ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ "ଚିଜ୍ ବୈଦା ରୋଟି" , ଜାଣନ୍ତୁ ପ୍ରଣାଳୀ..

ରୁଟି ଆମର ସମସ୍ତଙ୍କର ଦୈନନ୍ଦିନ ଖାଦ୍ୟ । ଦିନକୁ ଥରେ ହେଲେ ବି ସମସ୍ତେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ ଭାବେ ଅଧିକ ମଧୁମେହ ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ଭାତ ନଖାଇ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଆପଣ ପ୍ରତିଦିନ ସାଧାରଣ ଗହମରେ ତିଆରି ରୁଟି ଖାଉଥିବେ । ହେଲେ ଏହାକୁ ଆଉ ଟିକେ ମସଲାଦାର ଆଉ ଟେଷ୍ଟି ବନାଇବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ "ଚିଜ୍ ବୈଦା ରୋଟି" । ଯାହାକୁ ଘରେ ଆପଣ ସହଜରେ ପ୍ରସ୍ତୁତ କରି ପାରିବେ । ତେବେ କେମିତି ଏହାକୁ ଘରେ ତିଆରି କରିବେ, ଏଥିପାଇଁ କେଉଁ ସାମଗ୍ରୀ ଦରକାର ଆସନ୍ତୁ ଜାଣିବା ।
ପ୍ରଥମେ ଅଟାଗୁଳା କରିବା ପାଇଁ ୨ କପ୍ ମଇଦା, ୧ ଚାମଚ ଲୁଣ, ୧ରୁ ୨ଚାମଚ ତେଲ, ୧ରୁ ୪ କପ୍ କ୍ଷୀର ଏବଂ ପାଣି ଆବଶ୍ୟକ ମୁତାବକ । ଏଥିସହ ଏହା ଭିତର ମସଲା ପ୍ରସ୍ତୁତ ପାଇଁ ୨୫୦ ଗ୍ରାମ ଚିକେନ କିମା, ୨ଟି ଛୋଟଛୋଟ କଟା ହୋଇଥିବା ପିଆଜ, ୬ରୁ ୭ଟି କଟାଲଙ୍କା , ୧ଚାମଚ ଅଦା ରସୁଣ ପେଷ୍ଟ, ୧ରୁ ଦେଢ ଚାମଚ ଧନିଆ ପତ୍ର , ୧ରୁ୨ ଚାମଚ ପୁଦିନା ପତ୍ର, ୧ରୁ୨ ଚାମଚ ଲେମ୍ବୁରସ, ୧ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଗରମ ମସଲା , ୧ଚାମ ଧନିଆ ପାଉଡର,ଜିରା ପାଉଡର, ପାନମଧୁରୀ ପାଉଡର, ୨ ଚାମଚ ତେଲ, ଆବଶ୍ୟକ ଅନୁସାରେ ଲୁଣ, ୩ରୁ ୪ଟି ଅଣ୍ଡା, ୧ରୁ୪ ଚାମଚ ଜାଇଫଳ ଗୁଣ୍ଡ , ୫ ଚାମଚ ଚିଜ୍ ସ୍ଲାଇସ ।
