Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଓଜନ କମ୍ କରିବାରେ ସାହାଯ୍ୟ କରେ ମୂଳା

Rashmita Mishra
Browse all articles by Rashmita Mishra
·1 year ago·3 min read
ଓଜନ କମ୍ କରିବାରେ ସାହାଯ୍ୟ କରେ ମୂଳା

ଅର୍ଗସ ବ୍ୟୁରୋ: ସ୍ଵାସ୍ଥ୍ୟ ହିଁ ସମ୍ପଦ । ଏକଥା ଆମେ ସମସ୍ତେ ଜାଣନ୍ତି । ତେଣୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ । କାରଣ ସ୍ବାସ୍ଥ୍ୟ ଭଲ ରହିଲେ, ସବୁ କିଛି ଭଲ ଲାଗେ । ଆଉ ସ୍ବାସ୍ଥ୍ୟ ଭଲ ରଖିବା ପାଇଁ ଆମ ଜୀବନ ଶୈଳିକୁ ମଧ୍ୟ ଉତ୍ତମ କରିବାକୁ ହେବ । ରୁଟିନ ଲାଇଫ ମେଣ୍ଟେନ କରିବାକୁ ହେବ । ଏଥିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆମ ଦୈନନ୍ଦିନ ଜୀବନ ଖାଦ୍ୟ ପାନୀୟ । ଅଧୁନିକ ଭାଷାରେ କହିଲେ ଡାଏଟ୍ ପ୍ଲାନ୍ ।


ଆମ ଡାଏଟ୍‌ରେ ସବୁ ପ୍ରକାର ଖାଦ୍ୟ ପାନୀୟ ରହିବା ଉଚିତ । ଏଥିରେ ପନିପରିବାଠାରୁ ଆରମ୍ଭ କରି ମାଛ ମାଂସ ପର୍ଯ୍ୟନ୍ତ । ଏମିତିକି ଡ୍ରାଏ ଫ୍ରୁଟ୍‌ସ ମଧ୍ୟ ଜରୁରୀ ।


ତେବେ ଆମେ ସାଧାରଣତଃ ସବୁ ପନିପରିବା ସମସ୍ତେ ଖାଆନ୍ତି । ଆଉ ଏବେ ଶୀତ ଦିନେ ବଜାରରେ ଭେରାଇଟି ପନିପରିବା ବି ମଳିଥାଏ । ସେହି ପନିପରିବା ମଧ୍ୟରେ 'ମୂଳା' ଏମିତି ଏକ ପରିବା ଯାହାକୁ ସମସ୍ତେ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ମୂଳାର କିଛି ଭଲ ଗୁଣ କହିବୁ ଯାହା ଜାଣିବା ପରେ ଆପଣ ବି ମୂଳା ଖାଇବାକୁ ପସନ୍ଦ କରିବେ ।


ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଅନେକ ଭିଟାମିନ୍ ରହିଛି ଯାହାକୁ ଖାଇଲେ ଆମ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟରେ ମଧ୍ୟ ଅନେକ ପ୍ରକାରର ଲାଭ ହୋଇଥାଏ । ଏଥିରେ ଫାଇବର, ଭିଟାମିନ୍-ସି, ପୋଟାସିୟମ, ଫସଫରସ ପରି ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ମୂଳାକୁ କେବଳ କଞ୍ଚା ଖିଆ ଯାଏ ନାହିଁ, ଏଥିରେ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ ।


