ଏବେ ହିଁ ଖାଦ୍ୟରେ ସାମିଲ କରନ୍ତୁ ପଦ୍ମନାଡ...

ଶରୀର... ଏହାକୁ ସୁସ୍ଥ ରଖିବା ପାଇଁ ସାଧାରଣ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ୱନ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଶରୀର ପାଇଁ ମହୌଷଧୀ ପଦ୍ମନାଡ। ବଢ଼ୁଥିବା ଓଜନ ଚିନ୍ତାରେ ପକାଉଥିଲେ ଖାଦ୍ୟରେ ସାମିଲ୍ କରନ୍ତୁ ପଦ୍ମନାଡ। ପଦ୍ମନାଡର ନିୟମିତ ସେବନ ଦ୍ୱାରା ଶରୀରରେ ରକ୍ତର ଅଭାବ ମଧ୍ୟ ଦୂର ହୁଏ। ପଦ୍ମନାଡ ଖାଇବାଦ୍ୱାରା ଶରୀରରେ ଲାଲ୍ ରକ୍ତ ସେଲ୍ସର ମାତ୍ରା ବଢ଼େ ଯାହାଦ୍ୱାରା ହିମୋଗ୍ଲୋଭିନର ଅଭାବ ମଧ୍ୟ ଦେଖାଯାଏନାହିଁ। ପଦ୍ମନାଡରେ ଥିବା ପାୟରୋଡାକ୍ସିନ୍ ଚାପ କମାଇବାରେ ସାହାଯ୍ୟ କରେ। ପଦ୍ମନାଡ ଶରୀରରେ ଡିଟକ୍ସ କରିବାର କାମ ମଧ୍ୟ କରେ। ଏଥିରେ ଥିବା ଅକ୍ସିଆଣ୍ଟିଡେଣ୍ଟ ଗୁଣ ଲିଭର ଏବଂ କିଡନୀ ଉପରେ ଥିବା ଅକ୍ସିଡେଟିଭ୍ ଷ୍ଟ୍ରେସର ପ୍ରଭାବକୁ କମ୍ କରିବାରେ ସହାୟକ ହୁଏ ଯାହା ଶରୀରର ମଇଳାକୁ ସଫା କରିବାର କାମ କରେ।
ଏଥିରେ କ୍ୟାଲୋରୀର ମାତ୍ରା କମ୍ ଏବଂ ଫାଇବରର ମାତ୍ରା ଅଧିକ ଥିବାରୁ ପଦ୍ମନାଡର ରେସିପିକୁ ଖାଇବା ପରେ ଏହା ଲମ୍ୱା ସମୟ ପର୍ଯ୍ୟନ୍ତ ଭୋକ କରାଏ ନାହିଁ ଏବଂ ପେଟ ମଧ୍ୟ ଫୁଲ୍ ରହିଥାଏ। ଯାହାଦ୍ୱାରା ବାରମ୍ୱାର ଭୋକ ଲାଗିବାର ଟେନସନ୍ ମଧ୍ୟ ରୁହେନି ଏବଂ ଓଜନ ମଧ୍ୟ କଣ୍ଟ୍ରୋଲରେ ରୁହେ। ପଦ୍ମନାଡ ସେବନ ଦ୍ୱାରା ପାଚକ ପ୍ରକ୍ରିୟା ଭଲ ରହିଥାଏ। ଏଥିରେ ଥିବା ଫାଇବର୍ କୋଷ୍ଟକାଠିନ୍ୟ ଏବଂ ପେଟଫୁଲା ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ।
ବ୍ଲଡସୁଗାର୍ ସହ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରେ ପଦ୍ମନାଭ। ଏଥିରେ ଡାଇଟରୀ ଫିାଇବର ମହଜୁଦ୍ ଥିବାରୁ ଏହା କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରେ। ଏଥିରେ ଥିବା ଇଥେନାଲ୍ ଅର୍କ ବ୍ଲଡସୁଗାରକୁ କଣ୍ଟ୍ରୋଲରେ ରଖିବାରେ ସହାୟକ ହୁଏ। ଆଜି ହିଁ ନିଜ ଖାଦ୍ୟରେ ସାମିଲ କରନ୍ତୁ ପଦ୍ମନାଡ ଏବଂ ସୁସ୍ଥ ରୁହନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: