Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health / ଭାରତୀୟଙ୍କ ମୋଟା ପଛର ଜଣାପଡ଼ଲା ଅସଲ ରହସ୍ୟ

Rashmita Mishra
Browse all articles by Rashmita Mishra
·8 months ago·2 min read
ଭାରତୀୟଙ୍କ ମୋଟା ପଛର ଜଣାପଡ଼ଲା ଅସଲ ରହସ୍ୟ

Key Points

ଭାରତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ୍ ଅଧିକ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ଥାଏ । ଯାହା ଫଳରେ ଦେଶରେ ମୋଟାପଣ, ମଧୁମେହ ଏବଂ ମାଂସପେଶୀ ଦୁର୍ବଳତା ପରି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଭାରତୀୟ ଖାଦ୍ୟ ଏହାର ନିଜସ୍ଵ ସ୍ୱାଦ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ନିକଟରେ ପ୍ରକାଶ ପାଇଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏକ ନୂତନ ରିପୋର୍ଟରେ ଏହି ସ୍ୱାଦିଷ୍ଟ ଖାଦ୍ୟ ପଛରେ ଥିବା ସ୍ଵାସ୍ଥ୍ୟଗତ ବିପଦ ବିଷୟରେ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଭାରତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ୍ ଅଧିକ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ଥାଏ । ଯାହା ଫଳରେ ଦେଶରେ ମୋଟାପଣ, ମଧୁମେହ ଏବଂ ମାଂସପେଶୀ ଦୁର୍ବଳତା ପରି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ICMR ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ଦ୍ୱାରା କରାଯାଇଥିବା ଏହି ଗବେଷଣାରେ ଭାରତୀୟମାନଙ୍କ ଖାଦ୍ୟକୁ ନେଇ ଏକ ଗବେଷଣା କରାଯାଇଥିଲା । ରିପୋର୍ଟରେ ପ୍ରକାଶିତ ହୋଇଛି ଯେ, ଭାରତୀୟ ଖାଦ୍ୟରେ ୬୫ ରୁ ୭୦ ପ୍ରତିଶତ କାର୍ବୋହାଇଡ୍ରେଟ୍ ଥାଏ, ସେହିପରି ପ୍ରୋଟିନ୍ କେବଳ ୧୦ ପ୍ରତିଶତ ରହିଥାଏ । ଅର୍ଥାତ୍ ଲୋକମାନେ ଖାଦ୍ୟ ଖାଇ ସେମାନଙ୍କର ପେଟ ତ ପୂରଣ କରନ୍ତି କିନ୍ତୁ ସେମାନଙ୍କ ଶରୀରକୁ ଆବଶ୍ୟକୀୟ ଭିଟାମିନ୍ ମିଳେନାହିଁ ।

ଭାତ, ରୋଟି ଏବଂ ଆଳୁ ଭଳି କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ହେଉଛି ଭାରତୀୟ ଖାଦ୍ୟରେ ସବୁଠାରୁ ଅଧିକ ବ୍ୟବହୃତ ଖାଦ୍ୟ । ଏହି ଖାଦ୍ୟର ଅତ୍ୟଧିକ ସେବନ ଶର୍କରା ସ୍ତର ବୃଦ୍ଧି କରେ ଏବଂ ଚର୍ବି ଜମାଟ ହୁଏ । ଯାହା ଫଳରେ ଓଜନ ବୃଦ୍ଧି, ଥକ୍କାପଣ ଏବଂ ମଧୁମେହ ପରି ସମସ୍ୟା ସୃଷ୍ଟି ହୁଏ ।
ରିପୋର୍ଟରେ, ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ପ୍ରାୟ ୬୦ ଗ୍ରାମ ପ୍ରୋଟିନ୍ ଆବଶ୍ୟକ । କିନ୍ତୁ ଅଧିକାଂଶ ଭାରତୀୟ ସେମାନଙ୍କ ଖାଦ୍ୟରେ କେବଳ ୩୫ ରୁ ୪୦ ଗ୍ରାମ ପ୍ରୋଟିନ୍ ଗ୍ରହଣ କରନ୍ତି । ଡାଲି, କ୍ଷୀର, ଅଣ୍ଡା ଏବଂ ସୋୟା ଭଳି ପ୍ରୋଟିନ୍ ଭାରତୀୟ ଖାଦ୍ୟରୁ ପ୍ରାୟ ଦେଖିବାକୁ ମିଳେନାହିଁ । ଯାହା ରୋଗ ପ୍ରତିରୋଧକ ଶକ୍ତି ଏବଂ ମାଂସପେଶୀ ଶକ୍ତିକୁ ପ୍ରଭାବିତ କରେ।

CMR ଗବେଷଣା ଅନୁଯାୟୀ, ଦକ୍ଷିଣ ଭାରତର ଲୋକମାନେ ପ୍ରାୟତଃ ଭାତ ଉପରେ ନିର୍ଭର କରନ୍ତି । ସେହିପରି ଉତ୍ତର ଭାରତର ଲୋକମାନେ ଅଧିକ ଗହମ ବ୍ୟବହାର କରନ୍ତି। ଉତ୍ତର-ପୂର୍ବ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ମାଛ ଏବଂ ନଡ଼ିଆରୁ କିଛି ପରିମାଣରେ ପ୍ରୋଟିନ୍ ମିଳିଯାଏ । କିନ୍ତୁ ମୋଟାମୋଟି ଭାବରେ ସାରା ଦେଶରେ ଖାଦ୍ୟରେ ସନ୍ତୁଳନର ଅଭାବ ଦେଖାଯାଇଛି।

ICMR ଲୋକମାନଙ୍କୁ ତୁରନ୍ତ ସେମାନଙ୍କର ଖାଦ୍ୟରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛି। ରିପୋର୍ଟ ଅନୁଯାୟୀ, ଯଦି ଲୋକମାନେ ଖାଦ୍ୟରେ କାର୍ବୋହାଇଟ୍ରେଟ ସହିତ ପ୍ରୋଟିନ୍ ଏବଂ ଚର୍ବି ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ ନ କରନ୍ତି, ତେବେ ଭବିଷ୍ୟତରେ ରୋଗ ବୃଦ୍ଧି ପାଇପାରେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health | Real Reason Behind Indians Gaining Weight Revealed | Argus News