Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଖାରୁ ଫୁଲରେ ରହିଛି ଏହି ଭିଟାମିନ୍‌...

Lifestyle

କଖାରୁ ଫୁଲରେ ରହିଛି ଏହି ଭିଟାମିନ୍‌...

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଖାରୁ ଫୁଲରେ ରହିଛି ଏହି ଭିଟାମିନ୍‌...

କଖାରୁ ଫୁଲ ଖାଇବାକୁ କାହାକୁ ବା ଭଲ ନଲାଗେ। କଖାରୁ ଫୁଲରେ ଭିନ୍ନ ଭିନ୍ନ ପ୍ରକାରର ରେସେପି ବନାଇ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି କଖାରୁ ଫୁଲ ପାଟିକୁ ଯେତିକି ସ୍ୱାଦିଷ୍ଟ, ଦେହ ପାଇଁ ମଧ୍ୟ ଏହା ଖୁବ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ଭରିରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ଜଣାପଡ଼ିଛି। ଏହା ଶରୀରରେ ଲୌହ ଓ ଖଣିଜ ଲବଣ ପରିମାଣକୁ ସନ୍ତୁଳିତ ରଖେ। ଏଥିରେ ଥିବା ଭିଟାମିନ୍‌ ‘ଏ’ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ଶରୀରରେ ଶୁଦ୍ଧ ଅମ୍ଳଜାନ ମଧ୍ୟ ତିଆରି କରିଥାଏ। କଖାରୁଫୁଲ ଅସ୍ଥି ଓ ଦାନ୍ତକୁ ମଜଭୁତ କରିବାରେ ସାହାଯ୍ୟ କରେ।

‘ରୋଗ ପ୍ରତିରୋଧକ ଶକ୍ତି ଓ କଖାରୁଫୁଲ’ ଶୀର୍ଷକ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରାୟ ନିୟମିତ କଖାରୁଫୁଲ ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ବୃଦ୍ଧି ପାଉଥିଲା ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହାକୁ ନିୟମିତ ଖାଇବା ଦ୍ୱାରା, ଶରୀରରେ ଭିଟାମିନ୍‌ ‘ସି’ର ଅଭାବ କେତେକାଂଶରେ ପୂରଣ ହୋଇଯାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pumpkin-flowers-contain-this-vitamin | Argus News