face care tips / ଏହିପରି ନିଅନ୍ତୁ ଫେସର ଯତ୍ନ, ଉଜ୍ଜ୍ୱଳ ଦିଶିବ ମୁହଁ

Key Points
ଯାହାକୁ ଆପଣ ଆପଣଙ୍କ ବିବାହ ପୂର୍ବରୁ ଅନୁସରଣ କଲେ ଏହା ଭଲ ଫଳ ଦେଇଥାଏ ।
ବିବାହ ସମୟରେ ସମସ୍ତେ ସୁନ୍ଦର ଲାଗିବାକୁ ଚେଷ୍ଟା କରିଥାଆନ୍ତି । ବିଶେଷ କରି ମହିଳାମାନେ ବ୍ରାଇଡାଲ୍ ଲୁକ୍ ପାଇଁ ଅଧିକ ଚିନ୍ତା କରିଥାନ୍ତି । ସମସ୍ତେ ସେମାନଙ୍କ ବାହାଘର ଦିନ କ୍ୟାମେରା ଆଗରେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ନିଜକୁ ସୁନ୍ଦର କରିବା ପାଇଁ ଯେତେବେଳେ ବିୟୁଟି ପାର୍ଲରକୁ ଯାଇଥାଉ ସେତେବେଳେ ଆମକୁ ଅନେକ ଟଙ୍କା ଖର୍ଚ୍ଚ କରିବାରୁ ପଡିଥାଏ ।
କିନ୍ତୁ ଆମେ ଆପଣଙ୍କ ପାଇଁ କିଛି ବ୍ରାଇଡାଲ୍ କିମ୍ବା ତ୍ୱଚା ଯତ୍ନ ଟିପ୍ସ ଆଣିଛୁ । ଯାହାକୁ ଆପଣ ଆପଣଙ୍କ ବିବାହ ପୂର୍ବରୁ ଅନୁସରଣ କଲେ ଏହା ଭଲ ଫଳ ଦେଇଥାଏ । ପ୍ରତିଦିନ ତ୍ୱଚାକୁ ଧୁଅନ୍ତୁ । ଫେସ୍ ଧୋଇବା ପାଇଁ କୌଣସି ଭଲ କମ୍ପାନିର ଫେସ୍ ୱାଶ୍ ବ୍ୟବହାର କରନ୍ତୁ । ଦିନକୁ ଥରେ ଆପଣଙ୍କ ଫେସକୁ ହାଲୁକା ଭାବରେ ଧୁଅନ୍ତୁ। ଏହା ଆପଣଙ୍କ ଚର୍ମରୁ ମଇଳା ଏବଂ ତେଲ ବାହାର କରିବା ସହ ଆପଣଙ୍କ ଛିଦ୍ରଗୁଡ଼ିକୁ ସଫା କରିବ। ତା’ପରେ, ଉଷୁମ ପାଣିରେ ବାଷ୍ପ ନିଅନ୍ତୁ । ଆପଣଙ୍କ ଛିଦ୍ରଗୁଡ଼ିକୁ ଖୋଲିବ ଏବଂ ରକ୍ତ ସଞ୍ଚାଳନ ବୃଦ୍ଧି କରିବାରେ ସହାୟକ ହେବ।
କିନ୍ତୁ ଏହି ବାଷ୍ପ କେବଳ ୫ ମିନିଟ୍ ପାଇଁ ନିଅନ୍ତୁ । ତ୍ୱଚା ଭଲଭାବରେ ପରିଷ୍କାର ହେବ ହାଲୁକା ସ୍କ୍ରବ କିମ୍ବା ଫେସ୍ ପ୍ୟାକ୍ ଲଗାନ୍ତୁ । ମନେ ରଖିବେ ସ୍କ୍ରବକୁ ବେଶୀ ମୁହଁରେ ଘଷିବେ ନାହିଁ । ଏହାପରେ ମୁହଁକୁ ଭଲଭାବରେ ଧୋଇଦେଲା ପରେ ଫେସିଆଲ ମାସ୍କ ଲଗାନ୍ତୁ ।
ଫେସିଆଲ ମାସ୍କ ଭାବରେ ଆପଣ ଦହି ,ମହୁ କିମ୍ବା ଆଲୋଭେରାକୁ ବ୍ୟବହାର କରିପାରିବେ । ଏହାକୁ ପନ୍ଦର ମିନିଟ ଲଗାଇବା ପରେ ଥଣ୍ତା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ନରମ ଏବଂ ହାଇଡ୍ରେଟେଡ୍ ରଖିବ। ଫେସ୍ ମାସ୍କକୁ ଧୋଇବା ପରେ ଏକ କୁଲିଂ ଟୋନର କିମ୍ବା ଗୋଲାପ ଜଳକୁ ଆପଣଙ୍କ ଫେସରେ ଲଗାନ୍ତୁ । ଏହା ଆପଣଙ୍କ ଫେସକୁ ନରମ କରିବା ସହ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ ।
ଆପଣଙ୍କ ତ୍ୱଚାକୁ ମଇଶ୍ଚରାଇଜ କରନ୍ତୁ । ଏହାକୁ ନରମ ଏବଂ ଉଜ୍ଜ୍ୱଳ ରଖିବା ପାଇଁ ଏକ ହାଲୁକା ଭଲ ମଇଶ୍ଚରାଇଜର ଲଗାନ୍ତୁ । ମାର୍କେଟରେ ଆପଣଙ୍କୁ ସହଜରେ ଭଲ କମ୍ପାନୀର ମଇଶ୍ଚରାଇଜ ମିଳିଯିବ । ଯଦି ଆପଣଙ୍କର ତ୍ୱଚାରେ ବ୍ରଣ ଅଛି, ତେବେ ସକାଳୁ ମୁହଁ ଧୋଇବା ପୁର୍ବରୁ ବାସି ଛେପ ବ୍ରଣ ହେଉଥିବା ସ୍ଥାନରେ ଲଗାନ୍ତୁ।
ବିବାହ ଦିନ ବା ଏହାର କିଛି ଦିନ ପୁର୍ବରୁ ଦିନସାରା ପ୍ରଚୁର ପାଣି ପିଅନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ ରଖିଥାଏ । ଏହା ସହିତ ଭଲ ନିଦ ବା ବିଶ୍ରାମ ଅତ୍ୟନ୍ତ ଜରୁରୀ । ଯଦି ଆପଣ ରାତିରେ ଭଲ ନିଦରେ ଶୋଇବେ ତେବେ ସକାଳେ ଆପଣଙ୍କୁ ସତେଜ ଏବଂ ଉଜ୍ଜ୍ୱଳ ଦେଖାଯିବ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
📱 Get Argus News App
✨Related Topics
Explore more stories