Back Pain / ମାଂସପେଶୀ ପାଇଁ ବି ହୁଏ ବ୍ୟାକ୍ ପେନ୍, ବଢ଼ୁଛି ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ସଙ୍କଟ
·8 months ago·3 min read

Key Points
କେବଳ ହାଡ଼ ନୁହେଁ, ମାଂସପେଶୀ ପାଇଁ ବି ହୁଏ ବ୍ୟାକ୍ ପେନ୍
ବଢ଼ୁଛି ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ସଙ୍କଟ
ଜାଣନ୍ତୁ ଘରୋଇ ଚିକିତ୍ସା
ବଢ଼ୁଛି ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ସଙ୍କଟ
ଜାଣନ୍ତୁ ଘରୋଇ ଚିକିତ୍ସା
ଆଜିକାଲି ଅଣ୍ଟା ପୀଡ଼ା ବା ବ୍ୟାକ୍ ପେନ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ ବୟସ୍କ ନୁହେଁ, ଯୁବପିଢ଼ିଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖିବାକୁ ମିଳୁଛି । ଅଧିକ ସମୟ ଧରି ଗୋଟିଏ ଜାଗାରେ ବସି ରହିବା ଯୋଗୁଁ ବ୍ୟାକ୍ ପେନ୍ ହେଉଛି । ଏଥିସହ କମ୍ପ୍ୟୁଟର ସାମ୍ନାରେ ବସି ରହିବା ଯୋଗୁଁ ଓଜନ ମଧ୍ୟ ବଢ଼ୁଛି, ଯାହା ଅଣ୍ଟା ଉପରେ ପ୍ରେସର ପକାଉଛି । ଏଣୁ ଡାକ୍ତରମାନେ ଅଫିସ୍ରେ କାମ କରୁଥିବା ଲୋକଙ୍କୁ ମଝିରେ ମଝିରେ ଟିକେ ଉଠିବାକୁ ଓ ଚାଲିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏହି ଅଣ୍ଟା ସମସ୍ୟାର ଅନ୍ୟ କାରଣ ଓ ପ୍ରତିକାର ବିଷୟରେ ଆସନ୍ତୁ ଜାଣିବ।
ପୂର୍ବରୁ ବୃଦ୍ଧାବସ୍ଥାର ରୋଗ ବୋଲି ପରିଗଣିତ ହେଉଥିବା ସ୍ଲିପ୍ ଡିସ୍କ (Slipped Disc) ଓ ଦୀର୍ଘକାଳୀନ ପିଠି-ବେକ ଯନ୍ତ୍ରଣା ଏବେ ଅଳ୍ପ ବୟସର ଯୁବକଯୁବତୀଙ୍କୁ ଶିକାର କରୁଛି। ଯୁବ ବୟସରେ ଅନେକଙ୍କୁ ସ୍ଲିପ୍ ଡିସ୍କ ହେବା ପରି ଘଟଣା, ଦେଶରେ ବଢୁଥିବା ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟର ସୂଚନା ଦେଉଛି। ଡାକ୍ତରମାନଙ୍କ ମତରେ, ଆଧୁନିକ ଜୀବନଶୈଳୀ ଯୋଗୁଁ ଯୁବପିଢ଼ିଙ୍କ ମେରୁଦଣ୍ଡ ସେମାନଙ୍କ ପ୍ରକୃତ ବୟସ ପୂର୍ବରୁ “ଶୀଘ୍ର ବୃଦ୍ଧ” ହେବାରେ ଲାଗିଛି।
୨୦୨୩ ମଧ୍ୟରେ ଭାରତରେ ପିଠି ଯନ୍ତ୍ରଣା ମାମଲା ବୃଦ୍ଧି ପାଇଛି ଏବଂ ୧୮ରୁ ୩୮ ବର୍ଷ ବୟସ ବର୍ଗରେ ଏହାର ପ୍ରଭାବ ସର୍ବାଧିକ ରହିଛି, ଯାହାକି ଦେଶର ଉତ୍ପାଦନଶୀଳ ବର୍ଷ। ଅଧିକ ସମୟ ବସି କାମ କରିବା, ଲ୍ୟାପଟପ୍ କିମ୍ବା ସ୍ମାର୍ଟଫୋନ୍ ଆଗରେ ନଇଁ ରହିବା ଯୋଗୁଁ ଖରାପ ବସିବା ଶୈଳୀ (Poor Posture) ଏବଂ ଶାରୀରିକ ପରିଶ୍ରମର ଅଭାବ ଏହି ସମସ୍ୟାକୁ ବଢାଉଛି।ଏହି ସଙ୍କଟ ସତ୍ତ୍ୱେ, ମେରୁଦଣ୍ଡ ଚିକିତ୍ସାରେ ନୂତନତା ଆସିଛି।
