ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମାଟି ହାଣ୍ଡି କଙ୍କଡ଼ା ଝୋଳ

ଅର୍ଗସ ବ୍ୟୁରୋ: ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ଅଦା ବଟା, ରସୁଣ ବଟା, କଟା ପିଆଜ, ଗରମ ମସଲା, ହଳଦୀ ଗୁଣ୍ଡ, ଧନିଆ ପତ୍ର, ତେଜପତ୍ର, ତେଲ ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ସିଝାଇ ଦିଅନ୍ତୁ। କଙ୍କଡା ସିଝି ଗଲା ପରେ ଏହାକୁ ଭଲ ଭାବରେ ବନାଇ ଦିଅନ୍ତୁ। ପରେ ସେଥିରେ ଲୁଣ, ହଳଦୀ ପକାଇ ଭାଜି ଦିଅନ୍ତୁ। ତା'ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଫୁଟଣ, ତେଜପତ୍ର, କଟା ପିଆଜ ଏବଂ ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ ପକାଇ ଗୋଳାନ୍ତୁ।
📱 Get Argus News App
✨ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଳ୍ପ ପିଆଜ ବଟା, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ ଓ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ପୂର୍ବରୁ ମସଲା ଗୋଳାଇ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ଓ କଷନ୍ତୁ। କଙ୍କଡ଼ା ଭଲ ଭାବେ କଷି ହୋଇଗଲେ ସେଥିରେ ଟମାଟୋ ପେଷ୍ଟ୍ ଓ ପାଣି ଦେଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ସେଥିରେ ଗରମ ମସଲା ପକାନ୍ତୁ ଓ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାଟି ହାଣ୍ଡି କଙ୍କଡ଼ା। ଏହାକୁ ଭାତ ସହିତ ଖାଆନ୍ତୁ, ଖୁବ୍ ଭଲ ଲାଗିବ।