Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Wife Property: ସ୍ତ୍ରୀର ସମ୍ପତ୍ତି ଉପରେ ସ୍ୱାମୀର ଅଧିକାର ଅଛି କି ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Wife Property: ସ୍ତ୍ରୀର ସମ୍ପତ୍ତି ଉପରେ ସ୍ୱାମୀର ଅଧିକାର ଅଛି କି ?

ଅର୍ଗସ ବ୍ୟୁରୋ: ଭାରତର ସାମାଜିକ ଢାଞ୍ଚା ବହୁ ପୂର୍ବରୁ ପୁରୁଷ ପ୍ରଧାନ ରହିଆସିଛି । କୁହାଯାଏ ଏଠି ସବୁ କ୍ଷେତ୍ରରେ ପୁରୁଷଙ୍କୁ ଅଗ୍ରାଧିକାର ଦିଆଯାଏ । କିଛି ହାତ ଗଣତି କ୍ଷେତ୍ରରେ ମହିଳାଙ୍କୁ ଖୋଜା ପଡ଼େ । ହେଲେ ସ୍ୱାଧୀନତା ପରେ ଦେଶର ବିଭିନ୍ନ କ୍ଷେତ୍ରରେ ଅନେକ ସକରାତ୍ମକ ପରିବର୍ତ୍ତନ ହୋଇଛି । କିନ୍ତୁ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସମାଜ ତଥା ଲୋକଙ୍କ ଚିନ୍ତାଧାରା ବଦଳିନାହିଁ । ମହିଳାମାନଙ୍କୁ ସାମାଜିକ ଏବଂ ଅର୍ଥନୈତିକ ସ୍ତରରେ ସଶକ୍ତ କରିବାକୁ ଅନେକ ସାମ୍ବିଧାନିକ ଅଧିକାର ରହିଛି । ସମ୍ବିଧାନ ଅନୁଯାୟୀ ମହିଳାମାନଙ୍କୁ ପୁରୁଷଙ୍କ ପରି ପୈତୃକ ସମ୍ପତ୍ତି ଉପରେ ସମାନ ଅଧିକାର ପ୍ରଦାନ କରାଯାଇଛି । କେବଳ ପୈତୃକ ସମ୍ପତ୍ତି ନୁହେଁ ସ୍ୱାମୀଙ୍କ ସମ୍ପତ୍ତି ଉପରେ ମଧ୍ୟ ସ୍ତ୍ରୀର ଅଧା ଅଧିକାର ରହିଛି ।

ଅନ୍ୟପଟେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ ସ୍ୱାମୀର ସମ୍ମତ୍ତି ଉପରେ ଯେପରି ସ୍ତ୍ରୀର ଅଧିକାର ରହିଛି, ସେହିପରି ସ୍ତ୍ରୀଙ୍କ ସମ୍ପତ୍ତିରେ ବି ସ୍ୱାମୀଙ୍କର ଅଧିକାର ରହିପାରିବ କି ? ସ୍ତ୍ରୀର ବିନା ଅନୁମତିରେ ସ୍ୱାମୀ ସମ୍ପତ୍ତି ବିକ୍ରି କରିପାରିବେ କି ? ଯଦି ଆପଣ ମଧ୍ୟ ଏହି ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ବିବାହ ପୂର୍ବରୁ, ବିବାହ ସମୟରେ, ଝିଅ ବିଦା ହେବା ସମୟରେ ଓ ଝିଅ ବିଦା ହେବା ପରେ ଉପହାର ସ୍ୱରୂପ ମହିଳାଙ୍କୁ ଯେଉଁ ସମ୍ପତ୍ତି ମିଳେ, ତାହାକୁ ସ୍ତ୍ରୀ ଧନ କୁହାଯାଏ । ଏହି ସମ୍ପତ୍ତି ଉପରେ କେବଳ ମହିଳାଙ୍କ ଅଧିକାର ଥାଏ । ନିଜ ଇଚ୍ଛା ମୁତାବକ ସେ ଏହି ସମ୍ପତ୍ତିକୁ ସଞ୍ଚୟ କରିପାରନ୍ତି କିମ୍ବା ଖର୍ଚ୍ଚ କରିପାରନ୍ତି । ଆଇନ ଅନୁସାରେ ଏଥିରେ ଅନ୍ୟ କେହି ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ।

ସ୍ତ୍ରୀଙ୍କ ନାମରେ କୌଣସି ସମ୍ପତ୍ତି ଥିଲେ, ତା’ଉପରେ ସ୍ୱାମୀ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ସାଧାରଣତଃ ଅନେକ ସମୟରେ ଦେଖିବାକୁ ମିଳେ ସ୍ୱାମୀ, ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣନ୍ତି । ଏପରି ପରିସ୍ଥିତିରେ ସେହି ସମ୍ପତ୍ତି ଉପରେ ସ୍ତ୍ରୀର ସମ୍ପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ ସ୍ୱାମୀ ଯଦି ଏହି ସମ୍ପତ୍ତି ବିକ୍ରୟ କରିବାକୁ ଚାହାଁନ୍ତି, ତେବେ ସ୍ତ୍ରୀର ସମ୍ମତି ନେବାର ଆବଶ୍ୟତକା ରହିଛି । ସ୍ତ୍ରୀର ଅନୁମତି ବିନା ତାଙ୍କ ନାମରେ ଥିବା ସମ୍ପତ୍ତି ବିକ୍ରି କରିପାରିବେ ନାହିଁ ସ୍ୱାମୀ ।

ସେହିପରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ନାମରେ କୌଣସି ସମ୍ପତ୍ତି ଥିଲେ, ଏହା ଉପରେ ଉଭୟଙ୍କର ସମାନ ଅଧିକାର ଥାଏ । ସେହି ସମ୍ପତ୍ତି ବିକ୍ରି ସମୟରେ ମଧ୍ୟ ସ୍ତ୍ରୀଙ୍କ ଅନୁମତି ଜରୁରୀ । ଅନ୍ୟପଟେ ଛାଡପତ୍ର କ୍ଷେତ୍ରରେ ସ୍ୱାମୀଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ ସ୍ତ୍ରୀ । ସ୍ତ୍ରୀଙ୍କ ପିତୃପୁରୁଷଙ୍କ ସମ୍ପତ୍ତିର କେବଳ ସ୍ତ୍ରୀର ଅଧିକାର ଥାଏ । ସ୍ୱାମୀ ଚାହିଁଲେ ସେ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ । କିନ୍ତୁ ଏଥିରେ ବି ଏକ ସର୍ତ୍ତ ରହିଛି । ସ୍ତ୍ରୀର ସହମତି କ୍ରମେ ହିଁ ସେ ସମ୍ପତ୍ତିକୁ ବିକ୍ରି କରିପାରିବେ କିମ୍ବା ବ୍ୟବହାରରେ ଲଗେଇ ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man Has No Control Over Wife's Streedhan, Says Supreme Court | Argus News