Videos
|
Lifestyle

ଜାଣନ୍ତୁ ଶ୍ରାବଣ ମାସର ମହତ୍ତ୍ୱ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାଣନ୍ତୁ ଶ୍ରାବଣ ମାସର ମହତ୍ତ୍ୱ...

Key Points

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି। ଏହି ପବିତ୍ର ମାସରେ ରୁଦ୍ରାଭିଷେକ କରାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରଭୁଙ୍କର କରୁଣା ଥିଲେ ପୂଜା ସଫଳ ହୋଇ ମନୋସ୍କାମନା ପୂରଣ ହୁଏ। ଗୋ-ସେବା କରିବା ମଧ୍ୟ ଏହି ମାସରେ ଶୁଭ ଫଳ ପ୍ରଦାନ କରିଥାଏ। ଭଗବାନ ଶିବଙ୍କୁ ଏହି ପବିତ୍ର ମାସରେ ନିଷ୍ଠାର ସହ ଉପାସନା କଲେ ପ୍ରଭୁ କୃପା ମିଳିବା ସହ ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି।


ଏହି ମାସରେ ପ୍ରତିଦିନ ବିଶେଷକରି ସୋମବାର ଦିନ ପବିତ୍ର ମନରେ ୧୦୮ ଥର ଓଁନମଃ ଶିବାୟ ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ପ୍ରଭୁ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ମନରେ କ୍ରୋଧ, ଲୋଭ, ହିଂସା ନ ରଖି, କାହା ପ୍ରତି ଅପଶବ୍ଦ ବ୍ୟବହାର ନ କରି ଉତ୍ତମ ଆଚରଣ କଲେ ପ୍ରଭୁ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ମାସରେ ବ୍ରାହ୍ମଣ ତଥା ଗରିବ, ଅସହାୟ ଲୋକଙ୍କୁ ଦାନପୁଣ୍ୟ କରିବା ଶୁଭ। ଖାସ୍‌ କରି ଅନ୍ନ, ବସ୍ତ୍ର, ଜଳ, ଛତା ତଥା ଧାର୍ମିକ ପୁସ୍ତକ ଦାନ କରିବା ଉତ୍ତମ ଫଳ ପ୍ରଦାନ କରିଥାଏ। ଏହି ମାସରେ ଦେବ ଦେବ ମହାଦେବଙ୍କୁ ବେଲପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଶୁଭ ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର:

shravan-also-known-as-sawan-is-a-significant-month-in-the-hindu-calendar-particularly-for-devotees-of-lord-shiva | Argus News