Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Lifestyle / ଯେତେ ରୋଜଗାର କଲେ ବି ପାଖରେ ରହୁନି ଟଙ୍କା? ଜାଣନ୍ତୁ କଣ କରିବେ...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଯେତେ ରୋଜଗାର କଲେ ବି ପାଖରେ ରହୁନି ଟଙ୍କା? ଜାଣନ୍ତୁ କଣ କରିବେ...

Key Points

ଯେତେ ରୋଜଗାର କଲେ ପାଖରେ ରହୁନି କି ଟଙ୍କା?
ସଞ୍ଚୟର ଏହି ମୁଖ୍ୟ ଉପାୟ କହିଛନ୍ତି ଚାଣକ୍ୟ
ଜାଣିରଖନ୍ତୁ ଆସିବ କାମରେ

ଟଙ୍କା କାହାର ବା ଦରକାର ନାହିଁ। ପ୍ରତ୍ୟକ ମଣିଷ ଚାହେଁ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବ ଆଉ ଖୁସିର ରହିବ। ହେଲେ ଯେତେ ରୋଜଗାର କଲେ ପାଖରେ ରହୁନି କାହିଁକି ଟଙ୍କା? ଏହାକୁ ନେଇ ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞ ଏବଂ ରଣନୀତିଜ୍ଞ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କିଛି କୁଅଭ୍ୟାସ ପାଇଁ ପାଖରେ ଟଙ୍କା ରହେ ନାହିଁ। କୁହାଯାଏ ଧନ କେବଳ ସକ୍ଷମ, ଶୃଙ୍ଖଳିତ ଏବଂ ଜ୍ଞାନୀ ଲୋକଙ୍କ ପାଇଁ ରହିଥାଏ। ତେଣୁ ଆଳସ୍ୟ, ଲୋଭ ଏବଂ ସ୍ବାର୍ଥପରତା ପରିହାର କରନ୍ତୁ, ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ ଏବଂ ଧୈର୍ଯ୍ୟ ରଖନ୍ତୁ। କିନ୍ତୁ କିଛି ଏପରି ବ୍ୟକ୍ତି ଅଛନ୍ତି, ଯେଉଁମାନେ କେବଳ ନିଜର ଆଳସ୍ୟ କାରଣରୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ତାଙ୍କ ପାଖରେ ଟଙ୍କା ରହେନାହିଁ।


ଚାଣକ୍ୟ ନୀତି:


ଚାଣକ୍ୟ କହିଛନ୍ତି, ଯେଉଁ ଲୋକମାନଙ୍କର ଅତ୍ୟଧିକ ଭୟ, ଈର୍ଷା ଏବଂ ଚିନ୍ତା ଥାଏ ସେମାନଙ୍କର ଟଙ୍କା ମଧ୍ୟ ସ୍ଥାୟୀ ହୁଏ ନାହିଁ। ମାନସିକ ଅଶାନ୍ତି ସେମାନଙ୍କୁ ବୁଦ୍ଧିମାନ ନିଷ୍ପତ୍ତି ନେବାରୁ ବାଧା ଦିଏ ଏବଂ ପ୍ରାୟତଃ ସୁଯୋଗ ହରାଇବାକୁ ପଡ଼େ। ଅତ୍ୟଧିକ ଲୋଭୀ ଲୋକମାନେ ଅଯଥା ନିବେଶ କରନ୍ତି ଏବଂ ଶୀଘ୍ର ଟଙ୍କା ହରାଇ ଦିଅନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଧୈର୍ଯ୍ୟର ସହିତ ସେମାନଙ୍କର ସମ୍ବଳ ବୃଦ୍ଧି କରନ୍ତି ଏବଂ ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତି ସେମାନେ ଦୀର୍ଘକାଳୀନ ଭାବରେ ସେମାନଙ୍କର ସମ୍ପତ୍ତି ବୃଦ୍ଧି ପାଆନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେମିତି ରହିବ ପାଖରେ ଟଙ୍କା ?


ଟଙ୍କା ଉପାର୍ଜନ କରିବା ଯଥେଷ୍ଟ ନୁହେଁ; ଏହାକୁ ପରିଚାଳନା କରିବା ଏବଂ ସଠିକ୍‌ ଦିଗରେ ବିନିଯୋଗ କରିବା ମଧ୍ୟ ଜରୁରୀ। ଯଦି ଆପଣ ଚାହାନ୍ତି ଯେ, ଆପଣଙ୍କ ଟଙ୍କା ସ୍ଥାୟୀ ହେଉ ଏବଂ ବୃଦ୍ଧି ପାଉ, ତେବେ ଆପଣଙ୍କୁ ପ୍ରଥମେ ସେହି ଅଭ୍ୟାସଗୁଡ଼ିକୁ ଚିହ୍ନଟ କରିବାକୁ ପଡ଼ିବ ଯାହା ଆପଣଙ୍କ ଆର୍ଥିକ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରୁଛି।
ଚାଣକ୍ୟ ନୀତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯେଉଁମାନେ ଅଳସୁଆ ଏବଂ ଅନୁଶାସନହୀନ ଜୀବନଯାପନ କରନ୍ତି ସେମାନଙ୍କ ପାଖରେ ଟଙ୍କା ଅଧିକ ଦିନ ସ୍ଥାୟୀ ହୁଏ ନାହିଁ। ଏପରି ଲୋକମାନେ ରୋଜଗାରର ସୁଯୋଗ ହରାଇଥାନ୍ତି ଏବଂ ସେମାନଙ୍କ ଟଙ୍କାକୁ ସଠିକ୍‌ ଭାବରେ ପରିଚାଳନା କରିବାରେ ବିଫଳ ହୁଅନ୍ତି।ଯେଉଁ ବ୍ୟକ୍ତି କେବଳ ନିଜ ପାଇଁ କାମ କରନ୍ତି ଏବଂ ଅନ୍ୟମାନଙ୍କ ମଙ୍ଗଳ ପାଇଁ ଚିନ୍ତା କରନ୍ତି ନାହିଁ ସେ ଶୀଘ୍ର ନିଜର ସମ୍ପତ୍ତି ହରାଇ ଥାଆନ୍ତି। ଚାଣକ୍ୟଙ୍କ ଅନୁସାରେ ଟଙ୍କା କେବଳ ସେମାନଙ୍କ ପାଇଁ ରହିଥାଏ ଯେଉଁମାନେ ଉଦାର, ଜ୍ଞାନୀ ଏବଂ ସାମାଜିକ ସଚେତନ।


ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ସମୟରେ ସବୁଠାରୁ ଜ୍ଞାନୀ ତଥା ଶିକ୍ଷିତ ବ୍ୟକ୍ତି ଭାବରେ ଜଣାଶୁଣା। ତାଙ୍କ ଜୀବନ କାଳରେ ସେ ମାନବ ଜାତିର କଲ୍ୟାଣ ପାଇଁ ଅନେକ ନୀତି ରଚନା କରିଥିଲେ। ପରେ ଏହି ନୀତି ଗୁଡିକ ଚାଣକ୍ୟ ନୀତି ଭାବରେ ପରିଚିତ ହେଲା। କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ଏକ ସଫଳ ଏବଂ ସମୃଦ୍ଧ ଜୀବନ ଖୋଜୁଥାଏ। ତେବେ ସେ ଚାଣକ୍ୟ ନୀତିରେ ଉଲ୍ଲେଖ କରାଯାଇଥିବା ଜିନିଷ ଗୁଡ଼ିକର ଯତ୍ନ ନେବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଲଜ୍ଜା ଜନକ ଭାବରେ ଏହିସବୁ କରି ତୁମେ ସଫଳତା ସହିତ ସୁଖ ମଧ୍ୟ ହାସଲ କରିପାରିବ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Related Topics

Explore more stories

Sponsored
Lifestyle | To manage your finances effectively, create a detailed budget to track income and expenses, prioritize spending on essentials | Argus News