Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Lifestyle / ସୋମବାର କରନ୍ତୁ ଏହି କାମ ରହିବନି କିଛି ସମସ୍ୟା

Rashmita Mishra
Browse all articles by Rashmita Mishra
·8 months ago·2 min read
ସୋମବାର କରନ୍ତୁ ଏହି କାମ ରହିବନି କିଛି ସମସ୍ୟା

Key Points

ଆଜିର ସମୟରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ବ୍ୟସ୍ତ ରହୁଛନ୍ତି । ଯଦି ଆପଣ ବି ସମାନ ସମସ୍ୟାର ସମ୍ମୁଖୀନ ତେବେ ସୋମବାର ଦିନ ନିଜ ହାତରେ ଖିରି ପ୍ରସ୍ତୁତ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।
ବଦଳୁଥିବା ଲାଇଫ ଷ୍ଟାଇଲ ଓ ଦିନକୁ ଦିନ ବଢୁଥିବା ଷ୍ଟ୍ରେସ କାରଣରୁ ଏବେକା ସମୟରେ ଅଧିକାଂଶ ଲୋକ ଚାପ ଗ୍ରସ୍ତ ରହୁଛନ୍ତି । ଏସବୁ ଗ୍ରହ ମାନଙ୍କର ପ୍ରଭାବ ବି ଦୈନନ୍ଦିନ ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ଗୁଡିକ ବିଷୟରେ କହିବାକୁ ଯାହାକୁ ଉପଯୋଗ କରି ଆପଣ ନିଜକୁ ତଥା ନିଜ ପରିବାରକୁ ସହଜରେ ଚାପମୁକ୍ତ ରଖିପାରିବେ । ତେବେ ଆସନ୍ତୁ ଜାଣିବା ସେବିଷୟରେ...

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ:- ଆଜିର ସମୟରେ ଅଧିକାଂଶ ଲୋକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ବ୍ୟସ୍ତ ରହୁଛନ୍ତି । ଯଦି ଆପଣ ବି ସମାନ ସମସ୍ୟାର ସମ୍ମୁଖୀନ ତେବେ ସୋମବାର ଦିନ ନିଜ ହାତରେ ଖିରି ପ୍ରସ୍ତୁତ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ପରେ ଏହି ଖିରି ପ୍ରସାଦ ଆକାରରେ ନିଜେ ଖାଆନ୍ତୁ । ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ବୈବାହିକ ଜୀବନରେ ଅଶାନ୍ତି ଲାଗି ରହୁଥିଲେ:- ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ମାନଙ୍କ ବୃହସ୍ପତି ଦୁର୍ବଳ ସ୍ଥିତିରେ ଥାନ୍ତି । ସେମାନଙ୍କ ବୈବାହିକ ଜୀବନ କଷ୍ଟ ଭରା ହୋଇଥାଏ । ଯଦି ଚନ୍ଦ୍ରମାଙ୍କ ସହିତ ଶୁକ୍ର ପ୍ରଭାବିତ ଥାନ୍ତି ତେବେ ପୁରୁଷଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପଡିଥାଏ । ସୋମବାର ଦିନ ମହାଦେବ ଶିବଙ୍କୁ ଇତ୍ର ଅର୍ପଣ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ସହ ଶିବ ଲିଙ୍ଗ ଉପରେ ଜଳ ମଧ୍ୟ ଢ଼ାଳିବା ଉଚିତ ।ଶୁକ୍ରବାର ଦିନ ଖଟା ଜାତୀୟ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବା ଉଚିତ ।

ଚାକିରି ଜନିତ ସମସ୍ୟା ଥିଲେ:- ଯଦି ଆପଣ ନିଜ କାର୍ଯ୍ୟାଳୟରେ କୌଣସି ପ୍ରକାର ଅସୁବିଧାର ସାମ୍ନା କରୁଥାନ୍ତି ତେବେ ଶନିବାର ପାଣିରେ କଞ୍ଚା କ୍ଷୀର ମିଶାଇ ମହାଦେବଙ୍କୁ ସମର୍ପଣ କରନ୍ତୁ । ଏହା ସହ ଅଶ୍ବସ୍ତ ଗଛ ତଳେ ସୋରିଷ ତେଲର ଏକ ଦୀପ ଜଳାନ୍ତୁ । ସମ୍ଭଵ ହେଲେ କୌଣସି ଗରିବ ପିଲାକୁ ବସ୍ତ୍ର ଦାନ କରନ୍ତୁ ବା ଭୋଜନ କରାନ୍ତୁ ।

ସନ୍ତାନଙ୍କ ପାଇଁ ଚିନ୍ତିତ ଥିଲେ:- ମା -ବାପା ମାନେ ସାଧାରଣତଃ ସନ୍ତାନ ମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରୁହନ୍ତି । ଏସମସ୍ୟରୁ ମୁକୁଳିବା ପାଇଁ ସୋମବାର ଶିବଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ । ଦେଖିବେ କିଛି ଦିନ ଭିତରେ ଅବସ୍ଥା ସୁଧୁରି ଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lifestyle | Do This on Monday to Avoid Problems – Special Monday Rituals | Argus News | Argus News