Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ବିଶ୍ୱ ଯକ୍ଷ୍ମା ଦିବସରେ ଜାଣନ୍ତୁ ଏହି ଦେଶରେ ଅଧିକ ରୋଗୀ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଶ୍ୱ ଯକ୍ଷ୍ମା ଦିବସରେ ଜାଣନ୍ତୁ ଏହି ଦେଶରେ ଅଧିକ ରୋଗୀ...

ଆଜି ବିଶ୍ୱ ଯକ୍ଷ୍ମା ଦିବସ । ବିଶ୍ୱରେ ଯକ୍ଷ୍ମାରୋଗର ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଏହାର ସାମାଜିକ ଓ ଅର୍ଥନୈତିକ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏହାର ମୁକାବିଲା ପାଇଁ ପ୍ରୟାସକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଯକ୍ଷ୍ମାଦିବସ ପାଳନ କରାଯାଉଚଛି । ଡକ୍ଟର ରବର୍ଟ କୋଚ୍‍ଙ୍କ ଦ୍ୱାରା ୧୮୮୨ ମସିହାରେ ଯକ୍ଷ୍ମା ଭୂତାଣୁ ଆବିଷ୍କାରର ଆଜି ବାର୍ଷିକୀ ପାଳନ କରାଯାଉଛି । ଚଳିତବର୍ଷ ଏହି ଦିବସର ବାର୍ତ୍ତା ରହିଛି ‘ଆମେ ଯକ୍ଷ୍ମାକୁ ମୂଳୋତ୍ପାଟନ କରିପାରିବା ଓ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ହୋଇପାରିବା’ ଏହିକ୍ରମରେ ଓଡ଼ିଶାକୁ ଚଳିତବର୍ଷ ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ୬ହଜାର ୭୯୪ଟି ଗ୍ରାମ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ କରିବା ଲାଗି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି ବିଶ୍ୱର ପ୍ରାୟ ସର୍ବତ୍ର ଦେଖାଯାଉଥିଲେ ମଧ୍ୟ ରୋଗାକ୍ରାନ୍ତ ବ୍ୟକ୍ତିମାନେ ମୁଖ୍ୟତଃ ବିଶ୍ୱର ଗରିବ ଦେଶଗୁଡ଼ିକର ଗରିବ ବାସିନ୍ଦା। ରୋଗୀମାନଙ୍କ ମଧ୍ୟରୁ ପାଖାପାଖି ଏକ ତୃତୀୟାଂଶ ହେଉଛନ୍ତି ଭାରତୀୟ ଉପମହାଦେଶର ଅଧିବାସୀ। ସବୁଠାରୁ ଅଧିକ ରୋଗୀ ରହିଛନ୍ତି ଭାରତ ଏବଂ ଚାଇନାରେ।

ଲକ୍ଷଣ: ଯକ୍ଷ୍ମା ରୋଗର ପ୍ରଧାନ ଲକ୍ଷଣ ବିଷୟରେ ଜାଣି ରଖିବା ନିହାତି ଦରକାର। ସବୁରୋଗୀଙ୍କଠାରେ ଲକ୍ଷଣ ପ୍ରକାଶ ପାଇ ନ ଥାଏ। ଯେଉଁ ରୋଗୀଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥାଏ, ସେହି ଲକ୍ଷଣଗୁଡ଼ିକ ମଧ୍ୟରେ ପ୍ରଧାନ ହେଲା ସାମାନ୍ୟ ଜ୍ୱର ଓ କାଶ। ଏହି ଲକ୍ଷଣ ତିନି ସପ୍ତାହରୁ ବେଶି ଲାଗି ରହିପାରେ। ସାଧାରଣତଃ ଜ୍ୱର ଆସିଥାଏ ସନ୍ଧ୍ୟା ସମୟରେ। ରାତିରେ ଝାଳ ବୁହେ। ଛାତିରେ ଯନ୍ତ୍ରଣା ହୋଇପାରେ। ଭୋକ ମରିଯାଏ। ଖୁବ୍‌ ହାଲିଆ ଲାଗେ। କମିଯାଏ ଓଜନ। ଚିକିତ୍ସା ନ କଲେ ରୋଗୀ ହୋଇଯାଏ କଙ୍କାଳସାର।

ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା: ଯକ୍ଷ୍ମା ରୋଗର ନିର୍ଣ୍ଣୟ ପାଇଁ ଡାକ୍ତର ପ୍ରଥମେ ଷ୍ଟେଥୋସ୍କୋପ ସାହାଯ୍ୟରେ ରୋଗୀର ଫୁସ୍‌ଫୁସ୍‌ ପରୀକ୍ଷା କରିଥାଆନ୍ତି। ବେକରେ ଲସିକା ଗ୍ରନ୍ଥି ବଢ଼ିଛି କି ନାହିଁ ପରୀକ୍ଷା କରି ଦେଖନ୍ତି। ଚର୍ମ ତଳେ ଇଞ୍ଜେକ୍ସନ ଦେଇ କରାଯାଏ ମାଣ୍ଟ ପରୀକ୍ଷା। କରାଯାଏ ରକ୍ତ ପରୀକ୍ଷା ଏବଂ ଛାତିର ଏକ୍ସ-ରେ। ସ୍ଥଳବିଶେଷରେ ଆବଶ୍ୟକ ପଡ଼ିପାରେ ଫୁସ୍‌ଫୁସ୍‌ର ସିଟି ସ୍କାନ। ତେବେ ଯକ୍ଷ୍ମା ରୋଗ ନିର୍ଣ୍ଣୟ ପାଇଁ ରୋଗୀର ଖଙ୍କାର ପରୀକ୍ଷା ଜରୁରୀ, ସେଥିରେ ଯକ୍ଷ୍ମା ଜୀବାଣୁ ଅଛି କି ନାହିଁ ଜଣାପଡ଼ିଲେ ରୋଗ ନିର୍ଣ୍ଣୟରେ ଆଉ କୌଣସି ସନ୍ଦେହ ରହେ ନାହିଁ।

ଚିକିତ୍ସା: ରୋଗ ନିର୍ଣ୍ଣିତ ହେବା ପରେ ଆରମ୍ଭ କରାଯାଏ ଚିକିତ୍ସା। ଯକ୍ଷ୍ମାର ଫଳପ୍ରଦ ଚିକିତ୍ସା ପାଇଁ ଅନେକ ଔଷଧ ଉପଲବ୍ଧ। ନିୟମିତ ତଥା ଯଥାର୍ଥ ଚିକିତ୍ସାରେ ରହିଲେ ରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ। କିନ୍ତୁ ଯକ୍ଷ୍ମା ଜୀବାଣୁ ଏବେ ଏକାଧିକ ଔଷଧ ପ୍ରତି ପିଠିଆ ହୋଇପଡ଼ିବା ଚିକିତ୍ସକମାନଙ୍କ ପାଇଁ ଏକ ବିରାଟ ଆହ୍ବାନ ରୂପେ ଉଭା ହେଲାଣି। ଏହାବ୍ୟତୀତ ଔଷଧ ଖାଇବାରେ ଅନିୟମିତ ହେବା, ଚିକିତ୍ସା ବେଳେ ଟିକିଏ ସୁସ୍ଥ ଅନୁଭବ କଲେ ଚିକିତ୍ସା ଅଧାରୁ ଔଷଧ ବନ୍ଦ କରିଦେବା ଏବଂ ନିୟମିତ ଭାବରେ ରୋଗୀ ପାଇଁ ଔଷଧ ଉପଲବ୍ଧ ନ ହେବା ହେଉଛି ଔଷଧ ନିରୋଧିତାର କେତେକ ମୁଖ୍ୟ କାରଣ। ଜୀବାଣୁମାନେ ଔଷଧ ବିରୋଧୀ ହୋଇପଡ଼ିବା ଯୋଗୁ ଚିକିତ୍ସା ସମସ୍ୟା ହୋଇପଡ଼ିଛି ଅଧିକ ଜଟିଳ। ସେଥିପାଇଁ ଏବେ ଡାଇରେକ୍ଟଲି ଅବ୍‌ଜର୍ଭଡ ଥେରାପି ବା ‘ଡଟ୍‌’ (DOT) ପଦ୍ଧତିରେ ଚିିକିତ୍ସା କରି ସୁଫଳ ମିଳୁଛି।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
on-world-tuberculosis-day-india-has-the-highest-number-of-tuberculosis-cases-globally-accounting-for-a-significant-portion-of-the-global-burden | Argus News