Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Toothpaste Hacks / ଟୁଥପେଷ୍ଟ ବ୍ୟବହାର କରି ନୂଆ ପରି ଚମକାନ୍ତୁ ଏହି ସବୁ ଜିନିଷ

Rashmita Mishra
Browse all articles by Rashmita Mishra
·7 months ago·2 min read
ଟୁଥପେଷ୍ଟ ବ୍ୟବହାର କରି  ନୂଆ ପରି ଚମକାନ୍ତୁ ଏହି ସବୁ ଜିନିଷ
Toothpaste Hacks

Key Points

ଟୁଥପେଷ୍ଟ ସାହାଯ୍ୟରେ କେଉଁ ଜିନିଷଗୁଡ଼ିକୁ ଏବଂ କିପରି ସଫା କରିପାରିବେ ଜାଣନ୍ତୁ... 

ଆମେ ଦାନ୍ତ ସଫା କରିବା ପାଇଁ ପ୍ରତିଦିନ ଟୁଥପେଷ୍ଟ ବ୍ୟବହାର କରୁ, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହା ଅନେକ ଘରୋଇ ଜିନିଷକୁ ଚମକ ଦେବାରେ ମଧ୍ୟ ସାହାଯ୍ୟ କରେ ? ଟୁଥପେଷ୍ଟରେ ଥିବା ପଦାର୍ଥ କଳା ଦାଗକୁ ସଫା କରିବାରେ ସାହାର୍ଯ୍ୟ କରେ । ତେବେ ଆସନ୍ତୁ ଜାଣିବା ଆପଣ ଟୁଥପେଷ୍ଟ ସାହାଯ୍ୟରେ କେଉଁ ଜିନିଷଗୁଡ଼ିକୁ ଏବଂ କିପରି ସଫା କରିପାରିବେ ।

ରୂପା ଅଳଙ୍କାର: ରୂପା ଅଳଙ୍କାରଗୁଡ଼ିକ କିଛିଦିନ ବ୍ୟବହାର କରିବା ଦ୍ଵାରା ଏହା କଳା ଦାଗ ପଡ଼ିପାରେ । ସେଗୁଡ଼ିକୁ ସଫା କରିବା ପାଇଁ ଏହି ଟିପ୍ସ୍ ଆପଣାନ୍ତୁ । ଅଳଙ୍କାରରେ ଟିକିଏ ଟୁଥପେଷ୍ଟ ଲଗାନ୍ତୁ ତା'ପରେ ଏକ ନରମ ବ୍ରଶ୍ କିମ୍ବା କପଡ଼ାରେ ଧୀରେ ଧୀରେ ଘଷି ଦିଅନ୍ତୁ । କିଛି ସମୟ ରଖି ପାଣିରେ ଧୋଇ ଶୁଖିବାକୁ ଦିଅନ୍ତୁ । ଦେଖିବେ ଅଳଙ୍କାରଗୁଡ଼ିକ ପୁଣି ଚମକଦାର ନୂଆ ପରି ହେବ ।

ଖାଲି ସେତିକିନୁହେଁ ଲେମ୍ବୁ ରସର କିଛି ବୁନ୍ଦା କୌଣସି ମଇଳା ଦୂର କରିବ । ତେଣୁ ରୂପା ଜିନିଷକୁ ଉଜ୍ଜ୍ୱଳ କରିବା ପାଇଁ ଆପଣ ଲେମ୍ବୁର ସାହାଯ୍ୟ ନେଇପାରିବେ । ଏଥିପାଇଁ ଲେମ୍ବୁ ରସକୁ ଟୁଥପେଷ୍ଟରେ ମିଶାଇ କିଛି ସମୟ ଘଷନ୍ତୁ । ଏହା କରିବା ଦ୍ୱାରା ରୂପା ସାମଗ୍ରୀ ଉଜ୍ଜ୍ୱଳ ଦେଖାଯିବ

ମୋବାଇଲ୍ ସ୍କ୍ରିନ୍ ଏବଂ ଚଷମା ସ୍କ୍ରିନ୍: ଏକ ମାଇକ୍ରୋଫାଇବର କପଡ଼ାରେ ଅଳ୍ପ ପରିମାଣର ଟୁଥପେଷ୍ଟ ଲଗାନ୍ତୁ । ସ୍କ୍ରିନକୁ ଧୀରେ ପୋଛି ଦିଅନ୍ତୁ । ଏକ ଓଦା କପଡ଼ା ନେଇ ହାଳୁକା ଭାବରେ ପୋଛି ଦିଅନ୍ତୁ । ଅଧିକ ଜୋରେ ଘଷନ୍ତୁ ନାହିଁ କାରଣ ଏହା ସ୍କ୍ରାଚ୍ ହୋଇପାରେ

ଷ୍ଟିଲ୍ ବାସନ: ଷ୍ଟିଲ୍ ବାସନ ଉପରେ ଥିବା କଳା ଦାଗ ଦୂର କରିବା ପାଇଁ ଏହା ବହୁର ଭଲ ଉପାୟ । ଦାଗ ହୋଇଥିବା ସ୍ଥାନରେ ଟୁଥପେଷ୍ଟ ଲଗାନ୍ତୁ । ସ୍କ୍ରବର ସାହାଯ୍ୟରେ ଧୀରେ ଘଷି ଦିଅନ୍ତୁ କିଛି ସମୟ ଛାଡ଼ି ଭଲଭାବରେ ପାଣିରେ ଧୋଇ ଦିଅନ୍ତୁ । ଆପଣଙ୍କ ବାସନ ଚିକଚିକ୍ କରିବ ।

ଟ୍ୟାପ୍ ଏବଂ ଟାଇଲ୍ସ: ଟ୍ୟାପ୍ ଏବଂ ଟାଇଲ୍ସରୁ ଦାଗ ହଟାଇବା ପାଇଁ ଆପଣ ଟୁଥପେଷ୍ଟକୁ ବ୍ୟବହାର କରିପାରିବେ । ରାତିରେ କଳା ହୋଇଥିବା ସ୍ଥାନରେ ଟୁଥପେଷ୍ଟ ଲଗାଇ ଛଡ଼ିଦିଅନ୍ତୁ ତା'ପର ଦିନ ସକାଳେ ଏହାକୁ ଭଲ ଭାବରେ ଘଷି ଦିଅନ୍ତୁ ଦେଖିବେ ଏହା ପୁଣି ନୂଆ ପରି ଚମକିବ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Toothpaste Hacks | Shine These Everyday Items Like New Using Toothpaste | Argus News