ପ୍ରଥମେ ମଇଦା, ତେଲ, ଲୁଣ ଏବଂ କ୍ଷୀର ସାହାଯ୍ୟରେ ରୁଟି ପାଇଁ ଗୁଳା ପ୍ରସ୍ତୁତ କରନ୍ତୁ । ଏହାକୁ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ଏହାପରେ ଚିକେନ କିମାକୁ ଭଲ ଭାବରେ ଧୋଇ ଏହାକୁ ସିଝାଇ ଦିଅନ୍ତୁ । ଅଳ୍ପ ଆଞ୍ଚରେ ଚିକେନକୁ ସିଝାଇବାକୁ ଚେଷ୍ଟା କରିବେ । ଏହା ସିଝିକି ଡ୍ରାଏ ହେବାଯାଏଁ ଏହାକୁ ଗୋଳାଇ ଦିଅନ୍ତୁ ।
ଅନ୍ୟପଟେ କଡେଇ ଗରମ କରି ସେଥିରେ ତେଲ ଗରମ କରନ୍ତୁ । ତେଲ ଗରମ ହେବାପରେ ସେଥିରେ ଅଦାରସୁଣ ପେଷ୍ଟ, କଞ୍ଚାଲଙ୍କା ପକାନ୍ତୁ । ପୁଣି କଟା ହୋଇ ରଖିଥିବା ପିଆଜକୁ ମିଶାଇ ଘାଣ୍ଟନ୍ତୁ । ଏହାର ରଙ୍ଗ ଅଳ୍ପ ବଦଳିବା ପରେ ଏଥିରେ ଚିକେନ କିମା ମିଶାଇ ୫ ମିନିଟ୍ କଷନ୍ତୁ । ପରେ ଏଥିରେ ଆବଶ୍ୟକ ଥିବା ଉପରୋକ୍ତ ମସଲାଗୁଡିକ ଗୋଟେ ପରୋ ଗୋଟେ ପକାଇ ଦଇନ୍ତୁ । ଏବଂ ପୁଣି ୨ ମିନିଟ୍ ଯାଏଁ କଷିବାକୁ ଲାଗନ୍ତୁ । ପରେ କିଛି ସମୟ ଥଣ୍ଡା ହେବାପାଇଁ ଛାଡି ଦିଅନ୍ତୁ ।
ଅନ୍ୟପଟେ ଅଣ୍ଡାଗୁଡିକ ଅଳ୍ପ ଲୁଣରେ ହୋଲକା ଫ୍ରାଏ କରିଦିଅନ୍ତୁ । ଏହାପରେ ପ୍ରସ୍ତୁତ ହୋଇ ରହିଥିବା ଗୁଳାରୁ ଗୋଲ ରୁଟି ପ୍ରସ୍ତୁତ କରନ୍ତୁ । ପ୍ରତ୍ୟେକ ରୁଟିରେ ଚିଜ୍ ସ୍ଲାଇସ୍ ସହ ଗୋଟେ ଚାମଚ କିମା ଷ୍ଟପିଂ ଭିତରେ ଦିଅନ୍ତୁ । ଏହାପରେ ଭିତରେ ଅଣ୍ଡାକୁ କାଟି ଏହାର ଛୋଟଛୋଟ ଖଣ୍ଡକୁ ଦିଅନ୍ତୁ । ଏହାପରେ ଏହାକୁ ୪ କୋଣିଆ ଭାବରେ ପ୍ରସ୍ତୁତ କରନ୍ତୁ । ପରେ ତାୱା ଗରମ କରି ଏଥିରେ ଘିଅ ନଚେତ ତେଲ ଗରମ କରନ୍ତୁ । ଏହାକୁ ଖଡିକା ସାହାଯ୍ୟରେ ପ୍ରେସ କରନ୍ତୁ । ଏହାପରେ ଏହି ରୁଟିର ଉପରି ଭାଗରେ ଏକ ଅଣ୍ଡାକୁ ଭାଙ୍ଗି ପକାଇ ଦଇନ୍ତୁ । ଅନ୍ୟ ପାର୍ଶ୍ବରେ ମଧ୍ୟ ସମାନ ପକାଇ ଦିଅନ୍ତୁ । ଉଭୟ ପାର୍ଶ୍ବକୁ ଗୋଲ୍ଡେନ ବ୍ରାଉନ ହେବାଯାଏଁ ଫ୍ରାଏ କରନ୍ତୁ । ଏହାପରେ ଏହି ରୁଟିକୁ ତିନିକୋଣିଆ ଭାବେ କାଟି ଦିଅନତୁ ଏବଂ ପୁଦିନା ଚଟନୀ ସହ ବାଢି ପରିବାରଙ୍କୁ ଖାଇବାକୁ ଦିଅନ୍ତୁ ।