Videos
|
Lifestyle

ନିୟମିତ ଯୋଗ କଲେ ମିଳୁଛି ମାନସିକ ଶାନ୍ତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନିୟମିତ ଯୋଗ କଲେ ମିଳୁଛି ମାନସିକ ଶାନ୍ତି

ମଣିଷ ଜୀବନରେ ଶାନ୍ତି ପାଇଁ ତା ମାନସିକ ସ୍ଥିତି ଭଲ ହେବା ଦରକାର। ମାନସିକ ଅଶାନ୍ତିର ସବୁଠୁ ମୁଖ୍ୟ କାରଣ ହେଉଛି କ୍ରୋଧ। କ୍ରୋଧ ଏପରି ଏକ ଜିନିଷ, ଯାହା ଆମକୁ ଦୁର୍ବଳ କରି ଦେଇଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିପାରିଲେ ମାନସିକ ସ୍ଥିତି ଦୃଢ଼ ରହିବ। ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି ଅନେକେ ଏ କ୍ଷେତ୍ରରେ ସଫଳ ହୋଇଥାଆନ୍ତି। ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଯୋଗ କରନ୍ତି, ତେବେ ସେ ନିଜର ମାନସିକତାକୁ ଅନେକାଂଶରେ ସକାରାତ୍ମକ ରଖିପାରିବେ।


ଯୋଗ ଏବଂ ପ୍ରାକୃତିକ ଚିକିତ୍ସାର ମୂଳଲକ୍ଷ୍ୟ ବ୍ୟକ୍ତିକୁ ସୁସ୍ଥ ରଖିବା ସହିତ ମନ ଓ ମାନସିକ ସୁସ୍ଥ ରହିଥାଏ। ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି। ଯାହାଦ୍ୱାରା ଶରୀର, ମନ, ଆତ୍ମା ଏକ ସହ କାମ କରେ। ଯଦି ଜଣେ ବ୍ୟକ୍ତି ନିୟମିତ ଯୋଗ କରନ୍ତି, ତେବେ ସେ ନିଜର ମାନସିକତାକୁ ଅନେକାଂଶରେ ସକାରାତ୍ମକ ରଖିପାରିବେ। ‘ସକାରାତ୍ମକ ମାନସିକତା ଏବଂ ଯୋଗ’ ବିଷୟକୁ ନେଇ ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ସମୟ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେତିକି ନୁହେଁ, ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ମାନସିକତା ଉପରେ ପଡୁଛି ତାହାକୁ ତନ୍ନ ତନ୍ନ କରି ସେମାନେ ତର୍ଜମା କରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କର ମାନସିକତା ଏହାଦ୍ୱାରା ସକାରାତ୍ମକ ରହୁଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନିଜ ମାନସିକ ଶାନ୍ତି ପାଇଁ ଆପଣ ନିୟମିତ ଯୋଗ କରନ୍ତୁ ସୁସ୍ଥ ରୁହନ୍ତି।


ଯେତେବେଳେ ଗୋଟେ ମଣିଷ ଦୁଃଖରେ ଥାଏ, ଭିନ୍ନ ଭିନ୍ନ ଦୁଶ୍ଚିନ୍ତା ତା ମନକୁ ଆସିଥାଏ।ଯାହାର ସିଧା ପ୍ରଭାବ ମଣିଷର ମାନସିକତା ଉପରେ ପ୍ରଭାବ ପକାଇଥାଏ। ତେଣୁ ଦୈନନ୍ଦିନ ଜୀବନରେ ମାନସିକ ଶାନ୍ତି ପାଇଁ ଏକ ସୁନ୍ଦର ଜୀବନ ଶୈଳୀ ମଣିଷକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: