Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଘରେ ଏମିତି ପ୍ରସ୍ତୁତ କରନ୍ତୁ ଚଟପଟା "ଆମ୍ବ ଗୁପଚୁପ"

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଘରେ ଏମିତି ପ୍ରସ୍ତୁତ କରନ୍ତୁ ଚଟପଟା "ଆମ୍ବ ଗୁପଚୁପ"

ବଢୁଛି ଖରା । ଦିନକୁ ଦିନ ତାତିକୁ ନେଇ ଚିନ୍ତାରେ ଲୋକେ । ଆଉ ଏ ଭିତରେ ଯଦି କେଉଁ ଜିନିଷ ଖାଇଲେ ମନ ଆଉ ପେଟକୁ ଶାନ୍ତି ଦିଏ ତାହେଲେ ତାହା ହେଉଛି ଆମ୍ବ । କିନ୍ତୁ ସେଥିରେ ଟିକେ ଟ୍ବିଷ୍ଟ ଅଛି, ଯାହା ଆପଣଙ୍କ ସ୍ଵାଦକୁ ଆହୁରି ଦ୍ଵିଗୁଣିତ କରିବ । ତାହା ହେଉଛି ଗୁପଚୁପ । ଖାଲି ଗୁପଚୁପ ନୁହେଁ ମ, ମ୍ୟାଙ୍ଗୋ ଗୁପଚୁପ । ଖଟାମିଠା ସ୍ଵାଦର ଆମ୍ବ ଗୁପଚୁପ । ଯାହା ଆପଣ ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା କରିବେ । ଗୁପଚୁପ ତ ସମସ୍ତଙ୍କୁ ପସନ୍ଦ, ଆଉ ଖରାଦିନ ପାଇଁ ଆମ୍ବ ବି ସମସ୍ତଙ୍କୁ ପସନ୍ଦ । ଆଉ ଗୁପଚୁପ ଆମ୍ବର କମ୍ବିନେସନ ବେଶ ନିଆରା । ଏପରି ରେସିପିକୁ "ଦ ସ୍ପାଇସି ଷ୍ଟୋରୀ" ନାମକ ଏକ ଇନଷ୍ଟାଗ୍ରାମ ପେଜ ନିଜ ଆକାଉଣ୍ଡରେ ଶେୟାର କରିଛନ୍ତି । ଏପରି ନିଆରା ରେସିପି ଆପଣ ନିଜ ଘରେ ନିଶ୍ଚିନ୍ତ ପ୍ରସ୍ତୁତ କରିବା ଦରକାର ।

କିପରି ପ୍ରସ୍ତୁତ କରିବେ "ଆମ୍ବ ଗୁପଚୁପ" ?

ଏହି ଗୁପଚୁପର ପାଣି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡିକ ହେଉଛି, କିଛି ପାଚିଲା ଆଉ କଞ୍ଚା ଆମ୍ବ, ପୁଦିନା ପତ୍ର, ଧନିଆ ଗୁଣ୍ଡ , ଅଦା, କଞ୍ଚାଲଙ୍କା , ଚାଟ୍ ମସଲା , ଆମଚୁର ପାଉଡର , କଳାଲୁଣ, ଜିରା ପାଉଡର ।
ପ୍ରଥମେ କିଛି ଆଳୁ ସିଝାଇ ସେଥିରେ ସିଝା ହୋଇଥିବା କଳାଚଣାକୁ ପକାନ୍ତୁ । ସେଥିରେ କିଛି କଳାଲୁଣ , ଲଙ୍କାଗୁଣ୍ଡ, ଚାଟ ମସଲା ପକାଇ ଗୁପଚୁପର ମସଲା ପ୍ରସ୍ତୁତ କରନ୍ତୁ ।

ପରେ ଗୁପଚୁପର ପାଣି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ପରିମାଣର କଞ୍ଚା ଆମ୍ବ, ଆଉ କିଛି ପାଚିଲା ଆମ୍ବ ସହ ପୁଦିନା ପତ୍ର, ଧନିଆ ପତ୍ର, ଅଳ୍ପ ଅଦା ଆଉ କିଛି କଞ୍ଚାଲଙ୍କାର ପେଷ୍ଟ ତିଆରି କରନ୍ତୁ । ସେଥିରେ ଚାଟ୍ ମସଲା , ଆଉ ସ୍ଵାଦ ଅନୁସାରେ ଲୁଣ , ଆମଚୁର ପାଉଡର, ଜିରା ପାଉଡର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
ଏହାପରେ ଘରେ ମଇଦାରେ ପ୍ରସ୍ତୁତ କରିଥଇବା ଗୁପଚୁପରେ ଏହି ଆଳୁ ମସଲାକୁ ଭର୍ତ୍ତି କରି ପ୍ରସ୍ତୁତ କରିବା ଖଟାମିଠା ଆମ୍ବପାଣିରେ ବୁଡାଇ ଏହାର ମଜା ନିଅନ୍ତୁ । ଖରାଦିନେ ଏପରି ଘରେ ପ୍ରସ୍ତୁତ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Make this "Mango Gupchup" at home | Argus News