Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କଦଳୀ ମଞ୍ଜାରେ ବନାନ୍ତୁ ସୁଆଦିଆ କଟ୍‌ଲେଟ୍

Rashmita Mishra
Browse all articles by Rashmita Mishra
·1 year ago·1 min read
କଦଳୀ ମଞ୍ଜାରେ ବନାନ୍ତୁ ସୁଆଦିଆ କଟ୍‌ଲେଟ୍

ଆବଶ୍ୟକ ସାମଗ୍ରୀ :

କଦଳୀ ମଞ୍ଜା,ଆଳୁ, ପିଆଜ, ରସୁଣ,କଟା କଞ୍ଚା ଲଙ୍କା, ଧନିଆ ପତ୍ର, ଅଦା, ରିଫାଇନ୍ ତେଲ, ଗରମ ମସଲା ଓ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ଏହାକୁ ପ୍ରେସର କୁକରରେ ଲୁଣ ଓ ହଳଦୀ ପକାଇ ସିଝାଇ ଦିଅନ୍ତୁ। ସିଝା ଆଳୁକୁ ଚୋପା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ତା‘ପରେ ଗ୍ୟାସରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ, କଟା କଞ୍ଚା ଲଙ୍କା,କଟା ରସୁଣ,କଟା ଅଦା ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଭାଜି ହୋଇଯିବା ପରେ ସେଥିରେ ପୂର୍ବରୁ ସିଝା ହୋଇଥିବା ମଞ୍ଜାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। କରେଇରେ ମଞ୍ଜାକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁମଞ୍ଜା ଭଲ ଭାବେ ଭାଜି ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ତା’ପରେ ମଞ୍ଜାର ମିଶ୍ରଣରେ ସିଝା ଆଳୁକୁ ଚକଟି ଦିଅନ୍ତୁ । ଏହାପରେ ସେଥିରେ କଟା ଧନିଆ ପତ୍ର,ଗରମ ମସଲା ଓ ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।


ତା’ପରେ ଚକଟା ମଞ୍ଜା ମସଲାର ମିଶ୍ରଣକୁ କଟଲେଟ୍ ବା ବରା ଆକାରରେ ଗୋଲ ଗୋଲ ଆକାର ତିଆରି କରି ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟ୍‌ଲେଟ୍ ଆକାରରେ କରିଥିବା ମଞ୍ଜାକୁ ଛାଣନ୍ତୁ। ଏହା ଟିକେ ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ମଞ୍ଜା କଟ୍‌ଲେଟ୍।

Sponsored
Make delicious cutlets with banana leaves. | Argus News