ଅଣ୍ଡା ଖାଇବାର ସଉକ ଅଛି ! ଆସିଗଲା ଚିପ୍ସ ଆମଲେଟ୍

Key Points
ବ୍ରେକଫାଷ୍ଟ ହେଉ କି ଲଞ୍ଚ୍ କିମ୍ବା ଡିନର । ଅଣ୍ଡା ସବୁ ପ୍ଲେଟରେ ନିଶ୍ଚୟ ଥାଏ ।
ବ୍ରେକଫାଷ୍ଟ ହେଉ କି ଲଞ୍ଚ୍ କିମ୍ବା ଡିନର । ଅଣ୍ଡା ସବୁ ପ୍ଲେଟରେ ନିଶ୍ଚୟ ଥାଏ । ସେ ସିଝା କିମ୍ବା ଭଜା ଅବା ତରକାରୀ ଭାବେ ଅଧିକାଂଶ ଲୋକ ପ୍ରତିଦିନ ଅଣ୍ଡା (Egg) ଖାଇ ଥାଆନ୍ତି । ଅଣ୍ଡା ଏପରିକି ଏକ ଖାଦ୍ୟ ପଦାର୍ଥ ଯାହାକୁ ଏକାଧିକ ତରିକାରେ ଆମେ ରୋଷେଇ କରି ଖାଇ ପାରିବା ।
ଦିନକୁ ଦିନ ଖାଦ୍ୟ (Food)କୁ ନେଇ ହେଉଥିବା ଏକ୍ସପେରିମେଣ୍ଟ ଭିତରୁ ଅଣ୍ଡା କେମିତି ବା ବାଦ୍ ପଡ଼ନ୍ତା । ଆମେ ପୂର୍ବରୁ ଅଣ୍ଡା ପାଣି ପୁରୀ, ଅଣ୍ଡା ହାଲୱା ଭଳି ଏକ୍ସପେରିମେଣ୍ଟ ଦେଖିଛେ । ଏବେ ଅଣ୍ଡାକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ । ଯାହା ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି । ଚିପ୍ସରେ ତିଆରି ହୋଇଛି ଆମଲେଟ୍ ।
ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଚିପ୍ସ ଆମଲେଟ୍ ତିଆରି ପ୍ରଣାଳୀ ରହିଛି । ଯାହାକୁ ଦେଖି ସାରିଲେଣି ୧୬ ମିଲିୟନରୁ ଅଧିକ ଲୋକ । ଯେଉଁ ଭିଡିଓକୁ ୪ ଲକ୍ଷ ୯୦ ହଜାରରୁ ଅଧିକ ଲୋକ ଲାଇକ୍ ମଧ୍ୟ କରିଛନ୍ତି ।
📱 Get Argus News App
✨ଭିଡିଓରେ ଦେଖା ଯାଉଛି, ଜଣେ ଏକ ଚିପ୍ସ ପ୍ୟାକେଟ୍ ଆଣୁଛନ୍ତି । ଚିପ୍ସକୁ ଗୁଣ୍ଡ କରି ପ୍ୟାକେଟ୍ ଖୋଲିବା ପରେ ସେଥିରେ ଅଣ୍ଡାକୁ ପଠାଇ ପକାଉଛନ୍ତି । ତା ପରେ ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ପ୍ୟାକେଟରେ ପୂରାଉଛନ୍ତି । ସେଥିରେ ଲୁଣ ଓ ମସଲା ପକାଇ ଭଲ ଭାବେ ମିଶ୍ରଣ କରିବା ପରେ ଏକ ଚାମଚ ତେଲ ପକାଇ ପୁଣି ଭଲ ଭାବେ ମିଶାଉଛନ୍ତି ।
ଆଉ ଏହା ପରେ ଯାହା ହେଉଛି ତାହା ଦେଖିବାର କଥା । ଏକ୍ସପେରିମେଣ୍ଟ କେମିତି ହୋଇପାରେ ତାହା ବି ଆପଣଙ୍କୁ ମଜା ଦେବ । ଏହି ମିଶ୍ରଣକୁ କୌଣସି ପ୍ୟାନ ବା କଡ଼େଇରେ ପକାଉ ନାହାନ୍ତି ଯୁବକ ଜଣଙ୍କ । ବରଂ ସେହି ଚିପ୍ସ ପ୍ୟାକେଟରେ ମିଶ୍ରଣକୁ ସିଲ୍ କରି ଦେଉଛନ୍ତି । ଏହା ପରେ ଏକ ପ୍ୟାନରେ ଜଳ ରଖି ପ୍ୟାକେଟ୍କୁ ସିଝାଇବା ଚେଷ୍ଟା କରୁଛନ୍ତି । ଆଉ କିଛି ସମୟ ପରେ ପ୍ୟାନରୁ ପ୍ୟାକେଟ୍ଟିକୁ କାଢ଼ି ଆଣୁଛନ୍ତି ।
ପ୍ୟାକେଟ୍ କାଢ଼ି କାଟିବା ପରେ ବାହାରୁଛି ରନ୍ଧା ଯାଇଥିବା ଆମଲେଟ୍ । ଏହା ପରେ ଆମଲେଟ୍କୁ ସେ ଛୁରି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିବା ସହ ତାର ମଜା ନେଉଛନ୍ତି । ଆଉ ଭିଡିଓ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ତେବେ ପ୍ଲାଷ୍ଟିକ ଥଳୀରେ ପ୍ରସ୍ତୁତ ଏହି ଖାଦ୍ୟ ଦେହ ପାଇଁ ଅହିତକର ବୋଲି କମେଣ୍ଟ ଦେଇଛନ୍ତି କିଛି ଲୋକ । ଆଉ କେହି ଲେଖିଛନ୍ତି ରୋଗକୁ ଡାକି ଆଣୁଛ ।
