Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Rakhi Purnima: ଭାଇମାନେ ଏହି ଦିଗକୁ ମୁହଁ କରି ବସିଲେ ସୌଭାଗ୍ୟ ପ୍ରାପ୍ତି ହୁଏ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
Rakhi Purnima: ଭାଇମାନେ ଏହି ଦିଗକୁ ମୁହଁ କରି ବସିଲେ ସୌଭାଗ୍ୟ ପ୍ରାପ୍ତି ହୁଏ !

Key Points

ଆପଣ ଜାଣନ୍ତି କି ଯେ ରାଖୀ ବାନ୍ଧିବା ସମୟରେ ଯଦି ସଠିକ୍ ଦିଗ ବାଛି ନିଆଯାଏ, ତେବେ ଏହାର ପ୍ରଭାବ ଆହୁରି ଶୁଭ ହୋଇପାରେ।

ଏଥର ରାକ୍ଷୀ ପୂର୍ଣ୍ଣିମା ୯ ଅଗଷ୍ଟରେ ପଡ଼ୁଛି । ଏହି ପର୍ବ ସତ୍ୟ ଯୁଗରୁ ତ୍ରେତୟା ଯୁଗ ଏବଂ ଦ୍ୱାପର ଯୁଗ ସହିତ ଜଡିତ।

ଏହି ବିଶେଷ ଅବସରରେ ଭଉଣୀମାନେ ଭାଇମାନଙ୍କର ଦୀର୍ଘ ଜୀବନ କାମନାକ କରିବା ସହ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। ସେହିଭଳି ଭାଇମାନେ ଭଉଣୀର ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦିଅନ୍ତି।

ହେଲେ ଆପଣ ଜାଣନ୍ତି କି ଯେ ରାଖୀ ବାନ୍ଧିବା ସମୟରେ ଯଦି ସଠିକ୍ ଦିଗ ବାଛି ନିଆଯାଏ, ତେବେ ଏହାର ପ୍ରଭାବ ଆହୁରି ଶୁଭ ହୋଇପାରେ।

ବାସ୍ତୁ ଶାସ୍ତ୍ର ଅନୁସାରେ, ରାଖୀ ବାନ୍ଧିବା ସମୟରେ ଭାଇକୁ ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁହଁ କରି ବସିବା ଉଚିତ। ଏହା ଭାଇର ସୌଭାଗ୍ୟ ଆଣିଥାଏ। ଶୋଇଥିବା ଭାଗ୍ୟ ଜାଗ୍ରତ ହୁଏ ।

ଭଉଣୀ କେବେବି ଉତ୍ତର-ପୂର୍ବ ଦିଗକୁ ମୁହଁ କରି ବସିବା ଉଚିତ୍ ନୁହେଁ। ଏହି ଦିଗକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗକୁ ଭଉଣୀମାନଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ ନାହିଁ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏଥର ରକ୍ଷା ବନ୍ଧନ ଭଦ୍ରା ପ୍ରଭାବ ରହିବ ନାହିଁ। ଏପରି ପରିସ୍ଥିତିରେ, ଭାଇକୁ ରାଖୀ ବାନ୍ଧିବାର ଶୁଭ ସମୟ ସକାଳୁ ହିଁ ଆରମ୍ଭ ହେବ। ଏହା ସକାଳ ୫.୪୭ରୁ ଆରମ୍ଭ ହେବ। ଏହା ପରେ ଭଉଣୀମାନେ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ରାଖୀ ବାନ୍ଧିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rakhi Purnima: Brothers and sisters, sitting facing this direction brings good fortune! | Argus News