Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Healthy Hair Tips / କେଶ ଝଡ଼ିବା ସମସ୍ୟାକୁ କୁହନ୍ତୁ ବାଏ ବାଏ: ଆପଣାନ୍ତୁ ଏହି ଉପାୟ

Ritu Das
Browse all articles by Ritu Das
·8 months ago·2 min read
କେଶ ଝଡ଼ିବା ସମସ୍ୟାକୁ କୁହନ୍ତୁ ବାଏ ବାଏ: ଆପଣାନ୍ତୁ ଏହି ଉପାୟ

Key Points

ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ କେଶ ଝଡିବା ଏକ ବଡ ସମସ୍ୟା । ଅନେକ ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ମେଡିସିନ ଓ ହେୟାର ଅଏଲ ବ୍ୟବହାର କରୁଛନ୍ତି ।
ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ କେଶ ଝଡିବା ଏକ ବଡ ସମସ୍ୟା । ଅନେକ ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ମେଡିସିନ ଓ ହେୟାର ଅଏଲ ବ୍ୟବହାର କରୁଛନ୍ତି । ମାତ୍ର କିଛି ଜଣଙ୍କୁ ସମସ୍ୟାର ସମାଧାନ ମିଳୁଥିବା ବେଳେ ଅନେକ ଜଣଙ୍କ କେଶ ଝଡିବାରେ କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ ।

ତେବେ ଶୀତଦିନ ଆସିଲେ କେଶ ଝଡିବା ଆହୁରୀ ଦୁଇଗୁଣା ବଢିଯାଏ । କେବେ ତକିଆ ଉପରେ କେଶ ପଡିଥାଏ ତ ଆଉ କେବେ ପାନିଆରେ ଥରେ ମୁଣ୍ଡ କୁଣ୍ଡାଇଲେ ମେଞ୍ଚାଏ କେଶ ଉପୁଡିଯାଏ। ତେବେ ଏଥିରୁ ବଞ୍ଚିବା ପାଇଁ ଏକ ଭଲ ଉପାୟ ରହିଛି । ଆସନ୍ତୁ ଜାଣିବା ।
ଶୀତଦିନେ ସ୍କିନ ଶୁଖିଲା ହୋଇଯିବା ସହ ଅଧିକ ମାତ୍ରାରେ କେଶ ଉପୁଡିଥାଏ । ବିଶେଷ କରି ଏହି ରୁତୁରେ ପାଚନ କ୍ରିୟାରେ ଅସୁବିଧା କାରଣରୁ ଏହି ସମସ୍ୟା ଦେଖାଯାଇଥାଏ । ଏଣୁ ଡାକ୍ତର ତଥା ଆୟୁର୍ବେଦିକ ଏକ୍ସପର୍ଟ କେଶ ସମସ୍ୟାରୁ ମୁକୁଳିବା ପାଇଁ ଅଁଳାକୁ ସର୍ବୋତ୍ତମ ବୋଲି କହିଥାଆନ୍ତି।

ଅଧିକ ପଢ଼ନ୍ତୁ: ନିଦର ଅଭାବ ହେଲେ ମାଡ଼ି ବସିବ ଏହି ରୋଗ


ଅଁଳାର ଉପକାରିତା: ଅଁଳାରେ ପ୍ରଚୁର ପରିମାଣରେ ଭିଟାମିନ-ସି ମହଜୁଦ ରହିଛି । ଯାହାକି କେଶରେ କୋଲାଜେନ ପ୍ରଡକ୍ସନକୁ ବଢାଇଥାଏ, ଫଳରେ କେଶ ଝଡିବା କମିଯାଏ ଓ ନୁଆ କେଶ ଉଠିଥାଏ । ତେବେ ଅଁଳା ଉଭୟ କେଶ ସମସ୍ୟାରୁ ମୁକ୍ତି ଦେବା ସହ ପାଚନକ୍ରିୟାକୁ ଠିକ ରଖିଥାଏ। ଅଁଳା କେଶକୁ ମୁଳରୁ ମଜବୁତ କରିଥାଏ ।

ଶୀତଦିନେ ଅଧିକ କେଶ ଝଡିଥାଏ: ଶୀତଦିନେ ଖାଇବା ପରେ କଖାଦ୍ୟ ହଜମ ହେବା ପାଇଁ ଅପେକ୍ଷାକୃତ ସମୟ ଲାଗିଥାଏ । ପାଚନ ପ୍ରକ୍ରିୟା ଧୀର ହେବା ଫଳରେ ବଦହଜମୀ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଇଥାଏ ।
ତେବେ ଏହି ସମୟରେ ଶରୀରକୁ ଠିକ ଭାବେ ପୋଷଣ ମିଳେନାହିଁ ଫଳରେ କେଶ ଅଧିକ ଝଡିଥାଏ । ତେବେ ଯଦି ଅଁଳାକୁ ସଠିକ ଭାବେ ବ୍ୟବହାର କରାଯାଏ, ତେବେ ଏହାଦ୍ୱାରା କେଶ ସମସ୍ୟା ଦୁର କରାଯାଇପାରିବ ।

ଅଁଳାକୁ କିପରି ବ୍ୟବହାର କରିବେ?:ଏକ ଗ୍ଲାସ ପାଣି ନିଅନ୍ତୁ । ସେଥିରେ ଏକ ଚାମଚ ଲୁଣ ଓ ଚିମୁଟାଏ ହଳଦୀ ମିସାଇ ଦିଅନ୍ତୁ । ପରେ ଦୁଇଟି ଅଁଳା ଆଣି ଛୁରୀରେ ଟିକିଏ କାଟି ଏହାକୁ ସେହି ଗ୍ଲାସେର ୩ ରୁ ୪ ଦିନ ପାଇଁ ସେହିପରି ଛାଡିଦିଅନ୍ତୁ । ପରେ ଏହାକୁ ନିଜ ଡାଏଟରେ ମଧ୍ୟ ଆପଣ ବ୍ୟବହାର କରିପାରିବେ । ଏହା ଅଁଳାର ସ୍ୱାଦ ବଢାଇବା ସହ ଅଁଳାକୁ ଏକ ପ୍ରାକୃତିକ ପ୍ରୋବାୟୋଟିକରେ ପରିଣତ କରିଥାଏ । ଯାହାକିୁ ଆପଣଙ୍କ ସ୍କିନରେ ଚମକ ଆଣିବା ସହିତ କେଶ ଝଡିବାକୁ ବନ୍ଦ କରିଥାଏ । ଆବଶ୍ୟକ ସ୍ଥଳେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Say Goodbye to Hair Fall: Try These Simple and Effective Remedies | Argus News