Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ରାଖୀ ପୂଣ୍ଣିମାରେ ଘରେ ବନାନ୍ତୁ ସୁଆଦିଆ କାଜୁ କତଲୀ

Rashmita Mishra
Browse all articles by Rashmita Mishra
·11 months ago·1 min read
ରାଖୀ ପୂଣ୍ଣିମାରେ ଘରେ ବନାନ୍ତୁ ସୁଆଦିଆ କାଜୁ କତଲୀ

Key Points

କାଜୁ କତଲୀ ଦେଖିବାକୁ ଯତେିକି ସୁନ୍ଦର ଖାଇବାକୁ ସେତିକି ସ୍ୱାଦିଷ୍ଟ

ମିଠା ଭିତରେ ପ୍ରାୟ ସମସ୍ତେ କାଜୁ କତଲୀ ଖାଇବା ଖୁବ୍ ପସନ୍ଦ କରନ୍ତି । ଦେଖିବାକୁ ଏହା ଯତେିକି ସୁନ୍ଦର ଖାଇବାକୁ ସେତିକି ସ୍ୱାଦିଷ୍ଟ । ମାତ୍ର ବଜାରରୁ କିଣି ଖାଇବା ପ୍ରାୟ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । କାରଣ କାଜୁର ଦର ଅନୁସାରେ ଏହି ମିଠାର ଦର ମଧ୍ୟ ସବୁ ମିଠା ଦର ଠାରୁ ଉଚ୍ଚରେ । କିଛି କ୍ଷେତ୍ରରେ ବଜାରରେ ମଧ୍ୟ ନକଲୀ କାଜୁ କତଲୀ ବିକ୍ରି ହୋଇଥାଏ । ଏପରି ସ୍ଥିତିରେ ଆପଣ ଘରେ ମାତ୍ର କେଇଟା ସାମଗ୍ରୀରେ ଅତି କମ୍ ସମୟରେ ବନେଇ ପାରିବେ କାଜୁ କତଲୀ । ଜାଣନ୍ତୁ କିପରି କରିବେ ପ୍ରସ୍ତୁତ ।

ଆବଶ୍ୟକ ସାମଗ୍ରୀ
୧ କପ୍‌ କାଜୁ (ପେଶା ହୋଇଥିବା)
୫ରୁ୬ ଚାମଚ ଚିନି
୪ଟି କେସର
ପାଣି (ଆବଶ୍ୟକ ଅନୁସାରେ)
ଅଧା ଚାମଚ ଅଳେଇଚ ପାଉଡର
ସିଲଭର ପେପର

ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଏକ କଡେଇରେ ପାଣି, ଚିନି ଏବଂ କେସର ପକାନ୍ତୁ। ପାଣିରେ ଚିନି ଭଲଭାବେ ମିଳାଇଲା ପରେ ଏଥିରେ ଅଳେଇଚ ପାଉଡର ପକାନ୍ତୁ। ଏହି ମିଶ୍ରଣ ଘୋଳ ହେବା ପରେ ଅଳ୍ପ ଅଳ୍ପ କରି ପେଶା ହୋଇଥିବା କାଜୁ ପକାନ୍ତୁ। ଏହାପରେ ଲଗାତର ଏହାକୁ ଚଲାନ୍ତୁ। ଏଥିରେ ଯେପରି ବିଣ୍ଡା ନ ହୁଏ ସେଥିପାଇଁ ଏହାକୁ ଲଗାତର ଭାବରେ ଧୀମା ଆଞ୍ଚରେ ଚଲାନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା କରିବା ପାଇଁ ରଖିଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଗୋଟେ ଥାଳିକୁ ବାହାର କରି ହାତରରେ ଦାବି ଦିଅନ୍ତୁ। ସମ୍ପୂର୍ଣ୍ଣ ଥାଳିରେ ଏହାକୁ ଦାବି ଦାବି ମେଲାଇ ଦିଅନ୍ତୁ। ଏବେ ଏହା ଉପରେ ସିଲଭର ପେପର ଲଗାଇ ଦିଅନ୍ତୁ। ଏବେ ଆପଣ ନିଜ ପସନ୍ଦ ଅନୁଯାୟୀ ଛୁରୀ ସାହାଯ୍ୟରେ ଆକାର ଦେଇ କାଜୁ କତଲୀକୁ କାଟନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
make-delicious-cashew-nut-curry-at-home-on-rakhi-poonami | Argus News