Devotion / ନା ଔଷଧ ନା ଡାକ୍ତର, ବଡ଼ ବଡ଼ ରୋଗ ଚୁଟକିରେ ଦୂର କରିବ ଅମରପୋଇ ପତ୍ର

Key Points
ଜୀବ ସମାଜ ପାଇଁ ପ୍ରକୃତର ବରଦାନ ଅମରପୋଇ ପତ୍ର | କିଡନୀ ଷ୍ଟୋନ ପାଇଁ ରାମବାଣ ଚିକିତ୍ସା | ନା ଔଷଧ ନା ଡାକ୍ତର, ବଡ଼ ବଡ଼ ରୋଗ ଚୁଟକିରେ ଦୂର ହେବ
ଦୈନନ୍ଦିନ ଜୀବନ ଶୈଳୀରେ ସବୁବେଳେ ବାହାରେ ଖାଇବା, ମସଲା ଯୁକ୍ତ ଖାଦ୍ୟ ଖାଇବା, ଏକ୍ସରସାଇଜ କରିବା ନାହିଁ। ଯାହା ଦ୍ୱାରା ଆମକୁ ଭିନ୍ନ ଭିନ୍ନ ରୋଗ ହୋଇଥାଏ। ଏଥି ମଧ୍ୟରୁ କିଡନୀ ଷ୍ଟୋନ ହେଉଛି ଅନ୍ୟତମ ରୋଗ।
ଯେତେବେଳେ ଘରେ କାହାକୁ ଷ୍ଟୋନ ହୋଇଥାଏ, ଆମେ ଚିନ୍ତାରେ ପଡ଼ିଯାଉ କି କଣ କରିବା , କେମିତି ଶୀଘ୍ର ଭଲ ହେବେ । କିନ୍ତୁ ଆମ ଚାରିପାଖରେ ଏପରି ଏକ ଗଛ ଅଛି, ଯାହା କି ମନୁଷ୍ୟ ତଥା ଆମ ଯିବ ସମାଜ ପାଇଁ ପ୍ରକୃତର ଏକ ବରଦାନ। ଯାହା କିଡନୀ ଷ୍ଟୋନକୁ ମଧ୍ୟ ଗାଏବ କରିଦିଏ । ଆମେ ଅନେକ ସମୟରେ ଏହି ଗଛକୁ ଦେଖି ବି ଅଣଦେଖା କରିଦେଉ।
ଭାରତର ପ୍ରାଚୀନ ଚିକିତ୍ସା ପ୍ରଣାଳୀ ‘ଆୟୁର୍ବେଦ’ର ଭଣ୍ଡାରରେ ଏପରି ଅନେକ ମୂଲ୍ୟବାନ ଔଷଧି ଅଛି, ଯାହା ବହୁତ ସ୍ୱାସ୍ଥ୍ୟକର। ଏହି ଔଷଧି ସାହାଯ୍ୟରେ ଅନେକ ବଡ଼ ବଡ଼ ସ୍ୱାସ୍ଥ୍ୟ ସମସ୍ୟାକୁ ଅତି ସହଜରେ ଦୂର କରାଯାଇପାରିବ।
ଏପରି ଏକ ଚମତ୍କାର ଔଷଧ ହେଉଛି ପଥରଚଟା ବା ଅମରପୋଇ ପତ୍ର। ଏହି ଔଷଧର ନାମରୁ ଅନୁମାନ କରାଯାଇପାରେ ଯେ, ଏହି ପତ୍ରରେ ପଥରକୁ ଚୁରମାର କରିବାର କ୍ଷମତା ଅଛି। ଅମରପୋଇ ପତ୍ର ଏକ ଚିରହରିତ ଉଦ୍ଭିଦ, ଯାହାକୁ ସହଜରେ ଏକ ପାତ୍ରରେ ରୋପଣ ବା ଲଗାଯାଇପାରିବ। ଅମରପୋଇ ପତ୍ର କ୍ୟାଥେଡ୍ରାଲ୍ ବେଲ୍ସ, ଲାଇଫ୍ ପ୍ଲାଣ୍ଟ, ମ୍ୟାଜିକ୍ ଲିଫ୍ ଏବଂ ଏୟାର ପ୍ଲାଣ୍ଟ ଭାବରେ ମଧ୍ୟ ଜଣାଶୁଣା।
