାମାଜିକ ସମ୍ପର୍କ ରଖନ୍ତି, ଆଉ ଅଧିକ ଭାବନ୍ତି ସେମାନଙ୍କ ମଧ୍ୟରେ ସମୟ ସହିତ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ହୋଇଥାଏ ।
ପୂର୍ବରୁ ଅନେକ ଅଧ୍ୟୟନ ଏକଲାପଣ ଏବଂ ଏହାର ସ୍ୱାସ୍ଥ୍ୟ ବିପଦ ବିଷୟରେ ସତର୍କ କରାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ପ୍ରତି ଛଅ ଜଣଙ୍କ ମଧ୍ୟରୁ ଜଣେ ଏକଲାପଣରେ ପୀଡିତ । ଏହି ଅବସ୍ଥା ଏବେ ଏକ ନୀରବ ମହାମାରୀ ହେବାକୁ ଯାଉଛି ।
ଆମେରିକୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏକା ରହିବାର କ୍ଷତିକାରକ ପ୍ରଭାବ ଦିନକୁ ୧୫ ଟି ସିଗାରେଟ୍ ଟାଣିବା ସହିତ ସମାନ । ଏକଲାପଣ ଡିମେନ୍ସିଆ ଭଳି ଗମ୍ଭୀର ଅବସ୍ଥା ହେବାର ଆଶଙ୍କା ୫୦% ବୃଦ୍ଧି କରେ । କରୋନାରୀ ଧମନୀ ରୋଗ କିମ୍ବା ଷ୍ଟ୍ରୋକର ଆଶଙ୍କା ୩୦ ପ୍ରତିଶତ ମଧ୍ୟ ବୃଦ୍ଧି କରାଏ । ଏହା ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଏକ ପ୍ରମୁଖ କାରଣ ମଧ୍ୟ ହୋଇପାରେ ।
ଏକଲାପଣ କର୍କଟ ରୋଗର କାରଣ
ଏକ ରିପୋର୍ଟ ଅନୁସାରେ ଏକଲାପଣ ଯୋଗୁଁ କର୍କଟ ରୋଗର ବିପଦ ବୃଦ୍ଧି ପାଇବା ବିଷୟରେ ଲୋକଙ୍କୁ ସତର୍କ କରାଯାଇଛି । ଏହି ଅଧ୍ୟୟନରେ ୩୫,୦୦୦ରୁ ଅଧିକ ବୟସ୍କଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଛି । ଏହା ଜଣାପଡ଼ିଛି ଯେ ସାମାଜିକ ଭାବରେ ବିଚ୍ଛିନ୍ନ ଥିବା ଲୋକଙ୍କ ମଧ୍ୟରେ କର୍କଟ ରୋଗ ହେବାର ଆଶଙ୍କା ଅଧିକ । ତଥାପି, ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ କେବଳ ଏକଲାପଣ ହିଁ ବିପଦର କାରଣ ନୁହେଁ । ଏକଲାପଣ ସହିତ ଚିନ୍ତ, ଖରାପ ଜୀବନଶୈଳୀ ଅଭ୍ୟାସ ଏବଂ ଯନ୍ତ୍ରଣା ଭଳି କାରଣଗୁଡ଼ିକ ମଧ୍ୟ ବିପଦକୁ ବୃଦ୍ଧି କରିପାରେ ।
📱 Get Argus News App
✨Related Topics
Explore more stories