Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସିଝା ଆଳୁରେ ଚଟାପଟ୍ ପଟାଟୋ ଲଲିପପ୍ ବନାନ୍ତୁ

Rashmita Mishra
Browse all articles by Rashmita Mishra
·1 year ago·2 min read
ସିଝା ଆଳୁରେ ଚଟାପଟ୍ ପଟାଟୋ ଲଲିପପ୍ ବନାନ୍ତୁ

ଅର୍ଗସ ବ୍ୟୁରୋ: ସବୁବେଳେ ସମସ୍ତେ ସିଙ୍ଗଡା, ବରା, ପକୁଡି ଖାଇ ବିରକ୍ତ ହୋଇଗଲେଣି । ଆଉ ସବୁ ଭାବନ୍ତି କିଛି ନୂଆ ଚଟପଟା ଭଲ ଜିନିଷ ଖାଇବାକୁ । ତେବେ ସିଝା ଆଳୁର ଏହି ରେସିପି ଆପଣଙ୍କୁ ପସନ୍ଦ ଆସିବ ନିଶ୍ଚୟ । ଆଳୁ ଓଡିଆ ଘରର ଏକ ମୁଖ୍ୟ ଖାଦ୍ୟ । ସବୁ ପ୍ରକାର ବ୍ୟଞ୍ଜନରେ ଆଳୁର ବ୍ୟବହାର କରାଯାଏ । ତେବେ କେବଳ ଭଜା, ତରକାରୀ କି ସିଙ୍ଗଡା-ଆଳୁଚପ୍ ନୁହେଁ, ଆପଣ ଆଳୁରୁ ସ୍ବାଦିଷ୍ଟ ପଟୋଟା ଲଲିପପ୍ ପ୍ରସ୍ତୁତ କରିପାରିବେ । ଏହା ଖାଇବାକୁ ଏତେ ସୁଆଦିଆ ଯେ ନାଁ ଶୁଣିବା ମାତ୍ରେ ପିଲାଙ୍କ ପାଟିରେ ଲାଳ ଆସିଯାଏ । ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ପଟାଟୋ ଲଲିପପ୍ ।


ପଟାଟୋ ଲଲିପପ୍ ପ୍ରସ୍ତୁତି ସାମଗ୍ରୀ:-

4 ମଧ୍ୟମ ଆକାରର ଆଳୁ, ଅଧା କପ୍ ବ୍ରେଡକ୍ରମ୍ବ୍, 2ବଡ କପ ମଇଦା, 2 ବଡ ଚାମଚ କର୍ନ ପାଉଡର, କଟା ପିଆଜ,ଛୋଟ ଚାମଚ ଅଦା ରସୁଣ ଛେଚା, ଧନିଆ ପତ୍ର, ଲଙ୍କା ପାଉଡର, ଲେମ୍ବୁ ରସ, ଲୁଣ, କଞ୍ଚାଲଙ୍କା, ଜୁଆଣି, ତେଲ ।


ପ୍ରସ୍ତୁତି ପ୍ରଣାଳୀ:-


ପ୍ରଥମେ ଆଳୁ ସିଝାଇ ଚଟକି ରଖନ୍ତୁ । ଏଥିରେ ବ୍ରେଡକ୍ରମ୍ବ୍, କଟା ପିଆଜ, ଅଦା ରସୁଣ ଛେଚା, ଲଙ୍କା ପାଉଡର, ଜୁଆଣି, କଟା କଞ୍ଚା ଲଙ୍କା, ଧନିଆ ଓ ସ୍ବାଦ ଅନୁସାରେ ଲୁଣ ମିଶାଇ ଭଲ ଭାବେ ଗୋଳାନ୍ତୁ ।


ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ । ଯାହାଫଳରେ ଏହି ମିଶ୍ରଣ ଭଲ ଭାବେ ସେଟ୍ ହୋଇଯିବ । ଏହାପରେ ହାତରେ ତେଲ ଲଗାଇ ଆଳୁ ମିଶ୍ରଣକୁ ଛୋଟ ଛୋଟ ବଲ ଆକାରରେ ଗଢନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଏକ ପାତ୍ରରେ ମଇଦା ଓ କର୍ନ ନେଇ 4-5 ଚାମଚ ପାଣି ମିଶାଇ ଗୋଳାନ୍ତୁ । ଏହି ମିଶ୍ରଣ ଏପରି ଗାଢ କରନ୍ତୁ ଯାହା ଆପଣଙ୍କ ଆଳୁ ବଲରେ ଭଲରେ ଲାଗୁଥିବ ।


ଏବେ ଆଉ ଏକ ପାତ୍ରରେ ବ୍ରେଡକ୍ରମ୍ବ୍ ନେଇ ସେଥିରେ ଚିଲି ଫ୍ଲେକ୍ସ, ଅରିଗାନୋ ମିଶାନ୍ତୁ । ଏବେ ଆଳୁ ବଲକୁ ମଇଦାରେ ବୁଡାନ୍ତୁ ଏବଂ ଏହାପରେ ବ୍ରେଡକ୍ରମ୍ବ୍ ରେ ରୋଲ କରନ୍ତୁ ।


ଗୋଟିଏ ଆଳୁ ବଲକୁ ଏହିପରି ଦୁଇଥର କରନ୍ତୁ । ଏବେ ସେଥିରେ କାଠି ଲଗାଇ ତେଲରେ ଛାଣନ୍ତୁ ।


ଏହାକୁ ଡ୍ରିପ ଫ୍ରାଏ କରନ୍ତୁ । ଏହା ବାଦାମୀ ରଙ୍ଗ ଓ କୁରକୁରେ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏଠାରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପଟାଟୋ ଲଲିପପ୍ ।



Sponsored
make-a-pattapot-with-boiled-potatoes-pattato-lollipop | Argus News