Health / ସକାଳେ ଲେମ୍ଵୁ,ଉଷୁମ୍ ପାଣି ପିଇଲେ ମାଡ଼ି ବସିବ ଏହି ସବୁ ରୋଗ

Key Points
କିଛି ଲୋକ ସକାଳୁ ଉଠିବା ମାତ୍ରେ ଲମ୍ବୁକୁ ନଖ ଉଷୁମ୍ ପାଣିରେ ପକାଇ ପିଉଛନ୍ତି। ଏହା ଶରୀରକୁ ଡିଟକ୍ସ କରିଥାଏ ବୋଲି କୁହାଯାଏ। କିନ୍ତୁ ଲେମ୍ବୁ ପାଣି ପ୍ରକୃତରେ କଣ ଡିଟକ୍ସିଂ ଡ୍ରିଙ୍କ୍।
ସାଧାରଣତଃ ଲୋକମାନେ ଏବେ ଭାରି ହେଲଥ୍ କନସିଅସ୍। ସକାଳୁ ଉଠି ବା ମାତ୍ରେ ଏକ ସୁସ୍ଥ ରୁଟିନ୍ ଫଲୋ କରୁଛନ୍ତି। କିଛି ଲୋକ ସକାଳୁ ଉଠିବା ମାତ୍ରେ ଲମ୍ବୁକୁ ନଖ ଉଷୁମ୍ ପାଣିରେ ପକାଇ ପିଉଛନ୍ତି। ଏହା ଶରୀରକୁ ଡିଟକ୍ସ କରିଥାଏ ବୋଲି କୁହାଯାଏ। କିନ୍ତୁ ଲେମ୍ବୁ ପାଣି ପ୍ରକୃତରେ କଣ ଡିଟକ୍ସିଂ ଡ୍ରିଙ୍କ୍। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଡିଟକ୍ସ କରେ ନାହିଁ ବରଂ ଓଜନ କମାଇବାରେ ସାହାଯ୍ୟ କରେ । ପେଟ ମଧ୍ୟ ସଫା ରଖେ କିନ୍ତୁ ଏହାକୁ ଖାଲି ପେଟରେ ପିଇବା ଠିକ୍ ନୁହେଁ ।
ଲେମ୍ବୁ ପାଣି ଭିଟାମିନ-ସି, ଆଣ୍ଟିଅକ୍ସିଡେଣ୍ଟ ଏବଂ ଅନେକ ଗୁଣରେ ଭରପୂର ହୋଇଥାଏ । କିନ୍ତୁ ଏହାକୁ ସକାଳ ବଦଳରେ ଦିନରେ ପିଇବା ଉଚିତ୍ । ବିଶେଷ କରି ସେହି ଲୋକମାନଙ୍କୁ ଯେଉଁମାନେ ପୂର୍ବରୁ ହିଁ ବ୍ଲୋଟିଙ୍ଗ୍ କିମ୍ବା ଗ୍ୟାସ ସମସ୍ୟାରେ ପୀଡ଼ିତ ଅଛନ୍ତି । ଲେମ୍ବୁ ଆମ ଶରୀରରେ ହାଇଡ୍ରେସନ୍ ସ୍ତରକୁ ବଢ଼ାଇବାରେ ସାହାଯ୍ୟ କରେ । ଏହା ଏନର୍ଜି ଲେବଲକୁ ମଧ୍ୟ ବଢ଼ାଏ । ଯଦି ଆମେ ପ୍ରତିଦିନ ଗୋଟାଏ ଲେମ୍ବୁ ଖାଉ ତେବେ ସେଥିରୁ ଆମକୁ ପର୍ଯ୍ୟାପ୍ତ ଭିଟାମିନ-ସି ମିଳିଥାଏ ।
ଏହି ଭିଟାମିନ ସ୍କିନ୍ କୋଲାଜେନକୁ ବଢ଼ାଏ । ଲେମ୍ବୁ ଖାଇବା ଦ୍ୱାରା ଇମ୍ୟୁନିଟି ମଧ୍ୟ ମଜବୁତ ହୁଏ ଏବଂ ଏହାଦ୍ୱାରା ଆଇରନର ସ୍ତର ମଧ୍ୟ ବଢ଼େ । ଲେମ୍ବୁ ପାଣି ଆମ ପେଟ ପାଇଁ ଭଲ ହୋଇଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଭଲ ବ୍ୟାକ୍ଟେରିଆ ବଢ଼ନ୍ତି । ଏହା ଦ୍ୱାରା ଓଜନ କମ୍ ହୁଏ ନାହିଁ କି ଓଜନ ବଢ଼େ ମଧ୍ୟ ନାହିଁ । ଏହା ଓଜନକୁ ନିୟନ୍ତ୍ରିତ ରଖେ । କିନ୍ତୁ ସକାଳ ସମୟରେ ଖାଲି ପେଟରେ ପିଇଲେ ଏହା ଏସିଡିଟି, ବ୍ଲୋଟିଙ୍ଗ୍ ଏବଂ ଗ୍ୟାସର ସମସ୍ୟାକୁ ବଢ଼ାଇପାରେ । ଆପଣ ଖାଇସାରିବା ପରେ ଏହାକୁ ପିଇପାରନ୍ତି କାରଣ ଏହାଦ୍ୱାରା ପାଚନ ସଠିକ୍ ଭାବରେ ହୋଇଥାଏ ।
ଗରମ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଆଦୌ ଠିକ୍ ନୁହେଁ କାରଣ ଅଧିକ ଗରମ ହେବା ଦ୍ୱାରା ଭିଟାମିନ-ସି ବ୍ରେକଆଉଟ୍ ହୋଇଯାଏ । ଏହି କାରଣରୁ ତାହାର ପୋଷକ ତତ୍ତ୍ୱ ଆମକୁ ମିଳିପାରେ ନାହିଁ । ଯଦି ଆପଣ ଗରମ ପାଣିରେ ଏହାକୁ ପିଉଛନ୍ତି ତେବେ ଧ୍ୟାନ ରଖନ୍ତୁ ପାଣିକୁ ପ୍ରଥମେ ଉଷୁମ କରନ୍ତୁ ତା'ପରେ ଲେମ୍ବୁ ମିଶାଇ ପିଅନ୍ତୁ ।
📱 Get Argus News App
✨Related Topics
Explore more stories