ଘରେ ବନାନ୍ତୁ ସୁଆଦିଆ ଓ ସ୍ୱାସ୍ଥ୍ୟକର ପନୀର ଟିକ୍କା

Key Points
ପନୀର ଟିକ୍କା କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ
ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ଖାଇବା, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ପନୀର ଟିକ୍କାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
୨୫୦ ଗ୍ରାମ୍ ପନୀର, ୧ ସିମଲା ଲଙ୍କା, ୧ ପିଆଜ, ୧ ଗିନା ଦହି, ୧ ଚାମଚ ଅଦା-ରସୁଣ ପେଷ୍ଟ, ୧ ଚାମଚ ଗରମ ମସଲା, ୨ ଚାମଚ ହଳଦି ପାଉଡର, ଲାଲ ଲଙ୍କା ପାଉଡର, ଗରମ ମସଲା, ଲୁଣ ସ୍ୱାଦାନୁସାରେ, ତେଲ ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
ପନୀର ଟିକ୍କା ବନାଇବା ପାଇଁ ସର୍ବପ୍ରଥମେ ଏହାର ମସଲା ପ୍ରସ୍ତୁତ କରନ୍ତୁ।
ଏବେ ଗୋଟେ ପାତ୍ରରେ ଦହି, ଅଦା-ରସୁଣ ପେଷ୍ଟ, ହଳଦି ପାଉଡର, ଲାଲ ଲଙ୍କା ପାଉଡର ଏବଂ ଗରମ ମସଲା ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
ଏବେ ପନୀର, ସିମଲା ଲଙ୍କା ଏବଂ ପିଆଜକୁ ଛୋଟ ସାଇଜରେ କାଟି ଦିଅନ୍ତୁ। ଏହି କ୍ୟୁବ୍ସକୁ ଦହି ମିଶ୍ରଣରେ ପକାଇ ମ୍ୟାରିନେଟ କରନ୍ତୁ ଏବଂ ଅଧ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ।
ଏହାପରେ ମିଡିୟମ୍ ଆଞ୍ଚରେ ପ୍ୟାନରେ ତେଲ ପକାଇ ଗରମ ହେବା ପାଇଁ ରଖନ୍ତୁ।
ପନୀର କ୍ୟୁବ୍ସକୁ ଟୁଥପିକ କିମ୍ବା ଷ୍ଟିକ୍ସରେ ଲଗାଇ ପ୍ୟାନରେ ରଖି ପ୍ରସ୍ତୁତ କରନ୍ତୁ। ମଝିରେ ମଝିରେ ଷ୍ଟିକ୍ସକୁ ଓଲାଟାଇ ପନୀରକୁ ଭଲଭାବେ ହେବାକୁ ଦିଅନ୍ତୁ।
ପନୀର ଯେତେବେଳେ ଗୋଲଡେନ୍ ବ୍ରାଉନ ହୋଇଯିବ ସେତେବେଳେ ପନୀର ଟିକ୍କାକୁ ପ୍ଲେଟକୁ ବାହାର କରିଦିଅନ୍ତୁ
ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପନୀର ଟିକ୍କା। ଏହାକୁ ଗ୍ରୀନ୍ ଚଟଣୀ ସହିତ ସର୍ଭ କରନ୍ତୁ।