Videos
|
Lifestyle

ପିଲାମାନଙ୍କ ପ୍ରତି ପିତାମାତା ମାନେ ଏମିତି ଭୁଲ କରୁଛନ୍ତି କି?

Rashmita Mishra
Browse all articles by Rashmita Mishra
·2 years ago·2 min read
ପିଲାମାନଙ୍କ ପ୍ରତି ପିତାମାତା ମାନେ ଏମିତି ଭୁଲ କରୁଛନ୍ତି କି?

ଅର୍ଗସ ବ୍ୟୁରୋ:  ପିଲାମାନଙ୍କର ଦକ୍ଷତା ଏବଂ ଆତ୍ମବିଶ୍ୱାସ ଵଢାଇ ଆଗକୁ ନେଵା ପିତାମାତାଙ୍କ ଦାୟିତ୍ଵ । ତଥାପି ବେଳେବେଳେ ଆମର ଭୁଲ କିମ୍ବା ଆଜାଣତରେ ଆମେ ପିଲାମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିଦେଇଥାନ୍ତି । ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ କେବେବି ଏପରି କରିବା ଉଚିତ୍ ନୁହେଁ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ଜୀବନକୁ ସୁଖ ଶାନ୍ତିରେ ରଖିଵା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ପିତାମାତାମାନେ ଜୀବନର ପ୍ରଥମ ଶିକ୍ଷକ ଅଟନ୍ତି। ପିତାମାତା ମାନେ ଯାହା ପିଲାଦିନରେ ଶିକ୍ଷା ଦିଆଯାଇଥିବେ ତାହା ଜୀଵନରେ ଆଗକୁ ଵଢିବାକୁ ପ୍ରରଣା ଦେଇଥାଏ ।

ଆଉ ସେହି ସବୁ ଜିନିଷ ଭବିଷ୍ୟତରେ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ । ତଥାପି ବେଳେବେଳେ ପିଲାମାନଙ୍କ ପ୍ରତି ପିତାମାତାଙ୍କର କିଛି ଭୁଲ କରିଥାନ୍ତି ଯାହା ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ ହୋଇଥାଏ। ତେଵେ ଆସନ୍ତୁ ଜାଣିଵା  ସେହି ଭୁଲ ଗୁଡୁକ କଣ କଣ । 

ସେମାନଙ୍କର ଭାବନାକୁ ଅଣଦେଖା:-
ପିଲାମାନଙ୍କର ଭାବନାକୁ ଅଣଦେଖା କରିବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ । ପିତାମାତାମାନେ ଯତ୍ନବାନ ହେବା ଉଚିତ ଯେ ସେମାନଙ୍କ ପିଲାଙ୍କ ଭାବନାକୁ ବୁଝିଵା ଦରକାର ତାହ ସହ ସମର୍ଥନ କରିଵା ଉଚିତ ।ଏବଂ ସେମାନଙ୍କ ସହ ସମ୍ବେଦନଶୀଳତା ସହିତ ବ୍ୟବହାର କରିଵା ଉଚିତ।

ଚାପ ପକାଇବା:-
ପିତାମାତାମାନେ ପିଲା ମାନଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଉଚିତ ନୁହେଁ । ସେ ପାଠ ପଢା କ୍ଷେତ୍ର ହେଉ କି ବ୍ୟକ୍ତିଗତ କ୍ଷେତ୍ରରେ ହେଉ । ଏପରି ହେଲେ ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିପାରେ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କର। ସେନାନଙ୍କ କଥା ଭଲରେ ବୁଝିଵା ଉଚିତ ଏବଂ ସେମାନଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ ଉଦ୍ଦେଶ୍ୟ ପ୍ରତି ଉତ୍ସାହିତ କରିବା ଉଚିତ୍ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେମାନଙ୍କର ସ୍ୱପ୍ନକୁ ଅଣଦେଖା:-
ପିତାମାତାମାନେ ପିଲାମାନଙ୍କର ସ୍ୱପ୍ନକୁ ଅଣଦେଖା କରିବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ ।  ସେମାନଙ୍କର ସ୍ୱପ୍ନକୁ ସମର୍ଥନ କରିବା ଉଚିତ ଏବଂ ସେମାନଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ ଉତ୍ସାହିତ କରିବା ଉଚିତ୍

Parents do something wrong to their children that undermines their self-confidence | Argus News Odia