Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘରେ ଅତି ସହଜ ଉପାୟରେ ବନାନ୍ତୁ ଟେଷ୍ଟି ପୁଦିନା ପୁଲାଉ

Lifestyle

ଘରେ ଅତି ସହଜ ଉପାୟରେ ବନାନ୍ତୁ ଟେଷ୍ଟି ପୁଦିନା ପୁଲାଉ

Ritu Das
Browse all articles by Ritu Das
·1 year ago·1 min read
ଘରେ ଅତି ସହଜ ଉପାୟରେ ବନାନ୍ତୁ ଟେଷ୍ଟି ପୁଦିନା ପୁଲାଉ

Key Points

ଆଜିକା ସମୟରେ ଲୋକ ଖାଲି ପ୍ଲେନ ଭାତ ଖାଇବାକୁ ଆଦୌ ପସନ୍ଦ କରୁନାହାନ୍ତି। ଲୋକେ ସବୁବେଳେ କିଛି ଭାତରେ ଯେମିତି କିଛି ଗୋଟେ ଅଲଗା ହୋଇପାରିବ ଆଉ କମ ସମୟ ମଧ୍ୟରେ ହେଉଥିବ।

ଆଜିକା ସମୟରେ ଲୋକ ଖାଲି ପ୍ଲେନ ଭାତ ଖାଇବାକୁ ଆଦୌ ପସନ୍ଦ କରୁନାହାନ୍ତି। ଲୋକେ ସବୁବେଳେ କିଛି ଭାତରେ ଯେମିତି କିଛି ଗୋଟେ ଅଲଗା ହୋଇପାରିବ ଆଉ କମ ସମୟ ମଧ୍ୟରେ ହେଉଥିବ। ତେବେ ଚାଲନ୍ତୁ ଆଜି ଗୋଟେ ସୁନ୍ଦର ଡିସ ଶିଖିବା। ଯାହାର ନାଁ ହେଉଛି ପୁଦିନା ପଲାଉ।
ସାମଗ୍ରୀ- ଚାଉଳ ୨କପ
୨ଟା ପିଆଜ
ଗୋଟିଏ ବଡ଼ ଚାମଚ ଘିଅ
ଗୋଟିଏ ଚାମଚ ଜିରା
ଗୋଟିଏ ଚାମଚ ଲେମ୍ବୁରସ
୧କପ ପୁଦିନା ପତ୍ର
ପାଣି ୪କପ
ତେଜପତ୍ର ୨ଟା
ଗୋଟା ଗରମ ମସଲା ଅଳ୍ପ
୨ ଚାମଚ ଚିନି
ଲୁଣ ଦରକାର ଅନୁଯାୟୀ
ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ ବସାଇ ଘିଅ ପକାଇବେ। ପ୍ୟାନ ଗରମ ହେବାପରେ ସେଥିରେ ଗରମ ମସଲା ଗୋଟା ଓ ତେଜପତ୍ର ପକାଇ ଭାଜିବେ। ଜିରା ମଧ୍ୟ ପକାଇବେ। ପିଆଜକୁ ସରୁ ସରୁ କାଟି ଭାଜିବେ। ତା'ପରେ ୪କପ ପାଣି ଢାଳିଦେବେ। ଚାଉଳକୁ ଧୋଇଦେବେ ଏବଂ ତାକୁ ଶୁଖେଇ ଦେବେ।
ପୁଣି ତାକୁ ଟିକେ ଘିଅରେ ଆଗରୁ ଭାଜି ରଖିଥିବେ। ତାକୁ ନେଇ ୪କପ ପାଣିରେ ପକାଇବେ। ପୁଦିନାପତ୍ରକୁ ଛୋଟ ଛୋଟ କାଟି ପକାଇବେ। ଲୁଣ ଓ ଚିନି ପକାଇବେ। ଅଧା ଭାତ ହୋଇଗଲେ ଲେମ୍ବୁ ରସ ପକାଇକି ଘୋଡେଇଦେବେ। ୫ ମିନିଟ ପରେ ଭାତ ହୋଇଗଲେ ଗ୍ୟାସ ଚୂଲ୍ଲା ବନ୍ଦ କରିଦେବେ। ଖାଇଲାବେଳେ ଘିଅ ଉପରେ ପକାଇ ଖାଇବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
make-tasty-pudina-pulao-at-home-in-a-very-easy-way | Argus News