Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାଦେବଙ୍କ ଆଶିଷ, ମାର୍କଣ୍ଡେୟ କିପରି କରିଥିଲେ ମୃତ୍ୟୁକୁ ଜୟ ?

Lifestyle

ମହାଦେବଙ୍କ ଆଶିଷ, ମାର୍କଣ୍ଡେୟ କିପରି କରିଥିଲେ ମୃତ୍ୟୁକୁ ଜୟ ?

Banajyotshna Ray
Browse all articles by Banajyotshna Ray
·1 year ago·3 min read
ମହାଦେବଙ୍କ ଆଶିଷ, ମାର୍କଣ୍ଡେୟ କିପରି କରିଥିଲେ ମୃତ୍ୟୁକୁ ଜୟ ?

କୁହାଯାଏ ଯେବେ ସଙ୍କଟ ମୁଣ୍ଡ ଉପରେ ଥାଏ , ଯେବେ ମୃତ୍ୟୁ ସାମ୍ନାରେ ଛିଡା ହୋଇଥାଏ ଯେତେବେଳେ ସବୁ ଆଶା ମରିଯାଇଥାଏ, ସେତେବେଳେ ଏମିତି ଏକ ମନ୍ତ୍ର ରହିଛି ଯାହା ମହାକାଳଙ୍କୁ ପ୍ରସନ୍ନ କରିଦେଇଥାଏ । ସେହି ମନ୍ତ୍ର ଯାହା ସମସ୍ତ ବାଧାବିଘ୍ନକୁ ହରେଇଦେଇଥାଏ, ସେହି ମନ୍ତ୍ର ଯାହା ମୃତ୍ୟୁକୁ ବି ପଛରେ ପକେଇଦେଇଥାଏ। ଆଜି ଆମେ ଆମ କାହାଣୀରେ ସେହି ମହାମୃତ୍ୟୁଞ୍ଜୟ ମନ୍ତ୍ର କଥା କହିବୁ। କିଭଳି ଜଣେ ମହର୍ଷି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ମୃତ୍ୟୁକୁ ପରାସ୍ତ କରିଥିଲେ । କିଭଳି ଜଣେ ଭକ୍ତର ଭକ୍ତି ଯମରାଜଙ୍କୁ ବି ଥରେଇ ଦେଇଥିଲା।

କାହାଣୀ ଆରମ୍ଭ:

ଅନେକ ଦିନ ତଳର କଥା। ମହାଦେବଙ୍କର ଜଣେ ଅନନ୍ୟ ଭକ୍ତ ଥିଲେ ଋଷି ମୃକଣ୍ଡ । ତାଙ୍କ ଜୀବନର ସବୁଠାରୁ ବଡ ଦୁଃଖ ଥିଲା କି ତାଙ୍କ ଭାଗ୍ୟରେ କୌଣସି ସନ୍ତାନ ନଥିଲେ। କିନ୍ତୁ ସେ ଭାବିଲେ ଯେ, ଯଦି ବିଧାତା ଏହା ଲେଖିଛନ୍ତି, ତେବେ ମହାଦେବ ତାକୁ ବଦଳାଇପାରିବେ। ଏହି ବିଶ୍ୱାସରେ ସେ ଭଗବାନ ଶିବଙ୍କର ତପସ୍ୟା ଆରମ୍ଭ କଲେ। ବର୍ଷ ବର୍ଷ ତପସ୍ୟା ପରେ ଯେତେବେଳେ ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ କୈଳାସର ଦେବ ଦେବ ମହାଦେବ ଋଷିଙ୍କ ନିକଟରେ ପ୍ରକଟ ହୋଇଥିଲେ । ଭୋଲେନାଥ କହିଲେ ମୃକଣ୍ଡ, ମୁଁ ତୁମ ଭକ୍ତିରେ ପ୍ରସନ୍ନ । ଆଉ ତୁମକୁ ପୁତ୍ର ସନ୍ତାନ ପ୍ରାପ୍ତ ହେଉ ଏହା ମୋର ବରଦାନ। କିନ୍ତୁ ମନେରଖ... ଏହି ବରଦାନ ତୁମ ପାଇଁ ଖୁସି ସହିତ ଦୁଃଖ ବି ନେଇକି ଆସିବ। ତୁମ ପୁତ୍ରର ଅଳ୍ପ ଆୟୁଷ ହେବ। ତୁମ ସନ୍ତାନର ଆୟୁଷ କେବଳ ୧୬ ବର୍ଷ ହେବ। ଏହା ଶୁଣିବା ପରେ ମୃକଣ୍ଡ ଋଷି ବରଦାନ ସ୍ୱୀକାର କଲେ।

