Health / ଆମ୍ୱପତ୍ର ଚା' ପିଅନ୍ତୁ, ଦୂର ହେବ ଡାଇବେଟିସ୍...

Key Points
ଡାଇବେଟିସକୁ ଦୂରେଇ ଦେବ ଆମ୍ବପତ୍ର ଚାହା
ଏହାର ରହିଛି ଅନେକ ଫାଇଦା
ଆଜିକାଲି ଡାଇବେଟିସ୍ ଏକ ସାଧାରଣ ରୋଗ ପାଲଟିଛି । ପ୍ରତି ଘରେ କେହି ନା କେହି ଡାଇବେଟିସ୍ ରୋଗୀ ଥିବେ । ବ୍ଲଡ ଗ୍ଲୁକୋଜ ବା ବ୍ଲଡ ସୁଗାର ମାତ୍ରା ଅଧିକ ହେଲେ ଡାଇବେଟିସ୍ ହୁଏ । ଗ୍ଲୁକୋଜ ହେଉଛି ଶରୀରରେ ଶକ୍ତିର ଉତ୍ସ । ଆପଣଙ୍କ ଶରୀର ଗ୍ଲୁକୋଜ ତିଆରି କରିପାରେ, କିନ୍ତୁ ଆପଣ ଖାଉଥିବା ଖାଦ୍ୟରୁ ଏହି ଗ୍ଲୁକୋଜ ଆସିଥାଏ । ଅଗ୍ନାଶୟରେ ତିଆରି ହେଉଥିବା ଇନସୁଲିନ ଯାହାକି ଏକ ହରମୋନ, ଗ୍ଲୁକୋଜକୁ ଆପଣଙ୍କ କୋଷିକାରେ ପ୍ରବେଶ କରିବାରେ ସାହାଯ୍ୟ କରେ ।ଯଦି ଆପଣଙ୍କୁ ଡାଇବେଟିସ୍ ହୁଏ, ତାହେଲେ ଆପଣଙ୍କ ଶରୀର ଯଥେଷ୍ଟ ବା ଆଦୌ ଇନସୁଲିନ ତିଆରି କରେ ନାହିଁ । ନଚେତ୍ ଇନସୁଲିନ ଠିକ୍ ଭାବେ ବ୍ୟବହାର କରେ ନାହିଁ । ଫଳରେ ଗ୍ଲୁକୋଜ ଆପଣଙ୍କ ରକ୍ତରେ ରହେ ଓ କୋଷିକାରେ ପହଞ୍ଚି ପାରେନି ।
ଡାଇବେଟିସ ରୋଗ ଆଖି, କିଡନୀ, ସ୍ନାୟୁ ଓ ହୃଦୟ ପ୍ରତି ବିପଦ ସୃଷ୍ଟି କରେ । ତେବେ ଆପଣ କିପରି ଏହି ଡାଇବେଟିସରୁ ନିଜକୁ ରକ୍ଷା କରିବା ସହ ଆପଣଙ୍କ ପରିବାରରେ ଯଦି କାହାକୁ ଏହା ହୋଇଛି କିପରି ରୋକିବେ ଜାଣି ରଖନ୍ତୁ। ଘରେ ପୂଜାପାର୍ବଣ ସମୟରେ ଆମ୍ବ ପତ୍ରରେ ତୋରଣ କରି ଘର ବାହାରେ ଲଗାଯାଇଥାଏ । ବିଶ୍ୱାସ ରହିଛି କି ଏହି ତୋରଣ ଏକ ପଜିଟିଭ ଭାଇବ ସୃଷ୍ଟି କରିଥାଏ । ମାତ୍ର କଣ ଆପଣ ଜାଣନ୍ତି ଏହି ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛ. ଯାହାକି ଡାଇବେଟିସର ନିରାକରଣ ପାଇଁ ଏକ ଆବଶ୍ୟକୀୟ ପୋଷକତତ୍ତ୍ୱ । ଆମ୍ବପତ୍ର କୁ ୨୦୨୫ରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ ଏହା ପତ୍ରରେ ଥିବା ପୋଷକତ୍ତ୍ୱ ଆମ ମେମୋରିକୁ ବୁଷ୍ଟ କରିବାର କାପାସିଟି ରହିଛି । ଆୟୁର୍ବେଦ ଚିକିତ୍ସାରେ ଆମ୍ବ ପତ୍ରକୁ ପ୍ରାକୃତିକ ଔଷଧ ବୋଲି କୁହାଯାଏ ।ଏହାର ଅନେକ ଉପକାର ରହିଛି ।
ଏଥିସହ ପଢ଼ନ୍ତୁ: ଫେଭିକ୍ୱିକ୍ ହାତରେ ଲାଗିଥିଲେ ସଙ୍ଗେ ସଙ୍ଗେ କରନ୍ତୁ ଏମିତି...
📱 Get Argus News App
✨ଆମ୍ବପତ୍ରର ପାଉଡର ବଜାରରେ ସୁଲଭ ମୁଲ୍ୟରେ ବିକ୍ରି ହୋଇଥାଏ । ଏହି ପାଉଡର ଆଣି ମଧ୍ୟ ଏହାକୁ ବ୍ୟବହାର କରିପାରିବେ । କିଛି ଗରମ ପାଣିରେ ଏହି ପାଉଡର ମିଶଆଇ ପିଇବା ଅତ୍ୟନ୍ତ ଲାଭ ଦେଇଥାଏ ।ଆମ୍ବ ପତ୍ରର ପାଉଡର ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ମାତ୍ର ଆବଶ୍ୟକ ମୁତାବକ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ବ୍ୟବହାର କରିବା ଉଚିତ୍ ।ଆମ୍ବଗଛର ପତ୍ରରୁ ଚା ପ୍ରସ୍ତୁତ କରି ଏହାକୁ ପିଇବା । କିଛି ଆମ୍ବପତ୍ରକୁ ଚୋଳିନେଇ ଧୋଇଦେବା ପରେ ଏହାକୁ ପାଣିରେ ଭଲ ଭାବେ ଫୁଟାଇ ପିଇବା ଦ୍ୱାରା ଏଥିରେ ଥିବା ପୋଶ୍କତ୍ତ୍ ଆମକୁ ମିଳିପାରିବ ।ବହୁ ଆଗରୁ ଜଙ୍ଗଲରେ ରହୁଥିବା ଆହିବାସୀ ସମ୍ପ୍ରଦାୟର ଲୋକେ ଏହା ଭିତରେ ଔଷଧୀୟ ଗୁଣ ଥିବା କହିଆସିଛନ୍ତି ।ଏପରିକି ବୈଜ୍ଞାନିକଙ୍କ ଦ୍ୱାରା ଅନେକ ଗବେଷଣାରେ ଏହା ପ୍ରମାଣିତ କରାଯାଇଛି ।
ଆମ୍ବଗଛର ପତ୍ରକୁ ପାୱାର ହାଉସ ବୋଲି କୁହାଯାଏ । ବହୁକାଳରୁ ଡାଇବେଟିସ ରୋଗର ନିରାକରଣ ତଥା ନିୟନ୍ତ୍ରଣ ପାଇଁ ଏହି ପତ୍ରକୁ ଆୟୁର୍ବେଦିକ ଚିିକିତ୍ସାରେ ବ୍ୟବହାର କରାଯାଉଛି ।ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ଏକ ରିସର୍ଚ୍ଚରୁ ଜଣାପଡିଛି କି ଏହା ଶରୀରରେ ମେଟାବୋଲିଜିମ ଓ ଫ୍ୟାଟର ମାତ୍ରାକୁ ମଧ୍ୟ ସଠିକ ରଖିବାରେ ସାହାଯ୍ୟ କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
Related Topics
Explore more stories