Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Nano Banana / ସାଇବର ଠକ ନେଇ ପାରିବେ ଆପଣଙ୍କ ଫଟୋ!

Priyanka Panda
Browse all articles by Priyanka Panda
·9 months ago·2 min read
ସାଇବର ଠକ ନେଇ ପାରିବେ ଆପଣଙ୍କ ଫଟୋ!

Key Points

ନାନୋ ବାନାନାର ବ୍ୟବହାରକୁ ନେଇ ଉଠିଲା ପ୍ରଶ୍ନ

ସାଇବର ଠକମାନେ କରିପାରନ୍ତି ଆପଣଙ୍କ ଫଟୋକୁ ନେଇ ହେରଫେର

ବିଶେଷଜ୍ଞଙ୍କର ପ୍ରକାଶ ପାଇଲା ଭିନ୍ନ ମତ

ଏବେ ସୋସିଆଲ ମିଡିଆରେ ଗୋଟିଏ ଟ୍ରେଣ୍ଡ୍। ନାନୋ ବାନାନା।  ଯୁବପିଢ଼ି ଏହା ପଛରେ ପାଗଳ। କିଏ କେତେ ପ୍ରକାରର ଫଟୋ ପ୍ରମ୍ପ୍ଟ ଲେଖି ଜେମିନଆଇକୁ ନିଜ ଫଟୋ ତିଆରି କରିବାକୁ କହୁଛନ୍ତି। କେବଳ ସାଧାରଣ ନାଗରିକ ନୁହେଁ ରେଜନେତା ଠାରୁ ସେଲିବ୍ରିଟି ସବୁ ଏବେ ଜେମିନଆଇର ଏହି ଟ୍ରେଣ୍ଡ୍ ପଛରେ ପଡ଼ିଯାଇଛନ୍ତି। ଠିକ୍ ଯେମିତି ଘିବିଲି ଟ୍ରେଣ୍ଡ ଆସିଥିଲା। ଏବେ କାଁ ଭାଁ ଦେଖିବାକୁ ମିଳୁଛି। କିନ୍ତୁ ଏସବୁ ଭିତରେ ନାନୋ ବାନାନାର ସୁରକ୍ଷାକୁ ନେଇ ବି ଅନେକ ପ୍ରଶ୍ନ ଉଠିଲାଣି। କିଛି ସାଇବର ବିଶେଷଜ୍ଞ ଏହାକୁ ସୁରକ୍ଷିତ କହୁଥିବା ବେଳେ ଆଉ କିଛି ବିଶେଷଜ୍ଞ ଏହାକୁ ବିପଦ ବୋଲି ମତ ରଖୁଛନ୍ତି।


ବିପଦ କାହିଁକି କୁହାଯାଉଛି ପ୍ରଥମେ ଜାଣିବା, ଏଆଇର ବ୍ୟବହାର ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି। ଏ ପରିପ୍ରେକ୍ଷିରେ ଏଆଇ ଏଭଳି ଭାବେ ଫଟୋ ତିଆରି କଲେ ନିଜର ବ୍ୟକ୍ତିଗତ ଡାଟା ସହ ଆମ ଫେସିଆଲ ଇମେଜକୁ ଚୋରି କରୁଥିବା କୁହାଯାଉଛି। ଯାହାକୁ କି ସାଇବର ଠକ ମାନେ ଅପବ୍ୟବହାର କରିପାରନ୍ତି ବୋଲି କିଛି ବିଶେଷଜ୍ଞ ଯୁକ୍ତି ବାଢ଼ୁଛନ୍ତି। ସେମାନଙ୍କ ମତରେ ଆମେ ଯେତେବେଳେ ଜେମିନଆଇରେ ଆମ ଫଟୋ ଅପଲୋଡ କରି କିଛି ଫଟୋ ତିଆରି କରିବାକୁ କହିଥାଉ ସେତେବେଳେ ଏହା ଆମ ମୁହଁକୁ ଗଭୀର ଅନୁଶୀଳନ କରିଥାଏ, ଯେହେତୁ ମୋବାଇଲରେ ଗୋଟିଏ ଅନଲାଇନ ସେବା ସହ ଅନ୍ୟ ସେବା ବି ଲିଙ୍କ୍ ଥାଏ ତେଣୁ ଆପଣଙ୍କର ପ୍ରାଇଭେଟ୍ ଫଟୋ ଲିଙ୍କ ହେବାର ସମ୍ଭାବନା ବି ଥାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାହାକୁ କି ସାଇବର ଠକ ମାନେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ କରିପାରନ୍ତି। ଉଦାହରଣ ସ୍ବରୁପ ଆମେ ଯେବେ KYC କରିଥାଉ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ସେତେବେଳେ ମୁହଁ ଚିହ୍ନଟ ଆବଶ୍ୟକ ପଡ଼େ। ବ୍ୟାଙ୍କ କ୍ଷେତ୍ର ସୁପରିଚାଳିତ ହୋଇଥାଏ। ଯଦି ଆମ ଫେସିଆଲ ଇମେଜ ଚୋରି ହୁଏ ତେବେ ଶହ ଶହ ଲୋକଙ୍କ ନକଲି ଡକ୍ୟୁମେଣ୍ଟ ତିଆରି ହୋଇପାରିବ। ଏହାଛଡ଼ା ଅନେକ ଗୁରୁତର ଅପରାଧିକ କାର୍ଯ୍ୟକଳାପରେ ଏହି ଡକ୍ୟୁମେଣ୍ଟ ବ୍ୟବହାର ହୋଇ ହେରଫେର ହୋଇପାରିବ।

ସେହିପରି ଆଉ କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଗୁଗୁଲ ପାଖରେ ଏମିତିରେ ଆମର ସମସ୍ତ ତଥ୍ୟ ଓ ଫଟୋ ରହୁଛି। ଯାହାକୁ କି ଗୁଗୁଲ ସୁରକ୍ଷିତ ରଖୁଛି। ଗୁଗୁଲ ଡ୍ରାଇଭ ହେଲା, ଗୁଗୁଲ ଫଟୋଜ୍ ଇତ୍ୟାଦି.. ଏଣୁ ଆମର କୌଣସି ତଥ୍ୟ ପୂର୍ବରୁ ହିଁ ଗୋପନୀୟ ନୁହେଁ ଯେ, ଆମେ ଭୟଭୀତ ହେବା। ତେବେ ଗୁଗୁଲ ପକ୍ଷରୁ କୁହାଯାଉଛି ଯେ, ଜେମିନଆଇରେ ତିଆରି କରାଯାଉଥିବା ଫଟୋରେ 'ସିନ୍ଥଆଇଡି' ନାମକ ଏକ ଏକ ଅଦୃଶ୍ୟ ଡିଜିଟାଲ ୱାଟର ମାର୍କ ଥାଏ। ଯାହାକି ଆମ ଗ୍ରାହକମାନଙ୍କୁ ଏକ ଗୋପନୀୟ ତଥା ସ୍ବଚ୍ଛ ସେବା ଯୋଗାଇବାରେ ଆମକୁ ସାହାଯ୍ୟ କରୁଛି।


ହେଲେବିଶେଷଜ୍ଞମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କ ମତରେ ଏହି ୱାଟରମାର୍କକୁ ସହଜରେ ଟ୍ୟାମ୍ପର କରିହେବ। ଏହାଛଡ଼ା ଏହି ୱାଟରମାର୍କକୁ ହଟାଇବା ଓ ଗୁରୁତ୍ବହୀନ କରିବା ମଧ୍ୟ ଖୁବ ସହଜ। ତେଣୁ ଫଟୋରେ ୱାଟରମାର୍କ ଦେବା ଯଥେଷ୍ଟ ନୁହେଁ। ତେବେ ପ୍ରକୃତରେ ନାନୋ ବାନାନା କେତେ ସୁରକ୍ଷିତ ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଏନେଇ ସରକାର କିଛି ଗାଇଡଲାଇନ ଆଣିବାକୁ କିଛି ନ ସଚେତନ ନାଗରିକମାନେ ଅନୁରୋଧ କରିଛନ୍ତି..
ଆପଣଙ୍କ ମତ କଣ ନାନୋ ବାନାନା ସୁରକ୍ଷିତ ନା ବିପଦ?

Related Topics

Explore more stories

Sponsored
Nano Banana | "Nano Banana AI Trend: Viral Fun or Data Privacy Risk?" | Argus News