ନୂଆ ଶୈଳିରେ ବନାନ୍ତୁ ପନିର୍ ଭଳି ଦେଖା ଯାଉଥିବା ଅଣ୍ଡା ଚିଲ୍ଲି

ସବୁବେଳେ ସମସ୍ତେ ଅଣ୍ଡାର ତରକାରୀ, ଭୁଜିଆ, ତଡକା ଖାଇ ଖାଇ ବିରକ୍ତ ହୋଇଗଲେଣି । ଆଉ ସବୁ ଭାବନ୍ତି କିଛି ନୂଆ ଚଟପଟା ଭଲ ଜିନିଷ ଖାଇବାକୁ । ତେବେ ଅଣ୍ଡାର ଏହି ରେସିପି ଆପଣଙ୍କୁ ପସନ୍ଦ ଆସିବ ନିଶ୍ଚୟ । ଆଉ ଆଣ୍ଡା ସମସ୍ତଙ୍କୁ ପସନ୍ଦ ଆସିଥାଏ ।ଆଉ ନନ୍-ଭେଜ୍ ପ୍ରେମୀମାନେ ପନିର ବଦଳରେ ଏହାକୁ ପ୍ରତିଦିନ ଖାଇବାକୁ ପସନ୍ଦ କରିବେ । ଆଣ୍ଡରୁ ସ୍ବାଦିଷ୍ଟ ଚିଲି ପ୍ରସ୍ତୁତ କରନ୍ତୁ ଏହା ଖାଇବାକୁ ଏତେ ସୁଆଦିଆ ଯେ ନାଁ ଶୁଣିବା ମାତ୍ରେ ପାଟିରେ ଲାଳ ଆସିଯାଏ । ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଅଣ୍ଡା ଚିଲି । ଏହାକୁ ଆପଣ ଭାତ, ରୁଟି, ନାନ୍ ସବୁଥିରେ ଲଗେଇ ଖାଇପାରିବେ ।
ଆବଶ୍ୟକ ସାମଗ୍ରୀ
ଅଣ୍ଡା ୪, ପିଆଜ ୨, କ୍ୟାପିସକମ୍ ୧,କଟା ରସୁଣ, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା, ଗରମ ମସଲା ଗୁଣ୍ଡ, ଟୋମାଟ ସସ୍, ଚିଲି ସସ୍ ତେଲ ଓ ସ୍ୱାଦନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଅଣ୍ଡାକୁ ଏକ ପତ୍ରରେ ଭଙ୍ଗିରଖନ୍ତୁ । ସେଥିରେ କିଛି ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ
ପରେ ଚୁଲିରେ କଡ଼େଇ ବସାଇ ପାଣି ଗରମ କରନ୍ତୁ। ସେହି କଡ଼େଇରେ ଏକ ଷ୍ଟାଣ୍ଡ ରଖି ତା'ଉପରେ ସେହି ପାତ୍ର ରଖି ଘୋଡାଇ ଦିଅନ୍ତୁ। କିଛି ସମୟ ପରେ ଏହା ଭଲ ଭାବରେ ସିଝିଗଲା ପରେ ଏହାକୁ ଥଣ୍ଡା କରି ପ୍ଲେଟରେ କାଢି ଛୋଟ ଛୋଟ ଖଣ୍ଡ କାଟି ଦିଅନ୍ତୁ ।
ଆଉ ଏକ କଡ଼େଇରେ ତେଲ ପକାଇ ଛୋଟ ଛୋଟ ଅଣ୍ଡା ଖଣ୍ଡକୁ ଭଲ ଭବରେ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । କଟା ପିଆଜ ଓ କ୍ୟାପସିକମ୍ ଭାଜନ୍ତୁ ସେଥିରେ କଟା ରସୁଣ ପକାନ୍ତୁ । ଏହା ଭଲ ଭାବରେ ଭଜି ହୋଇଗଲା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା, ଗରମ ମସଲା ଗୁଣ୍ଡ, ଟୋମାଟ ସସ୍, ଚିଲି ସସ୍, ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ
ଏବେ ଭଜାହେଇରହିଥିବା ଅଣ୍ଡାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ । ଉପରେ କିଛି କଟା ଧନିଆ ପତ୍ର ,ଗରମ ମଲସା ପକାଇ ଗରମ ଗରମ ପରଷି ଦିଅନ୍ତୁ ଭାତ, ରୁଟି କି ନାନ୍ ସହ ।