Videos
|
Lifestyle

ଏମିତି ବନାନ୍ତୁ ମୁସୁମୁସିଆ ପୋଦିନା ପଖୁଡି

Smruti Parija
Browse all articles by Smruti Parija
·1 year ago·2 min read
ଏମିତି ବନାନ୍ତୁ ମୁସୁମୁସିଆ ପୋଦିନା ପଖୁଡି

Key Points

ବର୍ଷା ପାଗକୁ ପକୁଡି

ସାଙ୍ଗରେ କପେ ଚା'


ସାଧାରଣତଃ ଆମ ଓଡିଆ ଲୋକେ ଖାଇବା ପିଇବାକୁ ଭାରି ଭଲ ପାଆନ୍ତି । ସକାଳ ହେଲେ ସମସ୍ତଙ୍କର ଗୋଟିଏ ଚିନ୍ତା ଥାଏ ଆଜି ରୋଷେଇ କ'ଣ ହେବ । କିଏ କ'ଣ ଖାଇବ ପଚାରି ଗୃହିଣୀମାନେ ବନେଇ ଦିଅନ୍ତି ଘରର ସମସ୍ତଙ୍କ ପାଇଁ ମନ ଲାଖି ବିଭିନ୍ନ ପ୍ରକାରର ବ୍ୟଞ୍ଚନ ।


ଆଉ ବର୍ଷା ପାଗ ହେଲେ ତ କଥା ସରିଲା । ଗାଁ ହଉ କି ସହର ଦାଣ୍ଡରେ ଟିକେ ଚାଲିଗଲେ ପ୍ରାୟ ସମସ୍ତଙ୍କ ଘରୁ ଭାସି ଆସେ ସୁଆଦିଆ ପଡୁଡିର ବାସ୍ନା । ବେସନରେ ପଡିଥିବା ଭୃଷଙ୍ଗ ପତ୍ର, ପିଆଜର ବାସ୍ନା...ଆଃ ବାସ୍ନାରେ ହିଁ ପେଟ ପୁରିଯାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଆପଣ ଜାଣିଛନ୍ତି ସେହି ପଡୁକିକୁ ଆଉ ଟିକେ ସୁଆଦିଆ କରିଦେବ ପୋଦିନା ପତ୍ର ।


ପୋଦିନ ପତ୍ର ପକୁଡି


ଆସନ୍ତୁ ଜାଣିବା ଏହାର ରେସିପି ....


ସାମଗ୍ରୀ:-


ବେସନ,ପିଆଜ,କଞ୍ଚା ଲଙ୍କା,ପୋଦିନା ପତ୍ର,ଜୁଆଣୀ,ଲୁଣ,ଲଙ୍କା ଗୁଣ୍ଡ


ପ୍ରଥମେ ଗୋଟିଏ ପାତ୍ରେ ବେସନ ଆବଶ୍ୟକ ଅନୁଯାୟୀ ନେଇଯିବେ, ସେଥିରେ ଅଧିକ ପରିମାଣର ଛୋଟ ଛଟୋ କଟା ହୋଇଥିବା ପିଆଜ, ଚୁନା ଚୁନା କଟା ହୋଇଥିବା କଞ୍ଚା ଲଙ୍କା, ଜୁଆଣୀ,ଖାଇବା ସୋଢା, ଅଧିକ ମାତ୍ରାରେ ପୋଦିନା ପତ୍ର ପକାଇ ଭଲ ଭାବରେ ଗୋଳାଇ ଦେବେ । 10 ମିନିଟ୍ ପାଖାପାଖି ଏହାକୁ ଘୋଡେଇ ରଖିଦେବେ । ସେପଟେ ଗ୍ୟାସ୍ ରେ କଡେଇ ବସେଇ ସେଥିରେ ଖାଇବା ତେଲ ପକେଇଦେବେ ।


ତେଲ ଭଲଭାବରେ ଗରମ ହୋଇ ଆସିଲେ ଛୋଟ ଛୋଟ କରି ପକୁଡି ଛାଣିବେ । ଏହାସହ କିଛି କଞ୍ଚା ଲଙ୍କା ମଧ୍ୟ ତେଲରେ ଛାଣିଦେବେ । ଏବଂ ଛାଣିବା ପରେ ଏକ ଟିସୁ ପେପର୍ ରେ ଏହାକୁ ପକାଇଦେବେ । ଏହା ପରେ ଗରମ ଗରମ ଚା' ସହ ପୋଦିନା ପକୁଡିରେ ଟିକେ କଳା ଲୁଣ ଛିଞ୍ଚି ଖାଇବାକୁ ଦେବେ ।


ନହେଲେ ଯଦି ଆପଣଙ୍କୁ ମୁଢି ଭଲ ଲାଗେ ଖାଇବାକୁ ତେବେ ଏହି ପୋଦିନା ପକୁଡି ସହ ମୁଢି ବେସ୍ଟ କମ୍ବିନେସନ ।


ଏମିତି ମୁସୁମୁସିଆ ପକୁଡି ଖାଇ ବର୍ଷା ପାଗର ମଜା ନିଅନ୍ତୁ ।