ଆୟୁର୍ବେଦରେ ଏହାକୁ ପାଶନ ଭେଦ, ପଣପୁଟି ଏବଂ ଭଷ୍ମପଥରୀ ନାମ ଦିଆଯାଇଛି। ଏହା ଶରୀରରୁ ପେଟର ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହା ସହିତ, ଏହା ଅନେକ ରୋଗକୁ ଦୂର କରିବାରେ ମଧ୍ୟ ସକ୍ଷମ।
ଏହି ସାଧାରଣ ଦେଖାଯାଉଥିବା ସବୁଜ ପତ୍ରରେ କିଡନୀ ଷ୍ଟୋନକୁ ଖଣ୍ଡ ଖଣ୍ଡ କରିବାର ଶକ୍ତି ରହିଛି। ଅମରପୋଇ ପତ୍ରରେ ଅନେକ ଗୁଣ ଅଛି। ଏହା ଆଣ୍ଟି-ଇମ୍ଫିମେଣ୍ଟାରୀ ଗୁଣରେ ଭରପୂର। ଏହା ଶରୀରର ଫୁଲା ଏବଂ ଯନ୍ତ୍ରଣା ଉଭୟରୁ ଦୂର କରେ।
ଏହାର ଖଟା ଏବଂ ଲୁଣିଆ ପତ୍ର ଅନ୍ତନଳୀ ପାଇଁ ମଧ୍ୟ ଲାଭଦାୟକ। ଯଦି ଆପଣଙ୍କୁ କିଡନୀ ଷ୍ଟୋନ ହୋଇଛି ତେବେ ଆପଣ ଏହି ପତ୍ରକୁ କିପରି ବ୍ୟବହାର କରିବେ। ଏକ ଗ୍ଲାସରେ ଉଷୁମ ପାଣି ନିଅନ୍ତୁ ଏବଂ ଅମରପୋଇ 2 ରୁ 3 ପତ୍ର ଚୋବାଇ ଖାଆନ୍ତୁ। ସକାଳେ ଖାଲି ପେଟରେ ଏହାକୁ ଖାଇଲେ ଆପଣଙ୍କୁ ବହୁତ ଲାଭ ମିଳିବ। ଯଦି ଆପଣ ଚାହାଁନ୍ତି, ଅମରପୋଇ ପତ୍ରକୁ ପେଷ୍ଟ କରନ୍ତୁ ଏବଂ ଏହାର ରସ ବାହାର କରନ୍ତୁ।
ଏଥିରେ ଏକ ଚିମୁଟା କଳା ଗୋଲମରିଚ ପାଉଡର ମିଶାନ୍ତୁ। ଏହାକୁ ନିୟମିତ ଭାବରେ ସେବନ କରନ୍ତୁ। ଆପଣ ଏହି ଉପକାରୀ ପତ୍ରଗୁଡ଼ିକର ଏକ କାଢା ମଧ୍ୟ ପ୍ରସ୍ତୁତ କରିପାରିବେ। ଏଥିପାଇଁ, ପ୍ରାୟ ଅଧ ଲିଟର ପାଣିରେ ୧୫ ରୁ ୨୦ ଟି ଅମରପୋଇ ପତ୍ର ଫୁଟାନ୍ତୁ। ପାଣି ଅଧା ହୋଇଗଲେ, ଏହାକୁ ସେବନ କରନ୍ତୁ। ଏହି ପାଣିକୁ ଦିନକୁ ଦୁଇଥର ସେବନ କରନ୍ତୁ।
ଆପଣ ଏଥିରେ ଏକ ଚିମୁଟା ଲୁଣ ମଧ୍ୟ ମିଶାଇ ପାରିବେ । ତେବେ ଆପଣଙ୍କୁ ଆଉ ଡାକ୍ତରଙ୍କ ଆବଶ୍ୟକ ମଧ୍ୟ ପଡ଼ିବ ନାହିଁ। ଏହା ଆମେ କହୁନାହୁଁ ଏହା ବିଶେଷଜ୍ଞଙ୍କ ମତ।
📱 Get Argus News App
✨Related Topics
Explore more stories