କିଛି ଦିନ ପରେ ମୃକଣ୍ଡ ଋଷିଙ୍କର ଏକ ପୁତ୍ର ଜନ୍ମ ହେଲା। ଘରେ ସମସ୍ତେ ଖୁସିରେ ଥିଲେ। ପୁତ୍ରଟିର ନାମ ଥିଲା ମାର୍କଣ୍ଡେୟ। ମାର୍କଣ୍ଡେୟ ବଡ ହେବାକୁ ଲାଗିଲା। ସେ ବୁଦ୍ଧି , ଶ୍ରଦ୍ଧା ଏବଂ ଭକ୍ତିର ଜ୍ଞାନୀ ଥିଲା। କିନ୍ତୁ ତାଙ୍କ ବାପା-ମାଙ୍କୁ ସବୁବେଳେ ଚିନ୍ତା ଥିଲା ଯେ, କଣ ଆମ ପୁଅ କେବଳ ୧୬ ବର୍ଷ ବଞ୍ଚିବ। ଯେତେବେଳେ ମାର୍କଣ୍ଡେୟ କିଶୋର ଅବସ୍ଥାକୁ ଆସିଲା, ତାର ମା' ତାକୁ ଅଳ୍ପ ଆୟୁଷ ଥିବା କଥା କହିଦେଲେ। ଏହା ଶୁଣିବା ପରେ ଡରିବା ବଦଳରେ ମାର୍କଣ୍ଡେୟ ଏହା ସଂକଳ୍ପ ନେଲା ଯେ, ଯଦି ମହାଦେବ ଜୀବନ ଦେଇଛନ୍ତି ତ ସେହିଁ ମୋ ଜୀବନ ରକ୍ଷା କରିବେ। ମାର୍କଣ୍ଡେୟଙ୍କ ବାପା ତାଙ୍କୁ ଶିବ ମନ୍ତ୍ରର ଦିକ୍ଷା ଦେଇଛଥିଲେ । ମାର୍କଣ୍ଡେୟ ୧୬ ବର୍ଷରେ ପହଞ୍ଚିବା କ୍ଷଣି ହିଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ଆରମ୍ଭ କରିଦେଇଥିଲେ। ସମୟ ପୁରା ହୋଇଗଲା। ୧୬ ବର୍ଷ ହେବା କ୍ଷଣି ଯମରାଜଙ୍କ ଦୂତ ମାର୍କଣ୍ଡେୟକୁ ନେବା ପାଇଁ ଆସିଗଲେ। ଯେତେବେଳେ ଯମରାଜଙ୍କ ଦୂତ ମନ୍ଦିରରେ ପହଞ୍ଚିଲେ, ସେ ଦେଖିଲେ ଯେ, ବାଳକଟି ଧ୍ୟାନରେ ଶିବଲିଙ୍ଗକୁ ଧରି ମନ୍ତ୍ର ଉଚ୍ଚାରଣ କରୁଛି। ଆଉ ମନ୍ତ୍ରଟି ଥିଲା....


ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ |
ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍ ।


