Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ଛତୁ କୁରମା

Lifestyle

ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ଛତୁ କୁରମା

Rashmita Mishra
Browse all articles by Rashmita Mishra
·1 year ago·2 min read
ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ଛତୁ କୁରମା

କିଏ କ'ଣ ଖାଇବ ? ଭେଜ୍ ନା ନନ୍‌-ଭେଜ୍ ? ଭୋଜି ଭାତ ହେଲେ ଏଇ ୨ଟା କଥା ପଚରାଯାଏ । ଘରେ ବି ସେଇ ସମାନ କଥା । ଯେଉଁମାନେ ଭେଜ୍ ଖାଇବେ ସେମାନଙ୍କ ପାଇଁ ସାଧାରଣତଃ ଅପ୍‌ସନ୍‌ କମ୍‌ ଥାଏ । ସେମାନେ ସ୍ପେସିଆଲ ଆଇଟମ ଭାବେ ଛତୁ ଖାଇବେ ନହଲେ ପନୀର ଖାଇବେ । ସେଥିରୁ ଛତୁ ତରକାରୀ ଖାଇ ଖାଇ ଅନେକ ଲୋକ ବିରକ୍ତ ବି ହୋଇଗଲେଣି । ତେଣୁ ସମସ୍ତଙ୍କ ପାଇଁ ଆଜି ଆମେ ଏକ ନୂଆ ଆଇଟମ୍ ଆଣିଛୁ । ଛତୁ କୁରମା, ଏହାର ନାଁ ଟା ଯେମିତି ଶୁଣିବାକୁ ଭଲ ଲାଗୁଛି, ଆଇଟମ ବି ସେମିତି ଜବରଦସ୍ତ ଲାଗିବ । ତେଣୁ ଆପଣ ଏହାକୁ ଥରେ ଆମ କଥା ଅନୁସାରେ ଘରେ ଟ୍ରାଏ କରନ୍ତୁ, ଆଉ କେମିତି ଲାଗିଲା ଆମକୁ କମେଣ୍ଟରେ ଜଣାନ୍ତୁ....


ଆବଶ୍ୟକ ସାମଗ୍ରୀ

ଛତୁ, ଦହି, ନଡ଼ିଆ କୋରା, ଚାରୁମଗଜ,କାଜୁ,ଅଦା ଓ ରସୁଣ ପେଷ୍ଟ, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା, ଗୁଜୁରାତି, ଡାଲଚିନି, ଲବଙ୍ଗ, ତେଜପତ୍ର, ତେଲ ଓ ସ୍ୱାଦନୁସାରେ ଲୁଣ 


ପ୍ରସ୍ତୁତି ପ୍ରଣାଳୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମେ ଚାରମଗଜ ଓ କାଜୁକୁ ପାଣିରେ ଭିଜାଇ ରଖନ୍ତୁ। ଏହା ଭଲଭାବେ ଭିଜି ଗଲା ପରେଏହାକୁ ଛାଣି ରଖନ୍ତୁ। ଏହାପରେ କୋରା ନଡ଼ିଆ, ଅଳ୍ପ ପିଆଜ ସହିତ ଭିଜା ଯାଇଥିବା ଚାରୁମଗଜ ଏବଂ କାଜୁକୁ ଗ୍ରାଇଣ୍ଡରରେ ପକାଇ ପେଷ୍ଟ୍ ପ୍ରସ୍ତୁତ କରି ଦିଅନ୍ତୁ।


ପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲାପରେ ସେଥିରେ ଜିରା, ତେଜପତ୍ର, ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଅଳ୍ପ ଭାଜି ଦିଅନ୍ତୁ। ଏହାପରେ ପିଆଜ, କଞ୍ଚା ଲଙ୍କା ପକାଇ ଲାଲ୍ ହେବ ଯାଏ ଭାଜନ୍ତୁ। ଏହା ପରେ ସେଥିରେ ଅଦାରସୁଣ ପେଷ୍ଟ୍‌, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ଛତୁ ଓ ଗ୍ରୀନ୍‌ ମଟର ପକାଇ ଗୋଳାଇ ଦେଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ । ଏବେ ସେଥିରେ କାଜୁ ପେଷ୍ଟକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।


ଏହାପରେ ଅଳ୍ପ ଦହି ଓ ପାଣି ଦେଇ କିଛି ସମୟ ଏହାକୁ ଘୋଡ଼େଇ ଦିଅନ୍ତୁ। ତରକାରିରେ ପାଣି ଫୁଟି ଟିକେ ଶୁଖିଗଲା ପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମସରୁମ୍ କୋର୍‌ମା’। ଏହି ରେସିପିଟିକୁ ଆପଣ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ। ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Sponsored
Make restaurant style chhattu kurma at home | Argus News