ଅତି କମ୍ କଟା ହେଉଥିବା ଅସ୍ତ୍ରୋପଚାର (Minimally Invasive Surgery), ରୋବୋଟିକ୍ସ ଏବଂ ଷ୍ଟେମ୍ ସେଲ୍ ଥେରାପି (Stem Cell Therapy) ଭଳି ଆଧୁନିକ ଚିକିତ୍ସା ପଦ୍ଧତି କମ୍ ଯନ୍ତ୍ରଣା, ଦ୍ରୁତ ଆରୋଗ୍ୟ ଏବଂ ଅନେକ କ୍ଷେତ୍ରରେ ଅସ୍ତ୍ରୋପଚାରରୁ ମୁକ୍ତି ଦେଉଛି। ଏହା ସହିତ ଯୋଗ-ଆଧାରିତ ହୋଲିଷ୍ଟିକ୍ ଚିକିତ୍ସା ମଧ୍ୟ ସ୍ଥାୟୀ ସ୍ୱାସ୍ଥ୍ୟ ପାଇଁ ସହାୟକ ହେଉଛି।‘ଗ୍ଲୋବାଲ ବର୍ଡେନ ଅଫ୍ ଡିଜିଜ୍’ (GBD) ଅଧ୍ୟୟନ ଅନୁଯାୟୀ, ବିଶ୍ୱସ୍ତରରେ ଅକାଳରେ ମୃତ୍ୟୁ ଏବଂ ଅକ୍ଷମତା ପାଇଁ ଦାୟୀ ଥିବା ଶୀର୍ଷ ୧୦ କାରଣ ମଧ୍ୟରେ ପିଠି ଯନ୍ତ୍ରଣା ଅନ୍ୟତମ। ୨୦୨୧ରେ ବିଶ୍ୱର ସମସ୍ତ ମେରୁଦଣ୍ଡ ଆଘାତର ୧୫% ଭାରତରେ ଥିଲା।
ଡାକ୍ତରଙ୍କ ମତରେ ଅଣ୍ଟା ପୀଡ଼ା ହେବାର ଅନେକ କାରଣ ରହିଛି । ବେଳେବେଳେ ହାଡ଼ ଯୋଗୁ ଅଣ୍ଟା ବିନ୍ଧେ କିମ୍ବା ଦରଜ ହୁଏ । ଆଉ କିଛି ଲୋକଙ୍କ ଠାରେ ମାଂସପେଶୀ ସମସ୍ୟା ଯୋଗୁ ଏହି ପୀଡ଼ା ହୋଇଥାଏ । କେବଳ ଯେ ହାଡ଼ ଜନିତ ସମସ୍ୟା ଥିଲେ ଅଣ୍ଟା କାଟେ ତାହା ଭାବିବା ଭୁଲ । ଅଧିକ ସମୟ ବସିବା ଯୋଗୁ କିମ୍ବା ଭୁଲ ଢଙ୍ଗରେ ଶୋଇବା ଯୋଗୁ କିମ୍ବା ଏକ୍ସରସାଇଜ୍ କରିବା ବେଳେ ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇପାରେ । ଖାସ୍ କରି ଷ୍ଟ୍ରେଚିଂ ବେଳେ ମାଂସପେଶୀ ମକଚି ହୋଇପାରେ । ଯାହା ଦ୍ୱାରା ପ୍ରବଳ ପୀଡ଼ା ହେବା ସହ ଉଠିବା ବସିବା ବି କାଠିକର ପାଠ ହୋଇଯାଏ ।
ଅଣ୍ଟା ଦରଜରୁ ମୁକ୍ତି:
ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ଆଉ ଡେରି ନ କରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଅତି ପୀଡ଼ା ହେଉଥିଲେ ଡାକ୍ତର ତୁରନ୍ତ ପେନ୍ କିଲର କିମ୍ବା ମସଲସ୍କୁ ଫ୍ରି କରିବାକୁ ଇଞ୍ଜେକସନ୍ ଦେଇଥାନ୍ତି । ଏଥିସହ ପୀଡ଼ା ହେଉଥିବା ଜାଗାରେ ମଲମ ବା ଅଏଣ୍ଟମେଣ୍ଟ ଲଗାଇବାକୁ ଦେଇଥାନ୍ତି । ଏଥିରୁ ଶୀଘ୍ର ଉପଶମ ପାଇଁ ସେହି ଜାଗାରେ ଗରମ ସେକ ବି ଦେବାକୁ କିଛି ଡାକ୍ତର ପରାମର୍ଶ ଦିଅନ୍ତି । ଫଳରେ ମାଂସପେଶୀ ରିଲାକ୍ସ ହେବ ଓ ପୀଡ଼ା କମିବ । ଆପଣ କିଛି ହାଲ୍କା ଫୁଲ୍କା ଏକ୍ସରସାଇଜ୍ ମଧ୍ୟ କରିପାରିବେ, ଯାହା ଦ୍ୱାରା ଶୀଘ୍ର ଆରାମ ମିଳିବ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: