Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଦୁନିଆରେ ସମସ୍ତଙ୍କ ସ୍ମୃତି ଶକ୍ତି ସମାନ ହୋଇନଥାଏ

Rashmita Mishra
Browse all articles by Rashmita Mishra
·1 year ago·2 min read
ଦୁନିଆରେ ସମସ୍ତଙ୍କ ସ୍ମୃତି ଶକ୍ତି ସମାନ ହୋଇନଥାଏ

ଦୁନିଆରେ ସମସ୍ତଙ୍କ ସ୍ମୃତି ଶକ୍ତି ସମାନ ହୋଇନଥାଏ । କାହାର ସ୍ମୃତି ଶକ୍ତି ପ୍ରଖର ହୋଇଥିବା ବେଳେ କିଏ ଭୁଲାମନ ହୋଇଥାଏ । କିଏ ଅଳ୍ପ ପଢି ଶୁଣି ଶୁଣି ସବୁକିଛି ମନେ ରଖିପାରୁଥାଏତ କେହି ଘୋଷି ଘୋଷି ମଧ୍ୟ କିଛି ମନେ ରଖିପାରେନାହିଁ । ତେବେ ଏମିତି କାହିଁକି ହୁଏ ? ଏବଂ ଆଉ ଗୋଟିଏ କଥା ହେଉଛି ଆମେ ସମସ୍ତେ ନିଜ ପିଲାଦିନ କଥା ମନେ ପକାଉ କିନ୍ତୁ କ’ଣ ପାଇଁ ପିଲାଦିନର ସବୁକଥା ଆମେ ଭୁଲିଯାଉ । 5 ବର୍ଷ ଭିତରେ ଆମେ ଯାହା କରିଥାଉ ତା’ର ୯୦ ପ୍ରତିଶତରୁ ଅଧିକ କଥା କାହିଁକି ଆମର ମନେ ନଥାଏ ? ଆସନ୍ତୁ ଜାଣିବା ଏସମ୍ପର୍କରେ ।

ଆମ୍ନେସିଆ କ’ଣ ?
ପିଲାଦିନର କଥା ମନେ ନରହିବା କୁ ବିଜ୍ଞାନ ଭାଷାରେ ଆମ୍ନେସିଆ ବୋଲି କୁହାଯାଏ । କୁହାଯାଏ ଯେ ଯେଉଁଠାରେ ଆପଣ ହୁଏତ କିଛି ମାସ ପାଇଁ, କିଛି କଥା ମନେ ରଖିବାରେ ସକ୍ଷମ ହୋଇଥିବେ, କିନ୍ତୁ ପରେ ଏହି ସ୍ମୃତି ଗୁଡ଼ିକ ଭୁଲିଯାଆନ୍ତି । ଗୋଟିଏ ସର୍ଭେ ରିପୋର୍ଟରେ କୁହାଯାଇଛି, ୩ବର୍ଷର ପିଲାମାନେ ପୂର୍ବ କଥାର ଅନେକ ଘଟଣାକୁ ମନେ ପକାଇବାକୁ ସକ୍ଷମ ହୋଇଥାନ୍ତି। ଏହି ପ୍ରକ୍ରିୟା ୭ବର୍ଷ ବୟସ ପର୍ଯ୍ୟନ୍ତ ଜାରି ରହିଥାଏ । ଏହି ବୟସର ପିଲାମାନେ ସେମାନଙ୍କର ଅତୀତ ଜୀବନର ୭୨ ପ୍ରତିଶତ ମନେ ରଖିବାର ସକ୍ଷମ ହୋଇଥାନ୍ତି । ଯାହା ୩ବର୍ଷ ବୟସ ପର୍ଯ୍ୟନ୍ତ ଥିଲା । କିନ୍ତୁ ୮ରୁ ୯ବର୍ଷ ବୟସରେ ପିଲାମାନେ ସେହି ସମୟରେ ମାତ୍ର ୩୫ ପ୍ରତିଶତ ମନେ ରଖିବାରେ ସକ୍ଷମ ହୋଇଥାନ୍ତି ।


ମେମୋରି କିପରି ତିଆରି ହୁଏ
ମେମୋରି କିପରି ତିଆରି ହୁଏ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ । ୭ବର୍ଷ ବୟସରୁ ପିଲାମାନଙ୍କର ରେଖା ସ୍ମୃତି ସଂଗ୍ରହ କରିବା ଆରମ୍ଭ କରିଥାଏ । ଯାହା ସମୟ ଏବଂ ଭାବନାରେ ସକ୍ଷମ ହୋଇଥାଏ । ଘଟଣାକୁ ମନେ ରଖିବା ଏବଂ ବ୍ୟକ୍ତିଗତ ସମୟସୀମା ଅନୁଯାୟୀ ସେଗୁଡ଼ିକୁ ଭୁଲିଯିବା । ଏହି ପ୍ରକ୍ରିୟା ପିଲା ଏବଂ ବୟସ୍କମାନଙ୍କୁ ପୁରୁଣା କଥା ଭୁଲିଯିବାକୁ ବାଧ୍ୟ କରିଥାଏ । ବୈଜ୍ଞାନିକମାନେ କହିଛନ୍ତି ଉଭୟ ଅର୍ଥଗତ ଏବଂ ଏପିସୋଡିକ୍ ସ୍ମୃତି ମସ୍ତିସ୍କର କର୍ଟେକ୍ସ ନାମକ ଅନେକ ଅଂଶରେ ଗଚ୍ଛିତ ରହିଥାଏ ଏବଂ ୨ରୁ ୪ ବର୍ଷ ବୟସରେ ମସ୍ତିଷ୍କର ହିପୋକ୍ୟାମ୍ପସ୍ ସେମାନଙ୍କୁ ଏକ ନେଟୱାର୍କ ମାଧ୍ୟମରେ ସଂଯୋଗ କରି ଏକ ସୂଚନାର ଉତ୍ସ ସୃଷ୍ଟି କରିଥାଏ । ଏହି ସଂଯୋଗ ଗୁଡ଼ିକ ଦୀର୍ଘସ୍ଥାୟୀ ସ୍ମୃତି ସୃଷ୍ଟି କରିବାରେ ସାହାର୍ଯ୍ୟ କରେ । ପିଲାବେଳେ ମସ୍ତିଷ୍କରେ ନୂତନ କୋଷଗୁଡ଼ିକ ସୃଷ୍ଟି ହେବାକୁ ଲାଗେ । କିନ୍ତୁ ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ ସେମାନଙ୍କର ସ୍ମୃତି ବୃଦ୍ଧି ପ୍ରକ୍ରିୟା ଜାରି ରହିଥାଏ ।

ଶିଶୁମାନଙ୍କଠାରେ, ହାଇପୋକ୍ୟାମ୍ପସରେ ଅତି ଦ୍ରୁତ ଗତିରେ ନୂତନ ନ୍ୟୁରନ୍ ଗଠନ ହୁଏ । ସ୍ମୃତି ସଂରକ୍ଷଣ ଏବଂ ଏଥିରୁ ସୂଚନା ବାହାର କରିବା ପାଇଁ ଏହି ଅଂଶ ଦାୟୀ । ନୂତନ ନ୍ୟୁରନ୍ ଗଠନ ହେତୁ ପୁରୁଣା ସ୍ମୃତି ନଷ୍ଟ ହୋଇଥାଏ । କିନ୍ତୁ ବୈଜ୍ଞାନିକମାନେ ଏହାର କୌଣସି ସଠିକ୍ ପ୍ରମାଣ ପାଇବାରେ ସକ୍ଷମ ହୋଇ ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
not-everyone-in-the-world-has-the-same-memory | Argus News