ଗାଡି ଧକ୍କାରୁ ନିବିଡ଼ ପ୍ରେମ ... ଭାଗ୍ୟ କରିଦେଲା ଏକାଠି

କଥାରେ ଅଛି ସତ ପ୍ରେମ ଭାଗ୍ୟରେ ଥିଲେ କଷ୍ଟରେ ମିଳେ। ବାସ୍ ଖାଲି ଟିକେ ଧର୍ଯ୍ୟ ଆଉ ଟିକେ ଅପେକ୍ଷା। ପ୍ରେମ ଥରେ ହେଇଗଲେ ଚାଲିଲେ ବାଟ ସେରନି , କି ଅଟକିଲେ ମନ ବୁଝେନି, ଅପେକ୍ଷା ତାକୁ ଥାଏ ଯାହାକୁ ପାଇବାକୁ ମନ ସବୁବେଳେ ଖୋଜୁଥାଏ। ତାପାଇଁ ଓଠକୁ ଭଲ ଲାଗୁନଥିବା ନାଲି ଚା ବି ଭଲଲାଗେ। ଶୀତ ସକାଳରେ ଥକା ମାରୁଥିବା ପାଦ ବି ଜୋରରେ ଜୋରରେ ଚାଲେ।
ସେମିତି ଏକ ନିଆରା ପ୍ରେମ କାହାଣୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଘଟଣା ଚୀନର, କିନ୍ତୁ ଆଲୋଚନ ଚାରିଆଡେ। ଏ ସତ ପ୍ରେମ ନାଁ କଳ୍ପନାର କାହାଣୀ ? କିଏ ଲେଖି ଦେଇଛି !
୨୦୨୩ ଡିସେମ୍ବରରେ ଏଇ ନିଆରା ପ୍ରେମର ପଡିଥିଲା ମୁଳଦୁଆ। ଗୋଟେ ସଡକ ଦୁର୍ଘଟଣା ପରେ ସାତ ଜନ୍ମର ସାଥି ହେବାକୁ ନେଇଥିଲେ ନିଷ୍ପତ୍ତି। ପୁଅର ନାଁ ଲି' । ସେଦିନ ଲି କୌଣସି କାମ ପାଇଁ ଦୃତ ଗତିରେ କାର୍ ନେଇ ଯାଉଥାନ୍ତି। କେହି କିଛି ବୁଝିବା ଆଗରୁ ହଠାତ୍ ଲି'ଙ୍କ କାର୍ ଆଗକୁ ଚାଲି ଆସନ୍ତି ଜଣେ ସାଇକେଲ ଧରିଥିବା ଝିଅ ଟିଏ। ଆଉ ଲି'ଙ୍କ ଗାଡି ଧକ୍କାରେ ଗୁରୁତର ହୁଏ ଝିଅଟି। ଝିଅଟିର ଗଳା ହାଡ ଭାଙ୍ଗି ଯାଇଥାଏ।
ତଥାପି ଝିଅଟି ମୁହଁରେ ଲି' ଙ୍କ ପ୍ରତି ରାଗ ନଥାଏ। ଲି' ତାଙ୍କୁ କ'ଣ ହୋଇଛି ବୋଲି ପଚାରିବାରୁ ସେ ସ୍ମିତ ହସି କହିଲେ ନାଁ, ଠିକ ଅଛି ଆପଣ ଆସନ୍ତୁ। ହେଲେ ଏଇ କଥାକୁ ସହଜରେ ଗ୍ରହଣ କରି ପାରିନଥିଲେ ଲି'। ଏମିତିକି ଦୁର୍ଘଟଣାର କୌଣସି କ୍ଷତି ପୂରଣ ଦାବି କରିନଥିଲେ ଝିଅଟିର ପରିବାର ଲୋକେ। ଯାହା ପ୍ରଭାବିତ କରିଥିଲା ଲି'ଙ୍କୁ। ଝିଅଟିର ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ସେ ପ୍ରତିଦିନ ଡାକ୍ତରଖାନା ଯାଇ ଦେଖା ଶୁଣା କରୁଥିଲେ। ଧିରେଧିରେ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୁଏ ବନ୍ଧୁତା। ପରବର୍ତ୍ତୀ ସମୟରେ ଏହି ବନ୍ଧୁତା ପରିଣତ ହୁଏ ପ୍ରେମରେ। ହେଲେ ଉଭୟଙ୍କ ମଧ୍ୟରେ ବୟସର ବ୍ୟବଧାନ ୯ ବର୍ଷ ଅଧିକ ଥିବାରୁ ଉଭୟ ନିଷ୍ପତ୍ତି ବଦଳାଇଥିଲେ।
📱 Get Argus News App
✨ଏମିତି କିଛି ଦିନ ପରେ ଦୁହିଁଙ୍କର ପୁଣି ଥରେ ଦେଖା ହୋଇଥିଲା। ଝିଅଟି ଜାଣିବାକୁ ପାଇଥିଲା ଲି'ବହୁତ ଋଣ ଗ୍ରସ୍ତ ଅଛନ୍ତି। ଯେଉଁଥିପାଇଁ ତାଙ୍କର ବାହାଘର ହେଶି ପାରୁନି। କାରଣ ଋଣ ଭାର ଅଧିକ ଥିବାରୁ ଝିଅ ଘରକୁ ଯୌତୁକ ଦେବାକୁ ସକ୍ଷମ ନଥିଲେ ଲି। ଚୀନରେ ଏକ ପ୍ରଚଳିତ ପରମ୍ପରା ଅଛି, ଏଠାରେ ବିବାହ ସମୟରେ ପୁଅ ଘର ଝିଅ ପକ୍ଷକୁ ଯୌତୁକ ଦେଇଥାନ୍ତି। ଝିଅଟି ଏଇ କଥା ଜାଣିବା ପରେ ଏକ ପ୍ରସ୍ତାବ ଦେଇଥିଲା, ଝିଅଟି କହିଥିଲା ଆପଣ ଯେଉଁ ଟଙ୍କା ବାହାଘର ବେଳେ ଝିଅ ପକ୍ଷକୁ ଦେଇଥାନ୍ତେ ସେଇ ଟଙ୍କାକୁ ଆପଣ ବ୍ୟବସାୟରେ ଲଗାନ୍ତୁ। ମୁଁ ଆପଣଙ୍କୁ ସେମିତି ବିବାହ କରିବି।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଝିଅଟିର ଲି'ଙ୍କ ଗାଡିରେ ଦୁର୍ଘଟଣା ହେବା ପୂର୍ବରୁ ୬ ଥର ଦୁର୍ଘଟଣା ହୋଇ ସାରିଥିଲା। ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଝିଅଟିର ପରିବାର ଲୋକ ଚିନ୍ତାରେ ଥିଲେ। କିନ୍ତୁ ଲି'ଙ୍କ ଗାଡି ସହ ଦୁର୍ଘଟଣା ହେବା ପରେ ଝିଅଟିର ଆଉ ଗାଡ଼ି ଦୁର୍ଘଟଣା ହୋଇନଥିଲା। ଚୀନରେ ଏହି ପ୍ରେମ କାହାଣୀଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କେହିକେହି ଏହାକୁ ଏକ କଳ୍ପନାର କାହାଣୀ କହୁଥିବା ବେଳେ ଆଉ କେହି କହୁଛନ୍ତି ଭାଗ୍ୟ ଏକାଠି କରି ଦେଇଛି ଦୁହିଁଙ୍କୁ।