ମଣିଷକୁ ଅସୁସ୍ଥ କରୁଛି ଧାତୁ ତିଆରି ବାସନ

ଅର୍ଗସ ବ୍ୟୁରୋ: ଉତ୍ତମ ସ୍ବାସ୍ଥ୍ୟ ହିଁ ପ୍ରତିଟି ବ୍ୟକ୍ତି ପାଇଁ ପ୍ରକୃତ ସମ୍ପତ୍ତି। ବର୍ତ୍ତମାନ ସମୟରେ ସୁସ୍ଥ ରହିବା ପାଇଁ ମଣିଷ ଖାଦ୍ୟ ପ୍ରଣାଳୀ ଜୀବନ ଶୈଳିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି। ଯେମିତି ଜଙ୍କଫୁଡ, ମଇଦା ଯୁକ୍ତ ଖାଦ୍ୟ , ତେଲ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବାକୁ ଅଧିକାଂଶ ଲୋକ ଚେଷ୍ଟା କରୁଛନ୍ତି। ତେବେ ଆପଣ ଜାଣିଛନ୍ତି କି ବିଭିନ୍ନ ଧାତୁରେ ତିଆରି ପାତ୍ର ଆମ ଶରୀର ପାଇଁ କେତେ କ୍ଷତିକାରକ। ଯାହାକୁ ଆମେ ରୋଗର କାରଣ ବୋଲି କହିପାରିବା
ଆମ ସାମାଜିକ ଚଳଣୀ ଭିତରେ ଅନ୍ୟମାନଙ୍କ ସହିତ ତୁଳନା ହେବାକୁ ହେଉ କିମ୍ବା ସମୟ ବଳାଇବାକୁ। ଆଜିକାଲି ପ୍ରେସର କୁକରରେ ରୋଷେଇ କରିବା ଗୋଟେ ଫ୍ୟାସନ ହୋଇଗଲାଣି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରେସର କୁକରରେ ରୋଷେଇ କରିବା ଦ୍ବାରା ଏଥିରେ ଥିବା ପୃଷ୍ଟିକର ତତ୍ବ ନଷ୍ଟ ହୋଇଥାଏ। ଫାଇଟିକ୍ ଏସିଡ୍ କମିଯାଏ । ପେଟ ରୋଗ ଭଳି ସମସ୍ୟା ଦେଖାଦେଇଥାଏ। ଯାହା ମାଟି ପାତ୍ରରେ ରୋଷେଇ କଲେ ନଷ୍ଟ ହୋଇନଥାଏ। ବରିଷ୍ଠ ପରିବେଶବିତ୍ ସ୍ବର୍ଗତ ରାଜୀବ ଦୀକ୍ଷିତ ଶ୍ରୀମନ୍ଦିର ଅବଢା ସହ ଦିଆଯାଉଥିବା ଡାଲିକୁ ନେଇ ଏକ ତଥ୍ୟ ଭିତ୍ତିକ ପ୍ରମାଣ ଦେଇ କହିଥିଲେ, ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଡାଲିରେ ଅଛି ୧୦୦% ପୋଷକତତ୍ବ। ସେ ଯେତେବେଳେ ସେବାୟତଙ୍କୁ ଶ୍ରୀମନ୍ଦିରରେ ମହାପ୍ରସାଦ ମାଟି ପାତ୍ରରେ କାହିଁକି ରୋଷେଇ କରାଯାଏ ବୋଲି ପ୍ରଶ୍ନ କରିଥିଲେ । ସେବାୟତ ଉତ୍ତରରେ କହିଥିଲେ ମାଟି ପବିତ୍ର ବୋଲି ଶ୍ରୀମନ୍ଦିରରେ ମାଟିପାତ୍ରରେ ରୋଷେଇ କରଯାଏ। ସ୍ବର୍ଗତ ରାଜୀବ ଦୀକ୍ଷିତ ମହାପ୍ରସାଦର ଡାଲିକୁ ନେଇ ପ୍ରଥମେ ଭୁବେନଶ୍ବରରେ ଥିବା ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ପରୀକ୍ଷା ପାଇଁ ପହଞ୍ଚିଥିଲେ। ସେଠାରେ ଆବଶ୍ୟକୀୟ ଉପକରଣ ନଥିବାରୁ ସେଠାରୁ ଦିଲ୍ଲୀକୁ ନେଇ ଯାଇଥିଲେ। ତଥାପି ସେ ଡାଲି ବାସି ହୋଇନଥିଲା । ପରୀକ୍ଷାରୁ ଜଣା ପଡିଥିଲା, ଏହି ଡାଲିରେ ଗୋଟିଏ ବି ମାଇକ୍ରୋନ୍ୟୁଟ୍ରିଏଣ୍ଟସ କମ ହୋଇନଥିଲା। ସମାନ ସମୟରେ ଯେତେବେଳେ ପ୍ରେସରକୁକର ଡାଲିକୁ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ମାତ୍ର ୧୩ ପ୍ରତିଶତ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ଥିଲା । ୮୭ ପ୍ରତିଶତ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ନଷ୍ଟ ହୋଇଯାଇଥିଲା। ସାଧାରଣତ ଡାଲିରେ ପ୍ରୋଟିନ୍, ଭିଟାମିନ୍, କାର୍ବୋହାଇଡ୍ରେଟ୍, ରୁଗ୍, ଫ୍ୟାଟ୍, ମିନେରାଲ୍ସ ଭାବରେ ରହିଥାଏ
ଗବେଷଣା ଅନୁସାରେ ମାଟିରେ ପ୍ରାକୃତିକ ଭାବେ ୪୦ ପ୍ରତିଶତ ପାଣି, ମ୍ୟାଗ୍ନେସିୟମ, ଲୌହ, ଫସଫରସ ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ। ତେଣୁ ମାଟିପାତ୍ରରେ ରୋଷେଇ କଲେ ଏହିସବୁ ତତ୍ବ ଆମ ଶରୀର ମଧ୍ୟକୁ ଯାଇଥାଏ। ଯାହା ଧାତୁରେ ତିଆରି ପାତ୍ରରେ ନଥାଏ। ମାଟି ପାତ୍ରରେ ରୁଟି ଖାଇଲେ ଗ୍ୟାସ , ବଦ ହଜମି ଭଳି ସମସ୍ୟା ହୁଏ ନାହିଁ ବୋଲି ବିଶେଷଜ୍ଞ ମତ ରଖନ୍ତି
ତମ୍ବା ପାତ୍ର
📱 Get Argus News App
✨ତମ୍ବାପାତ୍ରରେ ଖାଦ୍ୟ ରଖିବା ଓ ପାଣି ପିଇବା ଶରୀର ପାଇଁ ଉପଯୁକ୍ତ ବୋଲି କୁହାଯାଏ। ହେଲେ ତମ୍ବାପାତ୍ରରେ କୌଣସି ଖାଦ୍ୟ ପଦାର୍ଥକୁ ଗରମ କରିବା ଉଚିତ ନୁହେଁ। ତମ୍ବାପାତ୍ରରେ ଲୁଣ ଏବଂ ଏସିଡ୍ ମିଶିଲେ ବିଷାକ୍ତ କେମିକାଲ ସୃଷ୍ଟିହୁଏ। ଯାହା ଖାଦ୍ୟକୁ ବିଷାକ୍ତ କରିପାରେ
ଏଲୁମିନିୟମ
ଏଲୁମିନିୟମ ନିଆଁକୁ ଶୀଘ୍ର ଅବଶୋଷଣ କରିଥାଏ। ଯାହାଫଳରେ ଅଧିକାଂଶ ଲୋକ ଆଲୁମିନିୟମ ପାତ୍ରରେ ଖାଦ୍ୟ ରୋଷେଇ କରିବାକୁ ପସନ୍ଦ କରିଥାନ୍ତି। ହେଲେ ଏଲୁମିନିୟମରେ ଟମାଟର ଭଳି ଖଟା ଜାତୀୟ ଖାଦ୍ୟ ପ୍ରସ୍ତୁତ କଲେ ଏହା ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଯାହା ଖାଦ୍ୟକୁ କିଛି ମାତ୍ରାରେ ପ୍ରଭାବିତ କରିଥାଏ
ପିତ୍ତଳ ପାତ୍ର
ସାଧାରଣତ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପାଇଁ ବିତ୍ତଳ ବାସନର ବ୍ୟବହାର ହୋଇଥାଏ। ହେଲେ ପିତ୍ତଳରେ ଆମିଷ ଖାଦ୍ୟ ପ୍ରସ୍ତୁତ କରିବା ଭଲ ନୁହେଁ ବୋଲି ଗବେଷକ ମତ ରଖନ୍ତି। ଅନ୍ୟ ଧାତୁପାତ୍ର ଅପେକ୍ଷା ଖାଦ୍ୟ ପ୍ରସ୍ତୁତି ପାଇଁ ମାଟିପାତ୍ରର ବ୍ୟବହାର ଭଲ ବୋଲି କୁହାଯାଏ। ମାଟିପାତ୍ରରେ ଖାଦ୍ୟ ତିଆରି ବିଳମ୍ବ ହାଇଥାଏ, ହେଲେ ଖାଦ୍ୟର ପୋଷକ ତତ୍ବ ନଷ୍ଟ ହୋଇନଥାଏ। ଯାହା ଶରୀର ପାଇଁ ଉପଯୁକ୍ତ ହୋଇଥାଏ।