ମୂଳା ଖାଇବାର ଫାଇଦା


ହଜମ ପ୍ରକ୍ରିୟାକୁ ଠିକ୍ କରିଥାଏ ମୂଳା:- ମୂଳାରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଏହାକୁ ଖାଇବା ଫଳରେ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଥାଏ । ଏହାକୁ ଖାଇବା ଦ୍ୱାରା ଆମ ଖାଦ୍ୟ ବହୁତ ଶୀଘ୍ର ହଜମ ହୋଇଯାଇଥାଏ ଆଉ ପେଟକୁ ସଫା କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମୂଳା:- ଶୀତ ଦିନରେ ଶରୀର ବହୁତ ଦୁର୍ବଳ ହୋଇଥାଏ, ଯାହା ଫଳରେ ଅନେକ ରୋଗ ମାଡ଼ି ବସିଥାଏ । ଏହିପରି ସ୍ଥିତିରେ ଆପଣଙ୍କୁ ଭିଟାମିନ ସି’ ରେ ଭରପୂର ମୂଳା ଭଳି ପରିବା ଖାଇବା ନିହାତି ଆବଶ୍ୟକ । ଯାହାକୁ ଖାଇଲେ ଅନେକ ରୋଗ ଦୂର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । କାରଣ ମୂଳାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରିହିଥାଏ । ମୂଳା ଖାଇବା ଦ୍ବାରା ତ୍ୱାଚ୍ଚାରେ ଚମକ ମଧ୍ୟ ଅସିଥାଏ ।


ଓଜନ କମ୍ କରିବାରେ ସାହାଯ୍ୟ କରେ ମୂଳା:- ମୂଳା ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ । ଆମ ସ୍ୱାସ୍ଥ୍ୟ ପାଇଁ ସାଲାଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ସମୟରେ ମୂଳା ସାଲାଡ ଖାଇବା ଦ୍ୱାରା ଆମକୁ ଲାଭ ମିଳିଥାଏ। ହେଲେ ବ୍ରେକ୍‌ ଫାଷ୍ଟରେ ମୂଳା ସାଲାଡ୍ ସହ ଅନ୍ୟ କିଛି ମିଶାଇ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ସାଲାଡରେ ବ୍ୟବହୃତ ସବୁଜ ପନିପରିବା ଆମର ମସ୍ତିଷ୍କକୁ ଅଧିକ ସକ୍ରିୟ କରିଥାଏ। ସାଲାଡ୍ ଆମର ସ୍ମୃତି ଶକ୍ତି ଏବଂ ଏକାଗ୍ରତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।


ଏହା ସହ ରକ୍ତଚାପର ଜଣେ ରୋଗୀ ନିଜ ଡାଏଟ୍‌ରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ। ମୂଳାରେ ପୋଟାସିୟମ୍ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପର ରୋଗୀ ମୂଳା ଖାଇବା ଜରୁରୀ। ମୂଳାରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ସି ମିଳିଥାଏ। ଯାହାଫଳରେ କାଶ ଏବଂ ଥଣ୍ଡା ସମସ୍ୟା ଆପଣଙ୍କୁ ବ୍ୟଥିତ କରେ ନାହିଁ।


ହୃଦୟ ପାଇଁ ମଧ୍ୟ ମୂଳା ଖୁବ ଉପକାରୀ:- ପ୍ରତିଦିନ ମୂଳା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଥାଏ। ମୂଳାରେ ଅଧିକ ପରିମାଣର ଫୋଲିକ୍ ଏସିଡ୍ ଏବଂ ଫ୍ଲାଭୋନାଏଡ୍ ଥାଏ। ଯେଉଁଥିପାଇଁ ରକ୍ତରେ ଅମ୍ଳଜାନ ଯୋଗାଣ ବୃଦ୍ଧି ପାଇଥାଏ।


କୋଲାଜେନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରକ୍ତବାହୀକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ। ମୂଳା ଆଥେରୋସ୍କ୍ଲେରୋସିସ୍ ପରି ଗୁରୁତର ରୋଗର ଆଶଙ୍କା ହ୍ରାସ କରେ । ମୂଳା ଖାଇବା ଦ୍ୱାରା ପେଟ ସୁସ୍ଥ ରହିଥାଏ। ଏହାର ବ୍ୟବହାର ଦ୍ୱାରା ହଜମ ପ୍ରକ୍ରିୟା ଶକ୍ତିଶାଳୀ ହୁଏ। ଅମ୍ଳତା, ମେଦବହୁଳତା, ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ବାନ୍ତି ସମସ୍ୟା ମଧ୍ୟ ମୂଳା ଦୂର କରିଥାଏ ।


ତେବେ ଏହି ସବୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ଆପଣାଇବା ଉଚିତ୍ । କାରଣ ଅର୍ଗସ ପକ୍ଷରୁ ଏହାର ପୁଷ୍ଟି କରାଯାଉ ନାହିଁ ।

Sponsored
radish-helps-in-weight-loss | Argus News