Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Cancer Risk / ରିସର୍ଚ୍ଚରୁ ହେଲା ଖୁଲାସା, ବ୍ରେଡ ଖାଇଲେ କ୍ୟାନ୍ସର !

Banajyotshna Ray
Browse all articles by Banajyotshna Ray
·9 months ago·2 min read
ରିସର୍ଚ୍ଚରୁ ହେଲା ଖୁଲାସା, ବ୍ରେଡ ଖାଇଲେ କ୍ୟାନ୍ସର !

Key Points

ରିସର୍ଚ୍ଚରୁ ହେଲା ବଡ ଖୁଲାସା

ବ୍ରେଡ ଖାଇଲେ ହେବ କ୍ୟାନ୍ସର

ବ୍ରେଡ ହେଉଛି ସକାଳ ଜଳଖିଆର ଏକ ନୀତିଦିନିଆ ଖାଦ୍ୟ। ଘରେ ଯଦି କିଛି ନଥାଏ, ତେବେ ବ୍ରେଡ କିଣି ଆଣ ଆଉ ବଟର ଲଗାଇ ଖାଇବାକୁ ସମସ୍ତେ ଭାରି ପସନ୍ଦ ଏବଂ ସହଜ ଲାଗିଥାଏ। ଯଦି ଆପଣ ବି ବ୍ରେଡ ଖାଇବା ପାଇଁ ଭଲ ପାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ବ୍ରେଡ ଖାଇବା କ୍ୟାନ୍ସର ଭଳି ରୋଗର କାରଣ ହୋଇପାରେ । ଏ ନେଇ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି । ବ୍ରେଡ ଖାଇବା ଦ୍ୱାରା କୋଲୋରେକ୍ଟଲ କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।ମଇଦା ବା ଅଟାକୁ ଛାଞ୍ଚରେ ପକାଇ ଭାଟିରେ ସେକି ତିଆରି କରାଯାଉଥିବା ଏକ ଖାଦ୍ୟ ହେଉଛି ବ୍ରେଡ। ରିସର୍ଚ୍ଚରୁ ଜଣାଯାଇଛି ଯେ, ହ୍ୱାଇଟ ବ୍ରେଡରେ କାର୍ସନାଜେନ୍ କମ୍ପାଉଣ୍ଡ ମିଳିଥାଏ । ୧.୧୮ ଲକ୍ଷ ଲୋକଙ୍କ ଉପରେ ଏହି ଅଧ୍ୟୟନ ହୋଇଥିବା ବେଳେ ହ୍ୱାଇଟ ବ୍ରେଡ ଏବଂ ଆଲକହଲ ଅଧିକ ସେବନ କରିଥିବା ଲୋକଙ୍କ ଦେହରେ ଏହି ରୋଗର ଆଶଙ୍କା ଅଧିକ ମାତ୍ରାରେ ମିଳିଛି ।



ଜର୍ନଲ ଅଫ ନ୍ୟୁଟ୍ରିଏଣ୍ଟସରେ ପ୍ରକାଶିତ ଏକ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଧଳା ପାଉଁରୁଟି ଖାଇବା ସହ ମଦ ପିଇଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା ବଢ଼ିଯାଇଥାଏ । ଶିରର ଶେଷ ଭାଗ ଓ ମଳଦ୍ବାରରେ ଏହି କ୍ୟାନସର ହୋଇଥାଏ । ଏହି ପ୍ରକାର କ୍ୟାନସର ଖୁବ୍ ଶୀଘ୍ର ବଢ଼େ । ତେଣୁ ଆରମ୍ଭରୁ ଜଣାପଡିଗଲେ ଏହାର ଚିକିତ୍ସା ହୋଇପାରିବ । ହୋଇଥିବା ସର୍ଭେରୁ ଜଣାପଡିଛି, ଧଳା ପାଉଁରୁଟିରେ ପ୍ରଚୁର ପରିମାଣର କାର୍ସିନୋଜେନ୍ ରହିଛି । ଯାହା ଏହି ପ୍ରକାର କ୍ୟାନସର ହେବାର କାରଣ ହୋଇଥାଏ । ତେବେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର, କ୍ୟାଲସିୟମ, ଫସଫରସ୍ ଓ ମ୍ୟାଗ୍ନେସିୟମ ଥିବା ଖାଦ୍ୟ ଖାଉଥିଲେ କୋଲୋରେକ୍ଟଲ କ୍ୟାନସର ହେବାର ସମ୍ଭାବନା କମି ଯାଇଥାଏ ।


ଏଥିସହ ପଢ଼ନ୍ତୁ: ଅଧିକ କାମ କଲେ ହେଉଛି କ୍ୟାନ୍ସର !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚୀନର ଝୋଜିଆଙ୍ଗ ବିଶ୍ୱବିଦ୍ୟାଳୟ ଚିକିତ୍ସା ସ୍କୁଲର ଅନୁସନ୍ଧାନକାରୀମାନେ ଏହି ରିସର୍ଚ୍ଚ କରିଛନ୍ତି । ଏଥିରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ଦୈନନ୍ଦିନ ସେମାନେ ଖାଉଥିବା ୧୩୯ ପ୍ରକାରର ଖାଦ୍ୟ ପ୍ରଦାର୍ଥ ଏବଂ ସେଥିରେ ଅବସ୍ଥିତ ପୋଷକ ତତ୍ତ୍ୱର ଯାଞ୍ଚ ହୋଇଥିଲା । ଯେଉଁଥିରୁ ଜଣାଯାଇଛି ଯେ, ଧଳା ବ୍ରେଡ ଏବଂ ଆଲକହଲ ସେବନ କରୁଥିବା ଲୋକମାନଙ୍କ ଶରୀରରେ ପ୍ରାୟ ୧୩ ବର୍ଷରେ ୧୪୬୬ କୋଲୋରେକ୍ଟଲ କ୍ୟାନ୍ସର ମାମଲା ଚିହ୍ନଟ କରାଯାଇଛି ।
ବ୍ରେଡରେ ଆମେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଥାଇଥାଏ। କିନ୍ତୁ ଏହାକୁ ଯେତେ ଦୂରେଇ ରଖିବେ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ।


କ୍ୟାନ୍ସର ରୋଗ ?



କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି। କର୍କଟ ରୋଗ ହେଉଛି ଏକ ପ୍ରାଣଘାତୀ ରୋଗ। ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ, ତମାଖୁ ଏବଂ ମଦ୍ୟପାନ କଲେ କ୍ୟାନ୍ସର ହୁଏ ତାହା ନୁହେଁ। ଅନ୍ୟାନ୍ୟ କାରଣରୁ ମଧ୍ୟ କ୍ୟାନ୍ସର ଆଟାକ କରିଥାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

Related Topics

Explore more stories

Sponsored
Cancer Risk | Research Reveals: Eating Bread May Increase Cancer Risk | Argus News | Argus News