Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଏୟାର ଫ୍ରାୟାରରେ ଆଳୁ କର୍ଣ୍ଣ କଟଲେଟ୍, ଥରେ ଖାଇଲେ ପାଟିରୁ ଛାଡିବନି

Lifestyle

ଏୟାର ଫ୍ରାୟାରରେ ଆଳୁ କର୍ଣ୍ଣ କଟଲେଟ୍, ଥରେ ଖାଇଲେ ପାଟିରୁ ଛାଡିବନି

Rashmita Mishra
Browse all articles by Rashmita Mishra
·1 year ago·2 min read
ଏୟାର ଫ୍ରାୟାରରେ ଆଳୁ କର୍ଣ୍ଣ କଟଲେଟ୍, ଥରେ ଖାଇଲେ ପାଟିରୁ ଛାଡିବନି

ସବୁବେଳେ ସମସ୍ତେ ସିଙ୍ଗଡା, ବରା, ପକୁଡି ଖାଇ ବିରକ୍ତ ହୋଇଗଲେଣି । ଆଉ ସବୁ ଭାବନ୍ତି କିଛି ନୂଆ ଚଟପଟା ଭଲ ଜିନିଷ ଖାଇବାକୁ । ତେବେ ସିଝା ଆଳୁ ଓ ମକାର ଏହି ରେସିପି ଆପଣଙ୍କୁ ପସନ୍ଦ ଆସିବ ନିଶ୍ଚୟ । ଆଳୁ ଓଡିଆ ଘରର ଏକ ମୁଖ୍ୟ ଖାଦ୍ୟ । ସବୁ ପ୍ରକାର ବ୍ୟଞ୍ଜନରେ ଆଳୁର ବ୍ୟବହାର କରାଯାଏ । ଆଳୁରୁ ସ୍ବାଦିଷ୍ଟ କଟଲେଟ୍ ପ୍ରସ୍ତୁତ କରିପାରିବେ । ଏହା ଖାଇବାକୁ ଏତେ ସୁଆଦିଆ ଯେ ନାଁ ଶୁଣିବା ମାତ୍ରେ ପାଟିରେ ଲାଳ ଆସିଯାଏ । ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଆଲୁ ମକା କଟଲେଟ୍ । ଏହାକୁ ଏୟାର-ଫ୍ରାଏର୍ ବ୍ୟବହାର କରି ବହୁତ କମ୍ ତେଲରେ ପ୍ରସ୍ତୁତ ମଧ୍ୟ କରିପାରିବା


ଆଳୁ କର୍ଣ୍ଣ କଟଲେଟ୍ ପ୍ରସ୍ତୁତି ସାମଗ୍ରୀ:-

୨ କପ୍ ମକା, ୪ ଆଳୁ, ୧ ଚାମଚ ଚିଲି ଫ୍ଲେକ୍ କଟା ପିଆଜ,ଛୋଟ ଚାମଚ ଅଦା ରସୁଣ ଛେଚା, ଧନିଆ ପତ୍ର, ଲଙ୍କା ପାଉଡର, ଲେମ୍ବୁ ରସ, ଲୁଣ, କଞ୍ଚାଲଙ୍କା, ଜୁଆଣି, ତେଲ ଲୁଣ ସ୍ୱାଦଅନୁସାରେ ।


ପ୍ରସ୍ତୁତି ପ୍ରଣାଳୀ:-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏୟାର ଫ୍ରାଏର୍‌ରେ ଆଲୁ କର୍ଣ୍ଣ କଟଲେଟ୍ କିପରି ପ୍ରସ୍ତୁତ କରନ୍ତୁ


କିଛି ମକା ନିଅନ୍ତୁ ଏବଂ ସେଥିରୁ ୧ଚାମଚ ରଖନ୍ତୁ । ଅବଶିଷ୍ଟ ମକାଗୁଡିକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ଏକ ବଡ଼ ପାତ୍ରରେ ସଗୁଡିକ କାଢି ଦିଅନ୍ତୁ ଅଗରୁ ରଖାଯାଇଥିବା କଟା ପିଆଜ,ଛୋଟ ଚାମଚ ଅଦା ରସୁଣ ଛେଚା, ଧନିଆ ପତ୍ର, ଲଙ୍କା ପାଉଡର, ଲେମ୍ବୁ ରସ, ଲୁଣ, କଞ୍ଚାଲଙ୍କା, ଜୁଆଣି ଗୁଡିକ ଭଲଭାବରେ ମିଶ୍ରଣ କରନ୍ତୁ ଏବଂ ସ୍ୱାଦଅନୁସାରେ ଲୁଣ ମିଶାନ୍ତୁ ।


ଆପଣଙ୍କର ଏୟାର ଫ୍ରାଏରକୁ 180-200 ଡିଗ୍ରୀ C ରେ 5 ମିନିଟ୍ ପାଇଁ ଗରମ କରନ୍ତୁ। ଏହି ମିଶ୍ରଣକୁ କଟଲେଟ୍ ଆକୃତି କରନ୍ତୁ ଏବଂ ଏହାକୁ ଏୟାର-ଫ୍ରାଏର୍ ରେ ହାଲୁକା ତେଲ ଲଗାଇ ରଖନ୍ତୁ । ସେଗୁଡିକୁ ଏପଟ ସେପଟ କରି ଦୁଇପଟକୁ ଭଲଭାବରେ ଫ୍ରାଏ କରିଦିଅନ୍ତୁ । ଦୁଇପଟ ଭଲଭାବରେ ହେଇଗଲା ପରେ ପ୍ଲେଟ୍ ରେ କାଢି ସସ୍ ସହ ପରଷି ଦିଅନ୍ତୁ ।

Argus Whatsapp Channel Mobile Top
Sponsored
recipe-air-fryer-aloo-corn-cutlet | Argus News