Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୱାଇ-ଫାଇ ବ୍ୟବହାର କରୁଛନ୍ତି କି? ସତର୍କ ରୁହନ୍ତୁ

Lifestyle

ୱାଇ-ଫାଇ ବ୍ୟବହାର କରୁଛନ୍ତି କି? ସତର୍କ ରୁହନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·2 min read
ୱାଇ-ଫାଇ ବ୍ୟବହାର କରୁଛନ୍ତି କି? ସତର୍କ ରୁହନ୍ତୁ

ଅର୍ଗସ ବ୍ୟୁରୋ: ସର୍ବସାଧାରଣ ଜାଗାରେ ୱାଇ-ଫାଇ ବ୍ୟବହାର କରିବା କେତେ ସୁରକ୍ଷିତ । ଆଜିକାଲି ରେଳ ଷ୍ଟେସନ, ବିମାନବନ୍ଦର, ସପିଂ ମଲ୍, ରେଷ୍ଟୁରାଣ୍ଟ ଇତ୍ୟାଦି ଅନେକ ସର୍ବସାଧାରଣ ସ୍ଥାନରେ ମାଗଣା ୱାଇ-ଫାଇ ସୁବିଧା ମିଳୁଛି । ଏଥିରେ ଆମକୁ କେବଳ ଆମର ମୋବାଇଲ୍ ନମ୍ବର ଦେଇ OTP ମାଧ୍ୟମରେ ଲଗ୍ ଇନ୍ କରନ୍ତି । କରିବା ପରେ ଇଣ୍ଟରନେଟ ଆମ ଡିଭାଇସ୍ ସହିତ ମାଗଣାରେ ସଂଯୋଗ ହୋଇ ଯାଏ କିନ୍ତୁ ଏହା ସୁରକ୍ଷିତ ନୁହେଁ |

ଯେତେବେଳେ ବି ଆମେ କୌଣସି ବଡ ମଲ୍, ସପିଂ କମ୍ପ୍ଲେକ୍ସ, ରେଳ ଷ୍ଟେସନ୍, ବିମାନବନ୍ଦର, ହୋଟେଲ ଇତ୍ୟାଦିକୁ ଯାଆନ୍ତି ଆମେ ସେଠାରେ ମାଗଣା ୱାଇ-ଫାଇ ଜୋନ୍ ପାଇଥାଉ ।ଏହି ସ୍ଥାନଗୁଡିକରେ ଆପଣ ଆପଣଙ୍କର ସ୍ମାର୍ଟଫୋନ୍, ଲାପଟପ୍ ଇତ୍ୟାଦି ୱାଇ-ଫାଇ ସହିତ ସଂଯୋଗ କରି ଇଣ୍ଟରନେଟ୍ ବ୍ୟବହାର କରନ୍ତି। ଏହି ମାଗଣା ୱାଇ-ଫାଇ ଜୋନ୍ ଗୁଡିକରେ, ଆପଣ କିଛି ସମୟ ପାଇଁ ଇଣ୍ଟରନେଟ୍ ସୁବିଧା ଉପଭୋଗ କରିପାରିବେ କିନ୍ତୁ ଆପଣ ଜାଣନ୍ତି କି ଏହିପରି ସର୍ବସାଧାରଣ ୱାଇ-ଫାଇ ବ୍ୟବହାର କରିବା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ । 
ସର୍ବସାଧାରଣ ୱାଇ-ଫାଇରେ ଇଣ୍ଟରନେଟ୍ ବ୍ୟବହାର କଲେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ହ୍ୟାକ୍ ହୋଇପାରେ ଏବଂ ଠକାମୀର ମଧ୍ୟ ଶିକାର ହୋଇପାରନ୍ତି ।ଅନେକ ସୁରକ୍ଷା ଏଜେନ୍ସି ଏହିପରି ଜନସାଧାରଣ ୱାଇ-ଫାଇ ଜୋନ୍ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି । 

ସର୍ବସାଧାରଣ ୱାଇ-ଫାଇ କାହିଁକି ସୁରକ୍ଷିତ ନୁହେଁ :- 
କୌଣସି ସାର୍ବଜନୀନ ୱାଇ-ଫାଇ ଜୋନ୍ ନିରାପଦ ନୁହେଁ  ।କାରଣ ଏହିପରି ମାଗଣା ୱାଇ-ଫାଇ ସମସ୍ତଙ୍କ ପାଇଁ ଉପଲବ୍ଧ ଅଟେ ।ସର୍ବସାଧାରଣ ୱାଇ-ଫାଇ ମାଧ୍ୟମରେ ହ୍ୟାକର୍ ଏବଂ ସାଇବର ଠକ ମାନେ ହ୍ୟାକ କରିଵା ଅତ୍ୟନ୍ତ ସହଜ ଅଟେ ।ବିଶେଷ ଭାବରେ, ହ୍ୟାକର ମାନେ ଵ୍ୟଵହାର କରୁଥିଵା ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ,ବ୍ୟାଙ୍କ ଆକାଉଣ୍ଟ୍, ଇ-ମେଲ୍ ଠିକଣାର ପାସୱାର୍ଡ ଏହି ମାଧ୍ୟରେ ଚୋରି କରିପାରିବେ।କେବଳ ଏତିକି ନୁହେଁ, ସାଇବର ଅପରାଧୀମାନେ ମଧ୍ୟ ଏହି ସାର୍ବଜନୀନ ୱାଇ-ଫାଇ ବ୍ୟବହାର କରି ଆପଣଙ୍କ ଡିଭାଇସକୁ ଭାଇରସ ପଠାଇ ପାରିବେ। ଏଭଳି ପରିସ୍ଥିତିରେ, ସର୍ବସାଧାରଣ ୱାଇ-ଫାଇ ବ୍ୟବହାର କରିବାବେଳେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ ।ଆମର ଏକ ଛୋଟ ଭୁଲ ବଡ କ୍ଷତି ଘଟାଇପାରେ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Security Risks Of Free Public Wi-Fi | Argus News