Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାବଧାନ! ଅଧିକ ଅଣ୍ଡା ଖାଇଲେ ହେବ କ୍ୟାନସର...

Lifestyle

ସାବଧାନ! ଅଧିକ ଅଣ୍ଡା ଖାଇଲେ ହେବ କ୍ୟାନସର...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସାବଧାନ! ଅଧିକ ଅଣ୍ଡା ଖାଇଲେ ହେବ କ୍ୟାନସର...

ଆଜିକାଲି ଡାଏଟରେ ସମସ୍ତେ ଅଣ୍ଡା ବ୍ୟବହାର କରନ୍ତି। କିନ୍ତୁ ଅଧିକ ଅଣ୍ଡା ଖାଇଲେ ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଏବେଠୁ ହୋଇଯାଆନ୍ତୁ ସତର୍କ। ନଚେତ୍‌ ହୋଇପାରେ ମାରାତ୍ମକ ରୋଗ। ବିଶ୍ୱାସ ହେଉନଥିଲେ ବି ଏହା ସତ। ସୁସ୍ଥ ଶରୀର ପାଇଁ ଲୋକେ ଅନେକ ଖାଦ୍ୟକୁ ତାଙ୍କ ଖାଇବା ରୁଟିନରେ ଆଡ୍ କରିଥାନ୍ତି । ପ୍ରୋଟିନଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ମଧ୍ୟ ଦେଇଥାନ୍ତି । ଅଣ୍ଡାକୁ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ବେଷ୍ଟ ବୋଲି ମାନାଯାଏ । ସୁସ୍ଥ ଶରୀର ଗଠନ ପାଇଁ ଛୋଟ ପିଲାଙ୍କ ଖାଦ୍ୟରେ ଅଣ୍ଡାକୁ ସାମିଲ କରିଥାନ୍ତି ବାପା ମା’ । ଅନେକ ଯୁବପିଢ଼ିର ପିଲାମାନେ ମଧ୍ୟ ନିଜ ଡାଏଟ ଲିଷ୍ଟରେ ଅଣ୍ଡାକୁ ବ୍ୟବହାର କରିଥାନ୍ତି ।

ରୋଷେଇ ରେ ବିଭିନ୍ନ ପ୍ରକାରରେ ଅଣ୍ଡାକୁ ପ୍ରସ୍ତୁତ କରାଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ, ଅଣ୍ଡା ରାସାୟନିକ ପଦାର୍ଥର ଏକ ଉତ୍ସ ହୋଇଥାଏ। ଆହୁରି ମଧ୍ୟ କୁହାଯାଇଛି ଯେ, ଭଜା ଅଣ୍ଡା ଅପେକ୍ଷା ସିଝା ଅଣ୍ଡା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ସପ୍ତାହରେ ୩ଥରରୁ ଅଧିକ ଥର ଅଣ୍ଡା ଖାଉଛନ୍ତି ତେବେ ୭୧ ପ୍ରତିଶତ ବିପଦ ଆଶଙ୍କା ରହିଛି ।କେହି କେହି ଅଣ୍ଡାକୁ ବ୍ରେକଫାଷ୍ଟ, ଲଞ୍ଚ ଆଉ କେହି କେହି ତ ଡିନରରେ ଅଣ୍ଡା ଖାଇଥାନ୍ତି। ଆମକୁ ଅନେକ ସମୟରେ ଡାକ୍ତରମାନେ ମଧ୍ୟ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଅଣ୍ଡା ଖାଇବା ଜରୁରୀ କିନ୍ତୁ ମାତ୍ରାରେ ନିୟନ୍ତ୍ରଣ ରଖି ଅଣ୍ଡା ଖାଇବା ଜରୁରୀ ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି ।

ଅଣ୍ଡା ଖାଇବା ଦ୍ୱାରା ମାଇକ୍ରୋବାୟୋମ ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ରାଇମେଥାଇଲାମାଇନ୍ ରେ ବଦଳାଇ ଦେଇଥାଏ । ଯାହାଫଳରେ କ୍ୟାନ୍ସର ବୃଦ୍ଧିର କାରଣ ହୋଇଥାଏ । ଯାହାକି ଟ୍ୟୁମର ଏବଂ ଲିଭର କ୍ୟାନ୍ସରର ଆଶଙ୍କାକୁ ବଢ଼ାଇଥାଏ ।

ତେବେ ଏହା ଏକ ଗବେଷଣାରୁ ଆମେ ଜଣାପଡିଛି। ଯଦି ଆପଣ କିଛି ଖାଦ୍ୟ ଖାଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କରିନିଅନ୍ତୁ। ଯାହାଦ୍ୱାରା ଆପଣ ସୁସ୍ଥ ରହିବା ସହ ଆପଣଙ୍କ ପରିବାର ବି ସୁସ୍ଥ ରହିବ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
previous-studies-have-suggested-that-egg-consumption-may-increase-the-risk-of-colorectal-cancer-and-some-other-cancers | Argus News