ବିଜ୍ଞାନ କହୁଛି, ଛୁଆଙ୍କ ବ୍ରେନ୍ ଡେଭେଲପମେଣ୍ଟ ପାଇଁ ବେଷ୍ଟ୍ ଏହି ଜଳଖିଆ

Key Points
ଛୁଆଙ୍କ ବ୍ରେନ୍ ଡେଭେଲପମେଣ୍ଟ ପାଇଁ ବେଷ୍ଟ୍ ଏହି ଜଳଖିଆ
ଇଡଲି, ଦୋସା, ପୋହା ଏବଂ ଷ୍ଟଫଡ୍ ପରଟା,ଚିଲ୍ଲା, ଉପମା
ଛୁଆଙ୍କ ବ୍ରେନ୍ ଡେଭେଲପମେଣ୍ଟ ସହ ଶାରୀରିକ ବିକାଶ ପାଇଁ ଉପଯୋଗୀ
ଛୁଆଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବାପା-ମା' ସବୁବେଳେ ଚିନ୍ତିତ ଥାଆନ୍ତି । ସବୁବେଳେ ହେଲଦି ଖାଇବା ଛୁଆଙ୍କୁ ଦେବାକୁ ପସନ୍ଦ କରନ୍ତି । ଛୁଆଙ୍କର ବ୍ରେନ୍ ଡେଭେଲପ୍ ମେଣ୍ଟ ସହ ଫିଜିକାଲ୍ ଡେଭେଲପମେଣ୍ଟ୍ ପାଇଁ ଚେଷ୍ଟା କରିଥାନ୍ତି । ଖାସ୍ କରି ସକାଳର ଜଳଖିଆ ପାଇଁ ବେଶୀ ଚିନ୍ତିତ ଥାଆନ୍ତି । ସକାଳୁ ଏମିତି କ'ଣ ଖାଇବାକୁ ଦେବେ ଯାହା ଛୁଆଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ରହିବ ।
ଇଣ୍ଡିଆନ ଜର୍ନାଲ୍ ଅଫ୍ ପେଡିଆଟ୍ରିକ୍ (2011)ର ଏକ ରିପୋର୍ଟ ଅନୁସାରେ, ଇଡଲି, ଦୋସା, ପୋହା ଏବଂ ଷ୍ଟଫଡ୍ ପରଟା,ଚିଲ୍ଲା, ଉପମା ଭଳି ଭାରତୀୟ ପାରମ୍ପିରକ ଖାଦ୍ୟ ଛୁଆଙ୍କ ଜଳଖିଆ ପାଇଁ ବେଶ ହିତକର । କାରଣ ଏହି ଜଳଖିଆରେ କାର୍ବୋହାଇଡ୍ରେଟ୍ , ପ୍ରୋଟିନ୍ , ଜରୁରୀ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ଥାଏ । ଯାହା ଛୁଆଙ୍କ ବ୍ରେନ୍ ଡେଭେଲପମେଣ୍ଟ ସହ ଶାରୀରିକ ବିକାଶ ପାଇଁ ବେଶ ଉପଯୋଗୀ ।
ମୁଗ ଡାଲି ଚିଲ୍ଲା
ଉତ୍ତମ ଜଳଖିଆ ମଧ୍ୟରେ ସବୁଠାରୁ ପ୍ରଥମେ ଆସୁଛି ମୁଗ ଡାଲିରେ ତିଆରି ଚିଲ୍ଲା, ଯେଉଁଥିରେ ପନିର୍ ର ଷ୍ଟଫିଙ୍ଗ୍ ଏବଂ ଯାହାକୁ ହାଲକା ଘିଅରେ ଭଜାଯାଇଥିବ । ଏହି ଜଳଖିଆ ରେ ପ୍ରୋଟିନ୍ , ଆଇରନ୍ ର ପରିମାଣ ଅଧିକ ରହିବା ଫାଇବର୍ ମଧ୍ୟ ଭରପୁର ଥାଏ । ଯାହା ଛୁଆଙ୍କ ବ୍ରେନ୍ ଗ୍ରୋଥ୍ ରେ ସାହାଯ୍ୟ କରିଥାଏ ।
ବେସନ ଚିଲ୍ଲା
ବେସନ ଚିଲ୍ଲା ମଧ୍ୟ ସକାଳ ଜଳଖିଆରେ ବେଶ ଉପଯୋଗୀ । ଯାହା ଚଟଣୀ ସହ ଖାଇବାକୁ ବେଶ ସୁଆଦିଆ ଲାଗିଥାଏ । ଯାହା ହାଇପ୍ରୋଟିନ୍ ଓ ଫାଇବର୍ ରେ ଭରପୁର । ଗଟ୍ ହେଲଥ୍ ଓ ବ୍ରେନ୍ ଡେଭେଲପମେଣ୍ଟ ପାଇଁ ଏହା ବେଶ ଉପଯୋଗୀ ।
📱 Get Argus News App
✨ଇଡଲି- ସାମ୍ୱର
ସାଉଥ୍ ର ଏହି ଫେମସ୍ ଇଡଲୀ ସାମ୍ବାର ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ପାଟିକୁ ସୁଆଦିଆ ଲାଗିବା ସହ ଦେହ ପାଇଁ ମଧ୍ୟ ଏହା ଭାରି ଉପଯୋଗୀ । ଇଡଲିରେ ପ୍ରୋଟିନ ରହିବା ସହ ସାମ୍ବରରେ ଫାଇବର୍ ଏବଂ ବିଭିନ୍ନ ପ୍ରକାରର ପରିବା ପଡିବା ହେତୁ ଏହା ଦେହ ପାଇଁ ବହୁତ ଉପଯୋଗୀ । ଯାହା ଛୁଆଙ୍କ ଗ୍ରୋଥ୍ ପାଇଁ ଭାରି ଉପଯୋଗୀ ।
ଷ୍ଟଫ୍ଡ୍ ପରଟା: ଆଳୁ, ପନିର କିମ୍ବା ପନିପରିବା ସହିତ ପୂର୍ଣ୍ଣ ସମ୍ପୂର୍ଣ୍ଣ ଗହମ ପରଟା । ଯାହା ଛୁଆଙ୍କ ବ୍ରେନ୍ ଡେଭେଲପମେଣ୍ଟ ପାଇଁ ଉପଯୋଗୀ ।
ପନିପରିବା ସହିତ ପୋହା ବା ଚୁଡା ଉପମା: ମଟର, ଗାଜର ଏବଂ ବାଦାମ ସହିତ ଚୁଡା ଉପମା ତିଆରି କରିବା ଅତ୍ୟନ୍ତ ସହଜ ।
ଉପମା: ପନିପରିବା ସହିତ ସୁଜି, ଓଟସ୍ ଏବଂ ବାଜରା ମିଶ୍ରଣ ବ୍ୟବହାର କରନ୍ତୁ । ଏକ ଫାଇବରଯୁକ୍ତ, ଶୀଘ୍ର ନାସ୍ତା ଯାହା ଶକ୍ତି ସ୍ତରକୁ ନିୟନ୍ତ୍ରଣ ରଖେ ।
ଖେଚୁଡି: ଏକ ଆରାମଦାୟକ ଖାଦ୍ୟ । ଯେଉଁଥିରେ ବିଭିନ୍ନ ପ୍ରକାରର ପନିପରିବା ମିଶିଥାଏ । ଏହା ପାଚନ ପାଇଁ ଭାରି ଉପଯୋଗୀ ।