ଏହା ଶୁଣିବା ପରେ ଯମରାଜାଙ୍କ ଦୂତ ଟିକେ ଅଟକିଗଲେ। ତାଙ୍କୁ ଏମିତି ଲାଗିଲାଯେ, କେହି ଜଣେ ମାର୍କଣ୍ଡେୟଙ୍କର ରକ୍ଷା କରୁଛନ୍ତି। ସେ ଡରିକି ସେଠାରୁ ଚାଲିଗଲେ। ଏହାସହ ଯମରାଜାଙ୍କୁ ସୂଚନା ଦେଲେ ଯେ, ପ୍ରଭୁ ବାଳକଟି ତ ସ୍ୱୟଂ ମହାଦେବଙ୍କ ଶରଣରେ। ମୁଁ ତାକୁ ଛୁଇଁବାର ସାହସ କରିପାରିଲି ନାହିଁ। ଏହା ଶୁଣିବା ପରେ ଯମରାଜା ରାଗିଗଲେ। ଏବଂ କହିଲେ ମୁଁ ନିଜେ ଯିବେ ସେ ବାଳକକୁ ଆଣିବା ପାଇଁ। ଯମରାଜ ନିଜେ ଗଲେ ଏବଂ ମାର୍କଣ୍ଡେୟକୁ କହିଲେ ଯେ, ତୁମର ସମୟ ସରିଗଲାଣି। ତୁମେ ମୋ ସହ ଚାଲ । କିନ୍ତୁ ମାର୍କଣ୍ଡେୟ ଶିବଲିଙ୍ଗକୁ ଅଧିକ ଜୋରରେ ଧରିବାକୁ ଲାଗିଲା। ଏହାସହ ମନ୍ତ୍ରର ଉଚ୍ଚାରଣ ଆହୁରି ଜୋରେ କରିବାକୁ ଲାଗିଲା। ଏହା ଦେଖି ଯମରାଜା ରାଗିଗଲେ। କ୍ରୋଧରେ ବାକଳଟି ଉପରକୁ ଅସ୍ତ୍ର ଫୋପାଡିଲେ। ଯେତେବେଳେ ଅସ୍ତ୍ରଟି ବାଳକର ବେକରେ ଲାଗିଲା। ମନ୍ଦିରଟି ଥରିବାକୁ ଲାଗିଲା। ସବୁଆଡେ ଭୟଙ୍କର ଗର୍ଜନ ହେବାକୁ ଲାଗିଲା। ହଠାତ ଶିବଲିଙ୍ଗରୁ ଏକ ତେଜ ବାହାରିଲା। ସେହି ତେଜରୁ ମହାକାଳ ବାହାରିଲେ।

ମହାକାଳ କ୍ରୋଧିତ ହୋଇ ଯମରାଜଙ୍କୁ କହିଲେ, ତୁମେ ମୋ ଭକ୍ତଙ୍କୁ ଛୁଇଁବାକୁ ସାହସ କେମିତି କଲ । ଯମରାଜା ଡରରେ ଥରୁଥାନ୍ତି। ଯମରାଜା ହାତ ଯୋଡି କହିଲେ ପ୍ରଭୁ... ମୁଁ ତ ମୋ କର୍ତ୍ତବ୍ୟ କରୁଥିଲି । ମହାକାଳ କହିଲେ, ଇଏ ହେଉଛି ମୋର ପରମ ଭକ୍ତ। ଏହାର ମୃତ୍ୟୁର ସମୟ ମୁଁ ବଦଳେଇ ଦେଇଛି। ବର୍ତ୍ତମାନ ଏହି ବାଳକ ଅମର ରହିବ। ସେ ଚିରଞ୍ଜୀବି । ଯମରାଜା ହାତ ଯୋଡି କହିଲେ, ହେ ପ୍ରଭୁ ପରମାତ୍ମା। ଆପଣ ଯାହା କହିବେ ତାହା ମୁଁ ମାନିବି। ଯିଏ ବି ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବ। ତାକୁ ମୋ ଭୟରୁ ମୁକ୍ତ କରାଯିବ। ଭଗବାନ ଶିବ ଆର୍ଶିବାଦ ଦେଇ କହିଲେ ଯେ, ଯିଏ ବି ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ର ଶ୍ରଦ୍ଧାରେ ଜପ କରିବେ, ସେ ନିଶ୍ଚୟ ସମସ୍ତ ସଙ୍କଟରୁ ମୁକ୍ତ ରହିବ। ଏହାସହ ତାର ଆୟୁଷ ଅଧିକ ଦୀର୍ଘାୟୁ ହେବ।

ଆଜି ବି ଯଦି କେହି ଏହି ମନ୍ତ୍ରର ଉଚ୍ଚାରଣ କରୁଛନ୍ତି, ତେବେ ମହାକାଳଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି। ଏହି ମନ୍ତ୍ର ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଏକ ଦିବ୍ୟ ଅସ୍ତ୍ର ଭାବେ କାର୍ଯ୍ୟ କରିଥାଏ। ଯଦି ଆପଣ ବି କୌଣସି ସଙ୍କଟରୁ ବଞ୍ଚିବାକୁ ଚାହୁଁଛନ୍ତି, କି ଜୀବନରେ କୌଣସି ବି ଭୟରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ହର ହର ମହାଦେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Markandeya conquered death by his devotion to Shiva story | Argus News